ପିସିସି ସଭାପତି ଚୟନକୁ ଲାଗିବ ୨ ମାସ
ଭୁବନେଶ୍ୱର,୨୩।୮(ସୁନୀତ ମିଶ୍ର): ପିସିସି ସଭାପତି ଚୟନ ଆସନ୍ତା ୨ ମାସ ମଧ୍ୟରେ କରାଯିବ। ଦିଲ୍ଲୀରୁ କେତେଜଣ ନେତା ଆସି ଦଳର କେତେଜଣ ନେତାଙ୍କ ସହ ଆଲୋଚନାକରି ମତାମତ ନେବେ। ଏହା ସହ ବିଭିନ୍ନ ଉପାୟରେ ସର୍ଭେ କରାଯାଇ କାହାକୁ ସଭାପତି କଲେ ଠିକ୍ ହେବ, ସେନେଇ ମଧ୍ୟ ମତ ସଂଗ୍ରହ କରାଯିବ ବୋଲି ଷ୍ଟିୟରିଂ କମିଟି ଅଧ୍ୟକ୍ଷ ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିବା ଜଣାପଡ଼ିଛି। କଂଗ୍ରେସ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଗୁରୁବାର […] The post ପିସିସି ସଭାପତି ଚୟନକୁ ଲାଗିବ ୨ ମାସ appeared first on Dharitri Odia News.
ଭୁବନେଶ୍ୱର,୨୩।୮(ସୁନୀତ ମିଶ୍ର): ପିସିସି ସଭାପତି ଚୟନ ଆସନ୍ତା ୨ ମାସ ମଧ୍ୟରେ କରାଯିବ। ଦିଲ୍ଲୀରୁ କେତେଜଣ ନେତା ଆସି ଦଳର କେତେଜଣ ନେତାଙ୍କ ସହ ଆଲୋଚନାକରି ମତାମତ ନେବେ। ଏହା ସହ ବିଭିନ୍ନ ଉପାୟରେ ସର୍ଭେ କରାଯାଇ କାହାକୁ ସଭାପତି କଲେ ଠିକ୍ ହେବ, ସେନେଇ ମଧ୍ୟ ମତ ସଂଗ୍ରହ କରାଯିବ ବୋଲି ଷ୍ଟିୟରିଂ କମିଟି ଅଧ୍ୟକ୍ଷ ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଥିବା ଜଣାପଡ଼ିଛି।
କଂଗ୍ରେସ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଗୁରୁବାର ଅଜୟ କୁମାରଙ୍କ ନେତୃତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ଏଥିରେ ୧୩ ଜଣ ବିଧାୟକ ଏବଂ ଷ୍ଟିୟରିଂ କମିଟି ସଦସ୍ୟଙ୍କ ମତାମତ ଲୋଡ଼ା ଯାଇଛି। ପ୍ରତି ୧୫ ଦିନରେ ଥରେ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ସଭାପତି ଚୟନ ନେଇ ଅଜୟ ନିର୍ଦ୍ଦିଷ୍ଟ ସମୟ ଦେବା ପରେ ଦଳରେ ଆଶ୍ୱସ୍ତ ପ୍ରକାଶ ପାଇଛି।
The post ପିସିସି ସଭାପତି ଚୟନକୁ ଲାଗିବ ୨ ମାସ appeared first on Dharitri Odia News.