୪ ଦଫା ଦାବିରେ ଗର୍ଜିଲେ ଇ.ସି ସଦସ୍ୟା: ଜିଲାପାଳଙ୍କ ଅଫିସ ଆଗରେ ଧାରଣା
ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଜୀବିକା ମିଶନ ଇ.ସି ସଦସ୍ୟାଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଓଡ଼ିଶା ଜୀବିକା ମିଶନ ଇ.ସି ସଂଘ ବରଗଡ଼ ଜିଲା ଶାଖାର ଶତାଧିକ ସଦସ୍ୟା ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, […] The post ୪ ଦଫା ଦାବିରେ ଗର୍ଜିଲେ ଇ.ସି ସଦସ୍ୟା: ଜିଲାପାଳଙ୍କ ଅଫିସ ଆଗରେ ଧାରଣା appeared first on Dharitri Odia News.
ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଜୀବିକା ମିଶନ ଇ.ସି ସଦସ୍ୟାଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଓଡ଼ିଶା ଜୀବିକା ମିଶନ ଇ.ସି ସଂଘ ବରଗଡ଼ ଜିଲା ଶାଖାର ଶତାଧିକ ସଦସ୍ୟା ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ପଞ୍ଚାୟତଠାରୁ ଜିଲାସ୍ତର ପର୍ଯ୍ୟନ୍ତ ଓଡ଼ିଶା ଜୀବିକା ମିଶନ ଇ.ସି ସଦସ୍ୟାମାନେ କାର୍ଯ୍ୟ କରିଆସୁଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସଙ୍ଗଠିତ କରିବା, ସେମାନଙ୍କୁ ଆର୍ଥିକ ପରିଚାଳନାରେ ତାଲିମ ପ୍ରଦାନ ସହିତ ପ୍ରୋତ୍ସାହିତ କରିବା, ଇ.ସି ସଭାପତି, ସମ୍ପାଦକଙ୍କ ସ୍ବାକ୍ଷରରେ ଋଣ ଗ୍ରହଣ, ଋଣ ପ୍ରଦାନ କାମ କରୁଛନ୍ତି। ଏହାସତ୍ତ୍ୱେ ସେମାନଙ୍କୁ ସରକାର ଅଣଦେଖା କରୁଛନ୍ତି। ସେମାନଙ୍କୁ ପ୍ରତି ୨ବର୍ଷକୁ ଥରେ ରିଷ୍ଟ୍ରକଚରିଂ ନାମରେ ଅସ୍ଥାୟୀତ୍ୱର ଅନିଶ୍ଚିତତା ଭିତରେ ରଖାଯାଇଛି ବୋଲି ଇ.ସି ସଦସ୍ୟାମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ସହରାଞ୍ଚଳରେ କାର୍ଯ୍ୟରତ ଇ.ସି ସଦସ୍ୟାଙ୍କୁ କୌଣସି ଭତ୍ତା ପ୍ରଦାନ କରାଯାଉନାହିଁ। ସେହିପରି ଗ୍ରାମାଞ୍ଚଳରେ ପଞ୍ଚାୟତ ପ୍ରତି ୧୮ଜଣରୁ ଅଧିକ ଇ.ସି ସଦସ୍ୟା ରହିଥିଲେ ସେମାନଙ୍କ ଭତ୍ତାକୁ ୧୮ଜଣ ହିସାବରେ ଭାଗ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇ ଥିବାବେଳେ ଇ.ସି ସଦସ୍ୟାମାନେ ୪ଦଫା ଦାବି କରିଛନ୍ତି। ରିଷ୍ଟ୍ରକଚରିଂ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ସହିତ ୱାର୍କର ମାନ୍ୟତା ନେଇ ଭତ୍ତା ବୃଦ୍ଧି, ମିଶନ ଶକ୍ତି ଅଧୀନସ୍ଥ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଇ.ସିମାନଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ କୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀ ପ୍ରଦାନ, ସମସ୍ତ ପ୍ରକାର ସାମାଜିକ ନିରାପତ୍ତା ପ୍ରଦାନ ଆଦି ଦାବି ରହିଛି। ଭଟଲି ବ୍ଲକର କୌଶଲ୍ୟା ବାଗ, ପାଇକମାଳ ବ୍ଲକର ଦୀପାଞ୍ଜଳି ବଢ଼େଇ, ଅତାବିରାର ଈଶ୍ୱରୀ ଦାଶଙ୍କ ସମେତ ସମସ୍ତ ବ୍ଲକର ସଦସ୍ୟାମାନେ ଏଥିରେ ସାମିଲ ହୋଇଥିଲେ।
The post ୪ ଦଫା ଦାବିରେ ଗର୍ଜିଲେ ଇ.ସି ସଦସ୍ୟା: ଜିଲାପାଳଙ୍କ ଅଫିସ ଆଗରେ ଧାରଣା appeared first on Dharitri Odia News.