ଓମ୍ପ୍ରକାଶଙ୍କ ବିଜୟ ପାଇଁ ଅଧିଆ ପଡ଼ିଲେ ସମିତି ସଭ୍ୟା
ସାକ୍ଷୀଗୋପାଳ, ୫ା୬(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର):ଭାଜପା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିଜୟ ପାଇଁ ମାନସିକ ରଖି କଣାସ ବ୍ଲକ ଅଣ୍ଡାଳସିଂ ପଞ୍ଚାୟତର ସମିତି ସଭ୍ୟା ତଥା ରୁଢୁପୁର ଗ୍ରାମର ଲିଜା ଛୋଟରାୟ ମଙ୍ଗଳବାର ମନ୍ଦିର ସମ୍ମୁଖରେ ଅଧିଆ ପଡ଼ିଥିଲେ। ସକାଳ ୬ରୁ ରାତ୍ର ୯ଟା ପର୍ଯ୍ୟନ୍ତ ସେ ଉପବାସ ରହି ମନ୍ଦିରର ଗରୁଡ଼ସ୍ତମ୍ଭ ନିକଟରେ ଠାକୁରଙ୍କୁ ଗୁହାରି ଜଣାଇଥିଲେ। ମନ୍ଦିର ପୂଜାପଣ୍ଡା ଓ ସେବାୟତଙ୍କ ଅନୁରୋଧ ସତ୍ତ୍ୱେ ସେ କୌଣସି ଖାଦ୍ୟ କିମ୍ବା ପାଣି ଗ୍ରହଣ […] The post ଓମ୍ପ୍ରକାଶଙ୍କ ବିଜୟ ପାଇଁ ଅଧିଆ ପଡ଼ିଲେ ସମିତି ସଭ୍ୟା appeared first on Dharitri Odia News.
ସାକ୍ଷୀଗୋପାଳ, ୫ା୬(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର):ଭାଜପା ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିଜୟ ପାଇଁ ମାନସିକ ରଖି କଣାସ ବ୍ଲକ ଅଣ୍ଡାଳସିଂ ପଞ୍ଚାୟତର ସମିତି ସଭ୍ୟା ତଥା ରୁଢୁପୁର ଗ୍ରାମର ଲିଜା ଛୋଟରାୟ ମଙ୍ଗଳବାର ମନ୍ଦିର ସମ୍ମୁଖରେ ଅଧିଆ ପଡ଼ିଥିଲେ। ସକାଳ ୬ରୁ ରାତ୍ର ୯ଟା ପର୍ଯ୍ୟନ୍ତ ସେ ଉପବାସ ରହି ମନ୍ଦିରର ଗରୁଡ଼ସ୍ତମ୍ଭ ନିକଟରେ ଠାକୁରଙ୍କୁ ଗୁହାରି ଜଣାଇଥିଲେ। ମନ୍ଦିର ପୂଜାପଣ୍ଡା ଓ ସେବାୟତଙ୍କ ଅନୁରୋଧ ସତ୍ତ୍ୱେ ସେ କୌଣସି ଖାଦ୍ୟ କିମ୍ବା ପାଣି ଗ୍ରହଣ କରି ନ ଥିଲେ।
ଓମ୍ପ୍ରକାଶ ବିଜୟ ହେବା ନେଇ ରାତି ୮ଟାରେ ଖବର ପାଇବା ପରେ ସେ ଉପବାସ ତଥା ମାନସିକ ବ୍ରତ ଭାଙ୍ଗିଥିଲେ। ଏ ନେଇ ଲିଜା କହିଛନ୍ତି, ୨୦୧୯ ନିର୍ବାଚନରେ ସେ ଭାଜପା ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ। ଓମ୍ପ୍ରକାଶଙ୍କ ନେତୃତ୍ୱ ଓ ସହଯୋଗ ଯୋଗୁ ସେ ବିଜୟର ସ୍ବାଦ ଚାଖିଥିଲେ। ସେହିପରି ତାଙ୍କର ଅନେକ କଠିନ ସମୟରେ ଓମ୍ପ୍ରକାଶ ସହଯୋଗର ହାତ ବଢାଇଥିଲେ। ତେଣୁ ତାଙ୍କୁ ବିଧାୟକ ଭାବେ ଦେଖିବା ପାଇଁ ସେ ସାକ୍ଷୀଗୋପାଳ ଠାକୁରଙ୍କ ନିକଟରେ ଅଧିଆ ପଡ଼ିଥିଲେ। ପ୍ରଭୁ ସାକ୍ଷୀଗୋପାଳ ତାଙ୍କ ଡାକ ଶୁଣିଛନ୍ତି। ଯଦି ଓମ୍ପ୍ରକାଶ ବିଜୟୀ ହୋଇ ନ ଥାନ୍ତେ ତେବେ ଜଳ ମଧ୍ୟ ସ୍ପର୍ଶ କରି ନ ଥାନ୍ତେ ବୋଲି ଲିଜା ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି।
The post ଓମ୍ପ୍ରକାଶଙ୍କ ବିଜୟ ପାଇଁ ଅଧିଆ ପଡ଼ିଲେ ସମିତି ସଭ୍ୟା appeared first on Dharitri Odia News.