ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା
ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତିଦିନ ଘନଘନ ରାଲି କରୁଛନ୍ତି ଏବଂ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଉଛନ୍ତି। ଏହି କ୍ରମରେ ନିକଟରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିଜୁ ଜନତା ଦଳ ଆମକୁ ପ୍ରସଙ୍ଗ ଅନୁଯାୟୀ ସମର୍ଥନ ଦେଉଥିଲା। […] The post ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା appeared first on Dharitri Odia News.
ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତିଦିନ ଘନଘନ ରାଲି କରୁଛନ୍ତି ଏବଂ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଉଛନ୍ତି।
ଏହି କ୍ରମରେ ନିକଟରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିଜୁ ଜନତା ଦଳ ଆମକୁ ପ୍ରସଙ୍ଗ ଅନୁଯାୟୀ ସମର୍ଥନ ଦେଉଥିଲା। ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରନ୍ତି। ବିଜେଡି ସହ ଆମର ସଂପର୍କ ରାଜ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ଓଡ଼ିଆ ଭାଷା ଏବଂ ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ନାହିଁ। ଓଡ଼ିଶାରେ ଯେତେ ପ୍ରାକୃତିକ ସଂପଦ ଅଛି, ସେହି ଦୃଷ୍ଟିରୁ ରାଜ୍ୟ ଏବେ ନମ୍ବର ୧ ହେବା କଥା। କିନ୍ତୁ ଏବେ ରାଜ୍ୟର ସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ରାଜ୍ୟରେ ଭାଜପା ସରକାରକୁ ଆସିବା ନିହାତି ଜରୁରୀ। ଭାଜପା ସରକାର ଗଢିଲେ ଆମେ ଓଡ଼ିଶାକୁ ଏକ ନୂଆ ଉଚ୍ଚତାକୁ ନେଇଯିବୁ ବୋଲି ମୋଦି କହିଛନ୍ତି।
The post ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା appeared first on Dharitri Odia News.