‘ଓସିଏରୁ ଇସ୍ତଫା ଦେଇ ଦିଅନ୍ତୁ ବବି ଦାସ’
ଭୁବନେଶ୍ୱର,୧୨।୭: ଓସିଏରୁ ପ୍ରଣବ ପ୍ରକାଶ ଦାସ(ବବି) ଇସ୍ତଫା ଦେଇ ଦିଅନ୍ତୁ। ଏଭଳି ଦାବି କରିଛନ୍ତି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ସମୀର ଦେ। ସେ କହିଛନ୍ତି, ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍। ଓସିଏ କିମ୍ବା କ୍ରୀଡ଼ାର ବବି ଦାସ କିଛି ଉନ୍ନତି କରିନାହାନ୍ତି। କେବଳ ନିଜର ଫାଇଦା ପାଇଁ ସେ ଓସିଏରେ ଅଛନ୍ତି। କ୍ରିକେଟରେ ବି ପରିବର୍ତ୍ତନର ଆବଶ୍ୟକତା ଅଛି। ପୂର୍ବ ସରକାର ବିଭିନ୍ନ କ୍ରୀଡ଼ା ସଂଗଠନକୁ କବ୍ଜା କରିଥିଲେ। […] The post ‘ଓସିଏରୁ ଇସ୍ତଫା ଦେଇ ଦିଅନ୍ତୁ ବବି ଦାସ’ appeared first on Dharitri Odia News.
ଭୁବନେଶ୍ୱର,୧୨।୭: ଓସିଏରୁ ପ୍ରଣବ ପ୍ରକାଶ ଦାସ(ବବି) ଇସ୍ତଫା ଦେଇ ଦିଅନ୍ତୁ। ଏଭଳି ଦାବି କରିଛନ୍ତି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ସମୀର ଦେ। ସେ କହିଛନ୍ତି, ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍। ଓସିଏ କିମ୍ବା କ୍ରୀଡ଼ାର ବବି ଦାସ କିଛି ଉନ୍ନତି କରିନାହାନ୍ତି। କେବଳ ନିଜର ଫାଇଦା ପାଇଁ ସେ ଓସିଏରେ ଅଛନ୍ତି। କ୍ରିକେଟରେ ବି ପରିବର୍ତ୍ତନର ଆବଶ୍ୟକତା ଅଛି। ପୂର୍ବ ସରକାର ବିଭିନ୍ନ କ୍ରୀଡ଼ା ସଂଗଠନକୁ କବ୍ଜା କରିଥିଲେ।
ସମୀର ଆହୁରି କହିଛନ୍ତି, କ୍ରୀଡ଼ାର ଉନ୍ନତି ନ କରି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିଲେ। କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବଡ଼ ବଡ଼ ଦୁର୍ନୀତିରେ ଆଇଏଏସ୍ଙ୍କ ହାତ ଅଛି। ଏ ସରକାର ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସମୀର କହିଛନ୍ତି।
The post ‘ଓସିଏରୁ ଇସ୍ତଫା ଦେଇ ଦିଅନ୍ତୁ ବବି ଦାସ’ appeared first on Dharitri Odia News.