ଓ୍ବାଏନାଡ ଆସନ ଛାଡିପାରନ୍ତି ରାହୁଲ, କାରଣ…

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ଫଳାଫଳରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନଡିଏ ମେଣ୍ଟ ୨୯୩ ସିଟ୍‌ ପାଇଥିବାବେଳେ ଇଣ୍ଡିଆ ମେଣ୍ଟ ୨୩୪ ସିଟ୍‌ ପାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାରଣାସୀ ଆସନରୁ ଜିତିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲି ଓ ଓ୍ବାଏନାଡ ଆସରୁ ବିଜୟୀ ହୋଇଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ, ରାହୁଲ ଓ୍ବାଏନାଡ ଆସନ ଛାଡି ପାରନ୍ତି। ସେ […] The post ଓ୍ବାଏନାଡ ଆସନ ଛାଡିପାରନ୍ତି ରାହୁଲ, କାରଣ… appeared first on Dharitri Odia News.

ଓ୍ବାଏନାଡ ଆସନ ଛାଡିପାରନ୍ତି ରାହୁଲ, କାରଣ…

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ଫଳାଫଳରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏନଡିଏ ମେଣ୍ଟ ୨୯୩ ସିଟ୍‌ ପାଇଥିବାବେଳେ ଇଣ୍ଡିଆ ମେଣ୍ଟ ୨୩୪ ସିଟ୍‌ ପାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାରଣାସୀ ଆସନରୁ ଜିତିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲି ଓ ଓ୍ବାଏନାଡ ଆସରୁ ବିଜୟୀ ହୋଇଛନ୍ତି। ତେବେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ, ରାହୁଲ ଓ୍ବାଏନାଡ ଆସନ ଛାଡି ପାରନ୍ତି। ସେ ଉତ୍ତରପ୍ରଦେଶର ରାଏବରେଲି ଆସନରୁ କେବଳ ଏମପି ରହିବେ।

ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳର ୱାଏନାଡ ଲୋକ ସଭା ଆସନରୁ ଜିତିଛନ୍ତି। ଏଠାରେ ସେ ସିପିଆଇର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆନି ରାଜାଙ୍କୁ ୩.୬୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଥର ସେ ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନରୁ ଏକ ପ୍ରଚଣ୍ଡ ବିଜୟ ହାସଲ କରିଛନ୍ତି।

The post ଓ୍ବାଏନାଡ ଆସନ ଛାଡିପାରନ୍ତି ରାହୁଲ, କାରଣ… appeared first on Dharitri Odia News.