ଓମ୍ ଗମ୍ ଗଣପତୟେ ନମଃ, ବିଘ୍ନ ବିନାଶକଙ୍କ ପୂଜାରେ ଧରାପୃଷ୍ଠ ଚଳଚଞ୍ଚଳ
ଭୁବନେଶ୍ୱର,୦୭/୦୮: ଗଣପତି ବାବା ମୋରୟା... ବିଘ୍ନ ବିନାଶକ ମୋରୟା... । ଧରାପୃଷ୍ଠକୁ ପାର୍ବଣ ଆଗମନର ସୂଚନା ନେଇ ବିରାଜମାନ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ତେଣୁ ଗଣପତି ବାବାଙ୍କୁ ସ୍ୱାଗତ କରିବା ପାଇଁ ପୁରପଲ୍ଲୀ ସବୁଠି ଉତ୍ସାହ । ପୂଜା ମଣ୍ଡପ, ସ୍କୁଲ, କଲେଜରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ବିଦ୍ୟାଦାତାଙ୍କୁ ପୂଜା କରୁଛନ୍ତି । ଏଥିପାଇଁ ସ୍କୁଲ କଲେଜରେ ସାଜସଜା ଜୋରଦାର । ସେହିପରି ବଡ଼ ବଡ଼ ମଣ୍ଡପରେ କର୍ମକର୍ତ୍ତାମାନେ ଗଜରାଜଙ୍କ ପୂଜାରେ ମଗ୍ନ । ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ସୁଉଚ୍ଚ ତୋରଣ । ତା’ସାଙ୍ଗକୁ ରାତିର ଆକର୍ଷଣ ସାଜିବ ରଙ୍ଗୀନ ଆଲୋକମାଳା । ବିଶାଳକାୟ ଗଣେଶ ମୂର୍ତ୍ତି ସାଙ୍ଗକୁ ସାଂସ୍କୃତିକ ସନ୍ଧ୍ୟା ଓ ମୀନାବଜାର ବୁଲିବେ ଦର୍ଶକ । ପୂଜା ପାଇଁ ସାରା ସହରରେ ସୃଷ୍ଟି ହେବ ଭକ୍ତିମୟ ପରିବେଶ । ବ୍ରାହ୍ମଣଙ୍କ ଯଜ୍ଞ, ମନ୍ତ୍ରଧ୍ୱନିରେ ଗୁଞ୍ଜରିତ ହେବ ସହର । ଲାଲବାଗ ଗଣେଶ, ଚିନ୍ତାମଣି ଗଣେଶ, ବାଲ୍ ଗଣେଶ, ମୂଷିକ ଉପରେ ବସିଥିବା ଗଣେଶ ସହ କଲିକତା, ବମ୍ବେ ଆଦି ସ୍ଥାନରୁ ଷ୍ଟୋନ କାମ ଥିବା ଗଣେଶ । ନାନା ରୂପ, ନାନା ବେଶରେ ତିଆରି ହୋଇଛନ୍ତି ଶ୍ରୀ ଗଣେଶଙ୍କ ମୂର୍ତ୍ତି । ଭୁବନେଶ୍ୱର ସିଆରପିର ଦୁଇ ତିନୋଟି ସ୍ଥାନ, ଫାୟାରଷ୍ଟେସନ୍, ଜାଗମରା, ମାର୍କେଟ ବିଲ୍ଡିଂ ପାଖ ଅଞ୍ଚଳ, ମାଷ୍ଟରକ୍ୟାଣ୍ଟିନ
ଭୁବନେଶ୍ୱର,୦୭/୦୮: ଗଣପତି ବାବା ମୋରୟା... ବିଘ୍ନ ବିନାଶକ ମୋରୟା... । ଧରାପୃଷ୍ଠକୁ ପାର୍ବଣ ଆଗମନର ସୂଚନା ନେଇ ବିରାଜମାନ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ତେଣୁ ଗଣପତି ବାବାଙ୍କୁ ସ୍ୱାଗତ କରିବା ପାଇଁ ପୁରପଲ୍ଲୀ ସବୁଠି ଉତ୍ସାହ । ପୂଜା ମଣ୍ଡପ, ସ୍କୁଲ, କଲେଜରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ବିଦ୍ୟାଦାତାଙ୍କୁ ପୂଜା କରୁଛନ୍ତି ।
ଏଥିପାଇଁ ସ୍କୁଲ କଲେଜରେ ସାଜସଜା ଜୋରଦାର । ସେହିପରି ବଡ଼ ବଡ଼ ମଣ୍ଡପରେ କର୍ମକର୍ତ୍ତାମାନେ ଗଜରାଜଙ୍କ ପୂଜାରେ ମଗ୍ନ । ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ସୁଉଚ୍ଚ ତୋରଣ । ତା’ସାଙ୍ଗକୁ ରାତିର ଆକର୍ଷଣ ସାଜିବ ରଙ୍ଗୀନ ଆଲୋକମାଳା । ବିଶାଳକାୟ ଗଣେଶ ମୂର୍ତ୍ତି ସାଙ୍ଗକୁ ସାଂସ୍କୃତିକ ସନ୍ଧ୍ୟା ଓ ମୀନାବଜାର ବୁଲିବେ ଦର୍ଶକ । ପୂଜା ପାଇଁ ସାରା ସହରରେ ସୃଷ୍ଟି ହେବ ଭକ୍ତିମୟ ପରିବେଶ । ବ୍ରାହ୍ମଣଙ୍କ ଯଜ୍ଞ, ମନ୍ତ୍ରଧ୍ୱନିରେ ଗୁଞ୍ଜରିତ ହେବ ସହର ।
ଲାଲବାଗ ଗଣେଶ, ଚିନ୍ତାମଣି ଗଣେଶ, ବାଲ୍ ଗଣେଶ, ମୂଷିକ ଉପରେ ବସିଥିବା ଗଣେଶ ସହ କଲିକତା, ବମ୍ବେ ଆଦି ସ୍ଥାନରୁ ଷ୍ଟୋନ କାମ ଥିବା ଗଣେଶ । ନାନା ରୂପ, ନାନା ବେଶରେ ତିଆରି ହୋଇଛନ୍ତି ଶ୍ରୀ ଗଣେଶଙ୍କ ମୂର୍ତ୍ତି । ଭୁବନେଶ୍ୱର ସିଆରପିର ଦୁଇ ତିନୋଟି ସ୍ଥାନ, ଫାୟାରଷ୍ଟେସନ୍, ଜାଗମରା, ମାର୍କେଟ ବିଲ୍ଡିଂ ପାଖ ଅଞ୍ଚଳ, ମାଷ୍ଟରକ୍ୟାଣ୍ଟିନ, ୟୁନିଟ୍-୧, ଚନ୍ଦ୍ରଶେଖରପୁର, ରସୁଲଗଡ଼, ଆଚାର୍ଯ୍ୟବିହାର ପରି ବିଭିନ୍ନ ସ୍ଥାନରେ ମୂର୍ତ୍ତି ବିକ୍ରି ହୋଇଥିଲା ।
ଏ ସବୁ ମୂର୍ତ୍ତିଗୁଡିକ ଇକୋ-ଫ୍ରେଣ୍ଡଲି ସହ କେମିକାଲ ମୁକ୍ତ । ଗଣପତି ବାବାଙ୍କୁ ବହୁ ଲୋକ ଘରେ ଆବାହନ କରିଛନ୍ତି । ସେଥିପାଇଁ ଛୋଟ ମୂର୍ତ୍ତି ଆଣି ପୂଜା କରିଛନ୍ତି । ବଜାରରେ ଏହି ସବୁ ମୂର୍ତ୍ତି ବିଭିନ୍ନ ଡିଜାଇନ୍ର ବିଭିନ୍ନ ଦାମ୍ରେ ବିକ୍ରି ହୋଇଥିଲା । ମୂର୍ତ୍ତିଗୁଡ଼ିକ ଦେଢଶହ ଟଙ୍କାରୁ ଆରମ୍ଭ ହୋଇ ଦେଢ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।