ଓମ ବିର୍ଲାଙ୍କ ଆସନରେ ବସି ପଡିଲେ ଅବଦେଶ୍‌, ଭାଜପା ଏମପିଙ୍କୁ କହିବାକୁ ଲାଗିଲେ ଏମିତି,ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବେଜଟ୍‌ ଅଧିବେଶନରେ ଫୈଜାବାଦ ଏମପି ଅବଦେଶ୍‌ ପ୍ରସାଦ ସ୍ପିକରଙ୍କ ଆସନରେ ବସି ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷତା କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଅବଦେଶ୍‌ଙ୍କ ଭିଡିଓ ଭାଇରାଲ ହୋଇଛି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ, ଫୈଜାବାଦ ଏମପି କିପରି ଗୃହକାର୍ଯ୍ୟ ପରିଚାଳନା କରିପାରିବେ, ଏହା ତ ଲୋକ ସଭା ସ୍ପିକରଙ୍କ କାର୍ଯ୍ୟ। ଜାଣନ୍ତୁ… ଲୋକ ସଭା ଗୃହରେ ଅନୁଷ୍ଠିତ ସମସ୍ତ ଅଧିବେଶନରେ ଅଧ୍ୟକ୍ଷତା କରିବା ଲୋକ ସଭା ବାଚସ୍ପତିଙ୍କ ଦାୟିତ୍ୱ […] The post ଓମ ବିର୍ଲାଙ୍କ ଆସନରେ ବସି ପଡିଲେ ଅବଦେଶ୍‌, ଭାଜପା ଏମପିଙ୍କୁ କହିବାକୁ ଲାଗିଲେ ଏମିତି,ଭିଡିଓ ଭାଇରାଲ appeared first on Dharitri Odia News.

ଓମ ବିର୍ଲାଙ୍କ ଆସନରେ ବସି ପଡିଲେ ଅବଦେଶ୍‌, ଭାଜପା ଏମପିଙ୍କୁ କହିବାକୁ ଲାଗିଲେ ଏମିତି,ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବେଜଟ୍‌ ଅଧିବେଶନରେ ଫୈଜାବାଦ ଏମପି ଅବଦେଶ୍‌ ପ୍ରସାଦ ସ୍ପିକରଙ୍କ ଆସନରେ ବସି ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷତା କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଅବଦେଶ୍‌ଙ୍କ ଭିଡିଓ ଭାଇରାଲ ହୋଇଛି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ, ଫୈଜାବାଦ ଏମପି କିପରି ଗୃହକାର୍ଯ୍ୟ ପରିଚାଳନା କରିପାରିବେ, ଏହା ତ ଲୋକ ସଭା ସ୍ପିକରଙ୍କ କାର୍ଯ୍ୟ। ଜାଣନ୍ତୁ…

ଲୋକ ସଭା ଗୃହରେ ଅନୁଷ୍ଠିତ ସମସ୍ତ ଅଧିବେଶନରେ ଅଧ୍ୟକ୍ଷତା କରିବା ଲୋକ ସଭା ବାଚସ୍ପତିଙ୍କ ଦାୟିତ୍ୱ ଅଟେ। କିନ୍ତୁ କିଛି ଏପରି ସ୍ଥିତିରେ ବାଚସ୍ପତିଙ୍କ ଅନୁପସ୍ଥିତିରେ ଲୋକ ସଭା ସଦସ୍ୟଙ୍କ ମଧ୍ୟରେ ଏକ ପ୍ୟାନେଲ ଗଠନ କରାଯାଇଥାଏ। ଯେଉଁଥିରୁ ଜଣେ ସଦସ୍ୟ ଗୃହର ପ୍ରକ୍ରିୟା ପରିଚାଳନା କରନ୍ତି। ଏପରି ଭାବରେ ଅବଦେଶ୍‌ ପ୍ରସାଦ ଗୃହର ଅଧ୍ୟକ୍ଷତା ନେଇଥିଲେ। ଭାଇରାଲ ଭିଡିଓରେ ଗୃହକାର୍ଯ୍ୟ ଚାଲିଥିବାବେଳେ ଅବଦେଶ୍‌ ଏମପିମାନଙ୍କୁ ଗୃହରେ ଶାନ୍ତ ବଜାୟ ରଖିବାକୁ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଭାଜପା ଏମପିଙ୍କୁୁ ମଧ୍ୟ ଶାନ୍ତ ରହିବାକୁ କହିଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି।

The post ଓମ ବିର୍ଲାଙ୍କ ଆସନରେ ବସି ପଡିଲେ ଅବଦେଶ୍‌, ଭାଜପା ଏମପିଙ୍କୁ କହିବାକୁ ଲାଗିଲେ ଏମିତି,ଭିଡିଓ ଭାଇରାଲ appeared first on Dharitri Odia News.