ସାଙ୍ଗର ଜନ୍ମଦିନ ପାଳନ ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ଆଲୋକଙ୍କ ଜୀବନ
କଟକ ୦୮।୦୪ : ଜନ୍ମ ଦିନ ପାଳିବା ବେଳେ ଘଟିଲା ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ୨୩ ବର୍ଷୀୟ ଯୁବକ ଆଲୋକ ପ୍ରଧାନଙ୍କ ଜୀବନ। କଟକ ତୁଳସୀପୁର ମଧୁକୁଞ୍ଜ ପାର୍କ ନିକଟରେ ଘଟିଛି ଏହି ଅଘଟଣ । ଖବର ଅନୁଯାୟୀ, ରବିବାର ରାତି ପାଖାପାଖି ୧୧ ଟା ସମୟରେ ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମ ଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କ ନିକଟକୁ ଯାଇଥିଲେ। ସମସ୍ତେ ଜନ୍ମ ଦିନ ପାଳିବା ସମୟରେ ଆଲୋକ ଓ ତାଙ୍କ ସାଙ୍ଗ ଉଦିତ କେକ କାଟି ଫେରିବା ବେଳେ ପାର୍କ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରେ ସଂଯୋଗ ହେବା ଫଳରେ ଦୁଇ ଜଣଙ୍କୁ ବିଦ୍ୟୁତ୍ ଆଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପଟେ ଏହି ଘଟଣାରେ ଉଦୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତଦେହକୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା।
କଟକ ୦୮।୦୪ : ଜନ୍ମ ଦିନ ପାଳିବା ବେଳେ ଘଟିଲା ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ୨୩ ବର୍ଷୀୟ ଯୁବକ ଆଲୋକ ପ୍ରଧାନଙ୍କ ଜୀବନ। କଟକ ତୁଳସୀପୁର ମଧୁକୁଞ୍ଜ ପାର୍କ ନିକଟରେ ଘଟିଛି ଏହି ଅଘଟଣ ।
ଖବର ଅନୁଯାୟୀ, ରବିବାର ରାତି ପାଖାପାଖି ୧୧ ଟା ସମୟରେ ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମ ଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କ ନିକଟକୁ ଯାଇଥିଲେ। ସମସ୍ତେ ଜନ୍ମ ଦିନ ପାଳିବା ସମୟରେ ଆଲୋକ ଓ ତାଙ୍କ ସାଙ୍ଗ ଉଦିତ କେକ କାଟି ଫେରିବା ବେଳେ ପାର୍କ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରେ ସଂଯୋଗ ହେବା ଫଳରେ ଦୁଇ ଜଣଙ୍କୁ ବିଦ୍ୟୁତ୍ ଆଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପଟେ ଏହି ଘଟଣାରେ ଉଦୟ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତଦେହକୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା।