ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ କରିନାହାଁନ୍ତି, ସେମାନଙ୍କର କ୍ଲୋଜ ବଣ୍ଡ ନିଶ୍ଚିତ ଭାବରେ ପ୍ରଶଂସକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଠିକ ଅଛି, ସମ୍ପର୍କ ଜଣା ନାହିଁ କିନ୍ତୁ ରଶ୍ମିକା ଏବଂ ବିଜୟ ପରସ୍ପର ସହିତ ବହୁତ ଭଲ ବଣ୍ଡ ଶେୟାର କରିଥାଆନ୍ତି। ଉଭୟ ପରସ୍ପରକୁ ସର୍ବୋତ୍ତମ ବନ୍ଧୁ ବା ବେଷ୍ଟ ଫ୍ରେଣ୍ଡ ବୋଲି ଡାକନ୍ତି […] The post ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା appeared first on Dharitri Odia News.

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ କରିନାହାଁନ୍ତି, ସେମାନଙ୍କର କ୍ଲୋଜ ବଣ୍ଡ ନିଶ୍ଚିତ ଭାବରେ ପ୍ରଶଂସକମାନଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥାଏ।
ଠିକ ଅଛି, ସମ୍ପର୍କ ଜଣା ନାହିଁ କିନ୍ତୁ ରଶ୍ମିକା ଏବଂ ବିଜୟ ପରସ୍ପର ସହିତ ବହୁତ ଭଲ ବଣ୍ଡ ଶେୟାର କରିଥାଆନ୍ତି। ଉଭୟ ପରସ୍ପରକୁ ସର୍ବୋତ୍ତମ ବନ୍ଧୁ ବା ବେଷ୍ଟ ଫ୍ରେଣ୍ଡ ବୋଲି ଡାକନ୍ତି । ଉଭୟ ମଧ୍ୟ ପରସ୍ପରକୁ ଚିୟର କରିବାକୁ ଭୁଲନ୍ତି ନାହିଁ । ନିକଟରେ ରଶ୍ମିକା ମଧ୍ୟ ‘ଖୁସି’ ଅଭିନେତାଙ୍କୁ ଚିୟର କରିଛନ୍ତି।

ନିକଟରେ ବିଜୟ ଦେବରାକୋଣ୍ଡା ଷ୍ଟାରର ଫିଲ୍ମ ଫ୍ୟାମିଲି ଷ୍ଟାରର ଟ୍ରେଲର ରିଲିଜ ହୋଇଛି। ଲୋକମାନେ ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରିଥିଲେ। ବିଜୟଙ୍କ ଫିଲ୍ମର ଟ୍ରେଲରକୁ ମଧ୍ୟ ରଶ୍ମିକା ପସନ୍ଦ କରିଥିଲେ। ସେ ସୋସିଆଲ ମିଡିଆରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ‘ଆନିମଲ’ ଅଭିନେତ୍ରୀ ଏକ୍ସରେ ଫ୍ୟାମିଲି ଷ୍ଟାରର ଟ୍ରେଲରକୁ ରିଶେୟାର କରି କ୍ୟାପସନରେ ଲେଖିଛନ୍ତି, ଫ୍ୟାମିଲି ଷ୍ଟାର ପାଇଁ ମୁଁ ପ୍ରିୟ ପର୍ଶୁରାମ ଏବଂ ବିଜୟ ଦେବରାକୋଣ୍ଡାଙ୍କୁ ଶୁଭେଚ୍ଛା ଜଣାଉଛି।
ଅଭିନେତ୍ରୀ ଆହୁରି ଲେଖିଛନ୍ତି, ଏହା ଏପ୍ରିଲ ୫ରେ ଆସୁଛି। ମୁଁ ବହୁତ ଏକ୍ସାଇଟେଡ ଅଛି। ମୃଣାଳ ଠାକୁର ଅଲ ଦ ବେଷ୍ଟ ମାଇ ଲଭ। ବିଜୟ ଦେବରାକୋଣ୍ଡା ରଶ୍ମିକାଙ୍କ ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ପିଙ୍କ ହାର୍ଟ ଇମୋଜି ସହିତ ଲେଖିଥିଲେ, ସବସେ କ୍ୟୁଟ।

The post ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା appeared first on Dharitri Odia News.