ଓଲଟିଲା ମଦ ବୋଝେଇ ଟ୍ରକ, ପେଟି ପେଟି ବୋହିନେଲେ ଲୋକେ

ସାଲେପୁର : ଓଲଟିଲା ମଦ ବୋଝେଇ ଟ୍ରକ । ପେଟି ପେଟି ବିଦେଶୀ ମଦ ବୋହିନେଲେ ଲୋକେ ।  କଟକ ଜିଲ୍ଲା ସାଲେପୁର- ନନ୍ଦୋଲଗଡା ଭାତପଡା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଭାତପଡ଼ା ନିକଟରେ ମଦ ବୋଝେଇ ଗାଡ଼ି ସହ ଏକ ପିକ ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା । ମଦ ବୋଝେଇ ଟ୍ରକ ଓଲଟିବା ପରେ ଶହ ଶହ ବୋତଲ ବିଦେଶୀ ମଦ ବୋହି ନେଇଥିଲେ ଲୋକେ । ରାସ୍ତାରେ […] The post ଓଲଟିଲା ମଦ ବୋଝେଇ ଟ୍ରକ, ପେଟି ପେଟି ବୋହିନେଲେ ଲୋକେ appeared first on KNews Odisha.

ଓଲଟିଲା ମଦ ବୋଝେଇ ଟ୍ରକ, ପେଟି ପେଟି ବୋହିନେଲେ ଲୋକେ
liquor

ସାଲେପୁର : ଓଲଟିଲା ମଦ ବୋଝେଇ ଟ୍ରକ । ପେଟି ପେଟି ବିଦେଶୀ ମଦ ବୋହିନେଲେ ଲୋକେ ।  କଟକ ଜିଲ୍ଲା ସାଲେପୁର- ନନ୍ଦୋଲଗଡା ଭାତପଡା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଭାତପଡ଼ା ନିକଟରେ ମଦ ବୋଝେଇ ଗାଡ଼ି ସହ ଏକ ପିକ ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା ।

ମଦ ବୋଝେଇ ଟ୍ରକ ଓଲଟିବା ପରେ ଶହ ଶହ ବୋତଲ ବିଦେଶୀ ମଦ ବୋହି ନେଇଥିଲେ ଲୋକେ । ରାସ୍ତାରେ ଭଙ୍ଗା କାଚ ଗଦା ହେବା ସହ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତା ଜାମ ହେବା ସହ ଗାଡ଼ି ଚଳାଚଳ ଠପ ହୋଇପଡ଼ିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତାକୁ ସ୍ବାଭାବିକ କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା ।

The post ଓଲଟିଲା ମଦ ବୋଝେଇ ଟ୍ରକ, ପେଟି ପେଟି ବୋହିନେଲେ ଲୋକେ appeared first on KNews Odisha.