ଔଷଧ ଦୋକାନ ଉପରକୁ ବୋମା ମାଡ଼; ଅଳ୍ପକେ ବର୍ତ୍ତିଲେ ଦୋକାନୀ
ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହ୍ଲାଦ ଡାକୁଆଙ୍କ ଔଷଧ ଦୋକାନ ଉପରକୁ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏକ ବାଇକରେ ୨ ଦୁର୍ବୃତ୍ତ ଆସି ଦୋକାନ ଉପରକୁ ଲଗାତର ୩ଟି ବୋମା ଫିଙ୍ଗି ଦ୍ରୁତଗତିରେ ଚାଲିଯାଇଥିଲେ। ୨ଟି ବୋମା ଫୁଟିଥିବାବେଳେ ଗୋଟିଏ ବୋମା ଫୁଟି ନ ଥିଲା। ଏହି ବୋମା ମାଡ଼ରେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାଙ୍କ ଦୋକାନର […] The post ଔଷଧ ଦୋକାନ ଉପରକୁ ବୋମା ମାଡ଼; ଅଳ୍ପକେ ବର୍ତ୍ତିଲେ ଦୋକାନୀ appeared first on Dharitri Odia News.
ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହ୍ଲାଦ ଡାକୁଆଙ୍କ ଔଷଧ ଦୋକାନ ଉପରକୁ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏକ ବାଇକରେ ୨ ଦୁର୍ବୃତ୍ତ ଆସି ଦୋକାନ ଉପରକୁ ଲଗାତର ୩ଟି ବୋମା ଫିଙ୍ଗି ଦ୍ରୁତଗତିରେ ଚାଲିଯାଇଥିଲେ। ୨ଟି ବୋମା ଫୁଟିଥିବାବେଳେ ଗୋଟିଏ ବୋମା ଫୁଟି ନ ଥିଲା।
ଏହି ବୋମା ମାଡ଼ରେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ତାଙ୍କ ଦୋକାନର କ୍ୟାସ କାଉଣ୍ଟର କିଛି ପରିମାଣରେ ଜଳି ଯାଇଛି। ପ୍ରହ୍ଲାଦ ରାଷ୍ଟ୍ରୀୟ ସ୍ବୟଂ ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତ ଅଛନ୍ତି। ବିଭିନ୍ନ ସାମାଜିକ କାର୍ଯ୍ୟରେ ସେ ସମ୍ପୃକ୍ତ ରହିବା ସହ ପଞ୍ଚାୟତର ଜଣେ ପ୍ରମୁଖ ବ୍ୟକ୍ତି ଭାବେ ସେ ଖୁବ ପରିଚିତ ଥିବାବେଳେ ତାଙ୍କୁ କିଏ କାହିଁକି ଟାର୍ଗେଟ କଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।
ଖବର ପାଇ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମାକୁ ଜବତ କରିବା ସହ ସବିଶେଷ ତଦନ୍ତ କରି ଫେରିଛନ୍ତି। କିଛି ଦିନ ପୂର୍ବେ ଜଣେ ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲକୁ କେନ୍ଦ୍ରକରି ଏହି ବୋମାମାଡ଼ କରାଯାଇଥିବା ଗ୍ରାମରେ ଆଲୋଚନା ହେଉଛି।
The post ଔଷଧ ଦୋକାନ ଉପରକୁ ବୋମା ମାଡ଼; ଅଳ୍ପକେ ବର୍ତ୍ତିଲେ ଦୋକାନୀ appeared first on Dharitri Odia News.