ଓମ୍ ବିର୍ଲା ହେଲେ ଲୋକସଭା ବାଚସ୍ପତି, କେ.ସୁରେଶଙ୍କୁ ହରାଇ ନିର୍ବାଚିତ
ନୂଆଦିଲ୍ଲୀ ୨୬/୦୬: ପୁଣିଥରେ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା । କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହେଲେ ଓମ୍ ବିର୍ଲା । ଦ୍ୱିତୀୟ ଥର ପାଇଁ ସେ ବାଚସ୍ପିତ ହୋଇଛନ୍ତି । ତେବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନେଇ ତାଙ୍କୁ ଆସନରେ ବସାଇଥିଲେ । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ପ୍ରୋଟେମ ସ୍ପିକର ଦାୟିତ୍ୱ ତୁଲାଇଥିବା ବିଜେପି ସାଂସଦ ଭର୍ତ୍ତୃହରୀ ମହତାବଙ୍କୁ ଧନ୍ୟବାଦ ଦେଇଥିଲେ । କହିବାକୁ ଗଲେ ବିଜେପି ସାଂସଦ ଓମ ବିର୍ଲା ୧୮ତମ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି।ସୂଚନା ଥାଉକି, ଲୋକସଭା ବାଚସ୍ପତି ପଦ ପାଇଁ ସଂସଦରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୋଟିଏ ପଟେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରାଜସ୍ଥାନର କୋଟାରୁ ତୃତୀୟ ଥର ପାଇଁ ସାଂସଦ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ INDIA ବ୍ଲକ କେରଳର ମାଭେଲିକାରାର ୮ ଥର ସାଂସଦ କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ କରିଥିଲା। #WATCH | Parliamentary Affairs Minister Kiren Rijiju thanks BJP MP Bhartruhari Mahtab for carrying out the duties of the Protem Speaker.BJP MP Om Birla has been elected as the Speaker of 18th Lok Sabha. pic.twitter.com/8SJwUQRo0s— ANI (@ANI) June 26, 2024ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ କେରଳର ୱାୟାନାଡ ଆ
ନୂଆଦିଲ୍ଲୀ ୨୬/୦୬: ପୁଣିଥରେ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା । କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହେଲେ ଓମ୍ ବିର୍ଲା । ଦ୍ୱିତୀୟ ଥର ପାଇଁ ସେ ବାଚସ୍ପିତ ହୋଇଛନ୍ତି । ତେବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନେଇ ତାଙ୍କୁ ଆସନରେ ବସାଇଥିଲେ ।
ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ପ୍ରୋଟେମ ସ୍ପିକର ଦାୟିତ୍ୱ ତୁଲାଇଥିବା ବିଜେପି ସାଂସଦ ଭର୍ତ୍ତୃହରୀ ମହତାବଙ୍କୁ ଧନ୍ୟବାଦ ଦେଇଥିଲେ । କହିବାକୁ ଗଲେ ବିଜେପି ସାଂସଦ ଓମ ବିର୍ଲା ୧୮ତମ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି।
ସୂଚନା ଥାଉକି, ଲୋକସଭା ବାଚସ୍ପତି ପଦ ପାଇଁ ସଂସଦରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗୋଟିଏ ପଟେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ରାଜସ୍ଥାନର କୋଟାରୁ ତୃତୀୟ ଥର ପାଇଁ ସାଂସଦ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ INDIA ବ୍ଲକ କେରଳର ମାଭେଲିକାରାର ୮ ଥର ସାଂସଦ କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ କରିଥିଲା।
#WATCH | Parliamentary Affairs Minister Kiren Rijiju thanks BJP MP Bhartruhari Mahtab for carrying out the duties of the Protem Speaker.
BJP MP Om Birla has been elected as the Speaker of 18th Lok Sabha. pic.twitter.com/8SJwUQRo0s— ANI (@ANI) June 26, 2024
ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ କେରଳର ୱାୟାନାଡ ଆସନ ଖାଲି ଥିବାରୁ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ବର୍ତ୍ତମାନ ୫୪୨ ସାଂସଦ ଅଛନ୍ତି । ୨୯୩ ସାଂସଦ ଥିବା ଏନଡିଏରେ ଗୃହରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଥିଲା । ଯେଉଁଠାରେ ବିରୋଧୀ ଇଣ୍ଡିଆ ବ୍ଲକରେ ୨୩୩ ସାଂସଦ ଥିଲେ ଅଛନ୍ତି। ଅନ୍ୟ ଦଳ ଯାହା ଏନଡିଏ କିମ୍ବା ଇଣ୍ଡିଆ ବ୍ଲକ୍ ର ଅଂଶ ନୁହଁନ୍ତି ୧୬ ଜଣ ସାଂସଦ ରହିଥିଲେ ।