ଓଲଟିଲା ଗୋରୁ ବୋଝେଇ କଣ୍ଟେନର;୨୦ ଗୋରୁ ମୃତ

ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଓଲଟିଲା ଗୋରୁ ବୋଝେଇ କଣ୍ଟେନର;୨୦ ଗୋରୁ ମୃତ

ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର। ଦୁର୍ଘଟଣାରେ ୨୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଛି। ବୁର୍ଡ଼l - ସୋନପୁର ରାସ୍ତାର ବିଶିମୁଣ୍ଡା ଛକରେ ଏହି ଦୁର୍ଘଟଣା ଘଟିଛି।

ଆଜି ସକାଳେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ ହେଉଥିଲେ। ବିଶିମୁଣ୍ଡା ଛକରେ ଗୋରୁ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅନେକ ଗୋରୁ ଗାଡ଼ି ତଳେ ଚାପି ହୋଇ ଯାଇଥିବାବେଳେ ୨୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଛି। ସୋନପୁର ପୁର ପୁଲିସ ଓ ସ୍ଥାନୀୟ ଲୋକେ ଗୋରୁଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।