ଓଲାର ଇଲେକ୍ଟ୍ରିକ ବାଇକ୍ ଲଞ୍ଚ: ମୂଲ୍ୟ ୭୪,୯୯୯ ଟଙ୍କାରୁ ଆରମ୍ଭ, ଥରେ ଚାର୍ଜ କଲେ ୫୭୯ କିମି ଯିବ

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ଆଜି (୧୫ ଅଗଷ୍ଟ) ଏହାର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ରୋଡଷ୍ଟରକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ତିଆରି କରୁଥିବା କମ୍ପାନୀ ଏହାର ବାର୍ଷିକ ଇଭେଣ୍ଟ 'ସଙ୍କଳ୍ପ ୨୦୨୪' ରେ ୩ ବାଇକ୍ ମଡେଲ୍ ରୋଡଷ୍ଟର୍, ରୋଡଷ୍ଟର୍ ଏକ୍ସ, ରୋଡଷ୍ଟର୍ ପ୍ରୋ ଲଞ୍ଚ କରିଛି। ରୋଡଷ୍ଟର ଏବଂ ରୋଡଷ୍ଟର ଏକ୍ସ ତିନୋଟି ଅଲଗା ଅଲଗା ବ୍ୟାଟେରୀ ପ୍ୟାକ୍ ଓ ରୋଡଷ୍ଟର୍ ପ୍ରୋକୁ ଦୁଇଟି ଅଲଗା ବ୍ୟାଟେରୀ ପ୍ୟାକ୍ ସହିତ ମୋଟ ୮ ଟି ଭ୍ୟାରିଏଣ୍ଟ ଲଞ୍ଚ କରାଯାଇଛି। ରୋଡଷ୍ଟର ସିରିଜର ବେସ୍ ମୋଡେଲ୍‌ର ଏକ୍ସ ଶୋ’ରୁମ୍ ମୂଲ୍ୟ ୭୪,୯୯୯ ଟଙ୍କା ରଖାଯାଇଥିବା ବେଳେ ଟପ୍ ଭାରିଆଣ୍ଟ ରୋଡଷ୍ଟର୍ ପ୍ରୋ ଏକ୍ସ ଶୋ ରୁମ ମୂଲ୍ୟ ୨.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଉଛି।ନୂଆ ବାଇକ ଲଞ୍ଚ କରିବା ସହ କମ୍ପାନୀ ଦାବି କରିଛି ଯେ ରୋଡଷ୍ଟର ପ୍ରୋର ଟପ୍ ଭାରିଆଣ୍ଟରେ ୫୭୯ କିଲୋମିଟର ରେଞ୍ଜ ଦେବ। କମ୍ପାନୀ ସବୁ ବାଇକ୍ ବୁକିଂ କରିବା ଆରମ୍ଭ କରି ଦେଇଛି। ଜାନୁୟାରୀ ୨୦୨୫ରୁ ଏହି ବାଇକ ଗୁ଼ଡ଼ିକ  ବଜାରରେ ଉପଲବ୍ଧ ହେବ। ଏହି ବାଇକ୍ ଗୁଡିକ ଟର୍କର କ୍ରାଟୋସ୍ ଆର ଏବଂ ରିଭୋଳ୍ଟ RV400କୁ ଟକ୍କର ଦେବ।୧. ରୋଡଷ୍ଟାରର ଏକ୍ସ ରୋଡଷ୍ଟାର୍ ଏକ୍ସ ଏଣ୍ଟ୍ରି ଲେବଲ ସେଗ୍‌ମେଣ୍ଟର ବାଇକ। ଏଥିରେ   ପରଫର୍ମାନ୍ସ ପାଇଂ ୧୧କେଡବ୍ଲୁର ପିକ୍ ଆଉଟପୁଟ୍ ପାୱାର ମୋଟର ଦିଆଯାଇଛି। ଇଲେକ୍ଟ୍ରିକ୍ ମୋଟରକୁ ପାୱାର ଦେବାକୁ ରୋଡଷ୍ଟର୍ ଏକ୍ସରେ ତିନ

ଓଲାର ଇଲେକ୍ଟ୍ରିକ ବାଇକ୍ ଲଞ୍ଚ: ମୂଲ୍ୟ ୭୪,୯୯୯ ଟଙ୍କାରୁ ଆରମ୍ଭ, ଥରେ ଚାର୍ଜ କଲେ ୫୭୯ କିମି ଯିବ

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ଆଜି (୧୫ ଅଗଷ୍ଟ) ଏହାର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ରୋଡଷ୍ଟରକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ତିଆରି କରୁଥିବା କମ୍ପାନୀ ଏହାର ବାର୍ଷିକ ଇଭେଣ୍ଟ 'ସଙ୍କଳ୍ପ ୨୦୨୪' ରେ ୩ ବାଇକ୍ ମଡେଲ୍ ରୋଡଷ୍ଟର୍, ରୋଡଷ୍ଟର୍ ଏକ୍ସ, ରୋଡଷ୍ଟର୍ ପ୍ରୋ ଲଞ୍ଚ କରିଛି। ରୋଡଷ୍ଟର ଏବଂ ରୋଡଷ୍ଟର ଏକ୍ସ ତିନୋଟି ଅଲଗା ଅଲଗା ବ୍ୟାଟେରୀ ପ୍ୟାକ୍ ଓ ରୋଡଷ୍ଟର୍ ପ୍ରୋକୁ ଦୁଇଟି ଅଲଗା ବ୍ୟାଟେରୀ ପ୍ୟାକ୍ ସହିତ ମୋଟ ୮ ଟି ଭ୍ୟାରିଏଣ୍ଟ ଲଞ୍ଚ କରାଯାଇଛି। ରୋଡଷ୍ଟର ସିରିଜର ବେସ୍ ମୋଡେଲ୍‌ର ଏକ୍ସ ଶୋ’ରୁମ୍ ମୂଲ୍ୟ ୭୪,୯୯୯ ଟଙ୍କା ରଖାଯାଇଥିବା ବେଳେ ଟପ୍ ଭାରିଆଣ୍ଟ ରୋଡଷ୍ଟର୍ ପ୍ରୋ ଏକ୍ସ ଶୋ ରୁମ ମୂଲ୍ୟ ୨.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଉଛି।

ନୂଆ ବାଇକ ଲଞ୍ଚ କରିବା ସହ କମ୍ପାନୀ ଦାବି କରିଛି ଯେ ରୋଡଷ୍ଟର ପ୍ରୋର ଟପ୍ ଭାରିଆଣ୍ଟରେ ୫୭୯ କିଲୋମିଟର ରେଞ୍ଜ ଦେବ। କମ୍ପାନୀ ସବୁ ବାଇକ୍ ବୁକିଂ କରିବା ଆରମ୍ଭ କରି ଦେଇଛି। ଜାନୁୟାରୀ ୨୦୨୫ରୁ ଏହି ବାଇକ ଗୁ଼ଡ଼ିକ  ବଜାରରେ ଉପଲବ୍ଧ ହେବ। ଏହି ବାଇକ୍ ଗୁଡିକ ଟର୍କର କ୍ରାଟୋସ୍ ଆର ଏବଂ ରିଭୋଳ୍ଟ RV400କୁ ଟକ୍କର ଦେବ।

୧. ରୋଡଷ୍ଟାରର ଏକ୍ସ 

ରୋଡଷ୍ଟାର୍ ଏକ୍ସ ଏଣ୍ଟ୍ରି ଲେବଲ ସେଗ୍‌ମେଣ୍ଟର ବାଇକ। ଏଥିରେ   ପରଫର୍ମାନ୍ସ ପାଇଂ ୧୧କେଡବ୍ଲୁର ପିକ୍ ଆଉଟପୁଟ୍ ପାୱାର ମୋଟର ଦିଆଯାଇଛି। ଇଲେକ୍ଟ୍ରିକ୍ ମୋଟରକୁ ପାୱାର ଦେବାକୁ ରୋଡଷ୍ଟର୍ ଏକ୍ସରେ ତିନୋଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ରହିଛି। ନିଜ ସେଗ୍‌ମେଣ୍ଟରେ ଏହାସବୁ ଦ୍ରୁତଗାମୀ ଇଲେକ୍ଟ୍ରିକ ବାଇକ୍ ହେବ। ୪.୫କେଡବ୍ଲୁଏଚ୍ ବ୍ୟାଟେରୀ ପ୍ୟାକ୍ ଥିବା ଭାରିଆଣ୍ଟ ମାତ୍ର ୨-୮ ସେକେଣ୍ଡରେ ୦-୪୦ କିଲୋମିଟର ସ୍ପିଡ୍ ଧରିବ। ଏହାର ଟପ୍‌ ସ୍ପିଡ୍ ୧୨୪ କିମି ରହିଥିବା ବେଳ ଫୁଲ୍ ଚାର୍ଜରେ ୨୯୯ କିମି ଯାତ୍ରା କରିବ। ତେବେ କମ୍ପାନୀ ୨.୫କେଡବ୍ଲୁଏଚ ଏବଂ ୩.୫କେଡବ୍ଲୁଏଚ ବ୍ୟାଟେରୀ ପ୍ୟାକ୍ ଥିବା ବାଇକ୍‌ର ରେଞ୍ଜ ବିଷୟରେ କମ୍ପାନୀ ସୂଚନା ଦେଇ ନାହିଁ। 

ରୋଡଷ୍ଟର ଏକ୍ସରେ ସ୍ପୋର୍ଟସ୍, ନର୍ମାଲ୍ ଏବଂ ଇକୋ ରାଇଡିଂ ମୋଡ୍ ଦିଆଯାଇଛି।ଏହି ବାଇକ୍‌ରେ ଓଲା ଇଲେକ୍ଟ୍ରିକ୍ ଆପ୍ କନେକ୍ଟିଭିଟି ସହିତ ୪.୩-ଇଞ୍ଚର LCD ଡିସପ୍ଲେ ଅଛି, ଯାହା ମୁଭ OS5ରେ ଚାଲିବି। ଏହି ଡିସପ୍ଲେ ମୋଟରସାଇକେଲର ଡିଜିଟାଲ୍ କି ଲକିଂ/ ଅନଲକ୍ କରିବା ସୁବିଧା ଦେବ। 

ରୋଡଷ୍ଟରର ୩ ଭ୍ୟାରିଏଣ୍ଟର ମୂଲ୍ୟ ୧.୦୪ ଲକ୍ଷରୁ ଆରମ୍ଭ

ରୋଡଷ୍ଟାରର ପରଫର୍ମାନ୍ସ ପାଇଁ 13kW ପିକ୍ ଆଉଟପୁଟ୍ ପାୱାରବାଲା ମୋଟର ଦିଆଯାଇଛି। ରୋଡଷ୍ଟାରରେ ତିନୋଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ରହିଛି। 6kWh ବ୍ୟାଟେରୀ ପ୍ୟାକ୍ ଥିବା ମୋଡେଲ ମାତ୍ର ଦୁଇ ସେକେଣ୍ଡରେ ୦-୪୦ କିଲୋମିଟର ସ୍ପିଡ୍ ଧରିପାରିବ। ଏହାର ଟପ ସ୍ପିଡ୍ ୧୨୬ କିଲୋମିଟର ଏବଂ ଏହା ସମ୍ପୂର୍ଣ୍ଣ ଚାର୍ଜରେ ୨୪୮ କିଲୋମିଟର ଯାଇପାରିବ। 3.5kWh ଏବଂ 4.5kWh ବ୍ୟାଟେରୀ ପ୍ୟାକ୍ର ବାଇକ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ। 

ରୋଡଷ୍ଟାରରେ ହାଇପର, ସ୍ପୋର୍ଟସ୍, ନର୍ମାଲ୍ ଏବଂ ଇକୋ ରାଇଡିଂ ମୋଡ୍ ଦିଆଯାଇଛି।ଏହି ବାଇକ୍‌ରେ ଓଲା ଇଲେକ୍ଟ୍ରିକ୍ ଆପ୍ କନେକ୍ଟିଭିଟି ସହିତ ୬.୮-ଇଞ୍ଚର LCD ଡିସପ୍ଲେ  ଦେଇଛି ଯାହା Moov OS5 ରେ ଚାଲିଥାଏ। ଏହି ବାଇକ୍‌ରେ ସ୍ମାର୍ଟ ଫଚର୍ସ ଭଳି ପ୍ରକ୍ସିମିଟି ଅନଲକ, କ୍ରୁଜ୍ କଣ୍ଟ୍ରୋଲ୍, ପାର୍ଟି ମୋଡ୍, ଟ୍ୟାମ୍ପର୍ ଆଲର୍ଟ ଏବଂ କୁତ୍ରିମ ଆସିଷ୍ଟାଣ୍ଟ, ସ୍ମାର୍ଟୱାଚ୍ ଆପ୍, ରୋଡ୍ ଟ୍ରିପ୍ ପ୍ଲାନର୍ ଭଳି ଏଆଇ ଚାଳିତ ପିଚର୍ସ ମଧ୍ୟ ରହିଛି। 

ରୋଡଷ୍ଟୋର ପ୍ରୋର ଦୁଇଟି ଭ୍ୟାରିଏଣ୍ଟ ୧.୯୯ ଲକ୍ଷରୁ ଆରମ୍ଭ

ରୋଡଷ୍ଟାର୍ ପ୍ରୋ ହେଉଛି ପ୍ରିମିୟମ୍ ସେଗମେଣ୍ଟର ବାଇକ୍। ପରଫର୍ମାନ୍ସ ପାଇଁ ଏଥିରେ 52kW ର ପିକ୍  ଆଉଟପୁଟ୍‌ ପାୱାର ମୋଟର ଦିଆଯାଇଛି। ଇଲେକ୍ଟ୍ରିକ୍ ମୋଟରକୁ ପାୱାର ଦେବାକୁ ରୋଡଷ୍ଟାର୍ ପ୍ରୋରେ ଦୁଇଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ରହିବ। 16kWh ବ୍ୟାଟେରୀ ପ୍ୟାକବାଲା ଭ୍ୟାରିଏଣ୍ଟ ୧.୨ସେକେଣ୍ଡରେ 0-40 କିମି ସ୍ପିଡ୍ ଧରିବ। ଏହାର ଟପ୍‌ସ୍ପିଡ୍ ୧୯୪ କିମି ରହିଛି। ଏହା ସମ୍ପୂର୍ଣ୍ଣ ଚାର୍ଜରେ ୫୭୯ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ସେହିଭଳି 8kWh ବ୍ୟାଟେରୀ ପ୍ୟାକ୍ ଥିବା ବାଇକ୍‌ ସମ୍ପର୍କରେ କମ୍ପାନୀ କୌଣସି ସୂଚନା ଦେଇନାହିଁ। 

ରୋଡଷ୍ଟାର୍ ପ୍ରୋରେ ଓଲା ଇଲେକ୍ଟ୍ରିକ୍ ଆପ୍ କନେକ୍ଟିଭିଟି ସହିତ ୧୦-ଇଞ୍ଚର ଏଲିସିଡି ଡିସ୍‌ପ୍ଲେ ରହିଛି ଯାହା Moov OS5ର ପରିଚାଳିତ ହେବ। ଏହି ଡିସପ୍ଲେ ମୋଟରସାଇକେଲର ଡିଜିଟାଲ୍ କି ଲକିଂ / ଅନଲକ୍ କରିବାକୁ ସୁବିଧା, ଏହା ADAS ଫିଚର ଦିଆଯାଇଛି ଯେଉଁଥିରେ କୋଲିଜନ(ଗାଡ଼ି ଧକ୍କା) ୱାର୍ଣ୍ଣିଂ, କର୍ଣ୍ଣରନିଂ  ABS, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ଆଦି ରହିଛି। ଏହା ବ୍ୟତୀତ ସ୍ୱୟଂଚାଳିତ ଗରମ ଏବଂ କୁଲିଂ, ରେସ୍ ମୋଡ୍ ଭଳି ଫିଚର ରହିଛି। 

OS 5 ସଫ୍ଟୱେର୍ ରିମୁଭେବଲ ବ୍ୟାଟେରି ପ୍ୟାକ୍ ବି ଲଞ୍ଚ ହୋଇଛି। 

ଏଥିସହିତ କମ୍ପାନୀ ଅପଡେଟ୍ ଏଆଇ କୃତ୍ରିମ, ଇଲେକ୍ଟ୍ରିକ୍ ସ୍କୁଟରର ଥାର୍ଡ ଜେନେରେସନ ପ୍ଲାଟଫର୍ମ, ମୁଭ୍ OS 5 ସଫ୍ଟୱେର୍, ରିମୁଭେବଲ ବ୍ୟାଟେରୀ ପ୍ୟାକ୍ ଏବଂ ଥାର୍ଡ ଜେନେରେସ ବ୍ୟାଟେରୀ ପ୍ୟାକ୍ ରହିଛି। ସୂଚନା ଥାଉକି ୨୦୧୭ରେ ବେଙ୍ଗାଲୁରୁ ସ୍ଥିତ ଓଲା ଇଲେକ୍ଟ୍ରିକ ମୋବିଲିଟିର ସ୍ଥାପନା କରାଯାଇଥିଲା। କମ୍ପାନୀ ମୁଖ୍ୟତ ଓଲା ଫ୍ୟୁଚର ଫ୍ୟାକ୍ଟ୍ରିରେ ଇଲେକ୍ଟ୍ରିକ ଗାଡ଼ି, ବ୍ୟାଟେରୀ ପ୍ୟାକ୍, ମୋଟର ଏବଂ ଭେଇକଲ ଫ୍ରେମ୍ ଉତ୍ପାଦନ କରେ। ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା, କମ୍ପାନୀର ୯୫୯ କର୍ମଚାରୀ ଥିଲେ (୯୦୭ ସ୍ଥାୟୀ ଏବଂ 52 ଫ୍ରିଲାନ୍ସର୍)।