ଓଲଟିଲା ବସ୍, ୧୦ରୁ ଅଧିକ ଆହତ
ସମ୍ବଲପୁର,୫ା୨: ସମ୍ବଲପୁର ଜିଲା ଚାରମାଳ ଥାନା ଅନ୍ତର୍ଗତ ନୂଆପଡ଼ା ଛକ ବୁଲାଣି ନିକଟରେ ସୋମବାର ଭୋର୍ରୁ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶୁଭମ୍ ନାମକ ଯାତ୍ରୀବାହୀ ବସ୍ ୫୦ଜଣରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ ହୀରାକୁଦ ଅଭିମୁଖେ ଯାଉଥିଲା। ତେବେ ନୂଆପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଥିଲା। The post ଓଲଟିଲା ବସ୍, ୧୦ରୁ ଅଧିକ ଆହତ appeared first on Dharitri Odia News.
ସମ୍ବଲପୁର,୫ା୨: ସମ୍ବଲପୁର ଜିଲା ଚାରମାଳ ଥାନା ଅନ୍ତର୍ଗତ ନୂଆପଡ଼ା ଛକ ବୁଲାଣି ନିକଟରେ ସୋମବାର ଭୋର୍ରୁ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଶୁଭମ୍ ନାମକ ଯାତ୍ରୀବାହୀ ବସ୍ ୫୦ଜଣରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ ହୀରାକୁଦ ଅଭିମୁଖେ ଯାଉଥିଲା। ତେବେ ନୂଆପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଥିଲା।
The post ଓଲଟିଲା ବସ୍, ୧୦ରୁ ଅଧିକ ଆହତ appeared first on Dharitri Odia News.