‘ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅମିତ ଶାହା’ କହୁକହୁ କହିଦେଲେ… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୭।୭: ଉଦ୍ଧବ ଠାକରେ ଗୋଷ୍ଠୀର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ରବିବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଅବସର ଦେବାକୁ ଚାହୁଁଛନ୍ତି, ସେଥିରେ ଅମିତ ଶାହା ମଧ୍ୟ ଅଛନ୍ତି। ମୁମ୍ବାଇରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ଏକ ଦୌଡ଼ ଚାଲିଛି ଏବଂ ଏଥିପାଇଁ ଲୋକମାନେ ପରସ୍ପରର ଗୋଡ଼ ଟାଣି ନେଉଛନ୍ତି। ଅମିତ ଶାହାଙ୍କ ପ୍ରଧାନମନ୍ତ୍ରୀ ହେବାର ମହତ୍ତ୍ୱାକାଂକ୍ଷା ଅଛି। ସଞ୍ଜୟ ରାଉତ ଆହୁରି କହିଛନ୍ତି, […] The post ‘ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅମିତ ଶାହା’ କହୁକହୁ କହିଦେଲେ… ରାଜନୀତି ହଲଚଲ appeared first on Dharitri Odia News.

‘ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅମିତ ଶାହା’ କହୁକହୁ କହିଦେଲେ… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୭।୭: ଉଦ୍ଧବ ଠାକରେ ଗୋଷ୍ଠୀର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ରବିବାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ଏହି ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଅବସର ଦେବାକୁ ଚାହୁଁଛନ୍ତି, ସେଥିରେ ଅମିତ ଶାହା ମଧ୍ୟ ଅଛନ୍ତି। ମୁମ୍ବାଇରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି, ଏକ ଦୌଡ଼ ଚାଲିଛି ଏବଂ ଏଥିପାଇଁ ଲୋକମାନେ ପରସ୍ପରର ଗୋଡ଼ ଟାଣି ନେଉଛନ୍ତି। ଅମିତ ଶାହାଙ୍କ ପ୍ରଧାନମନ୍ତ୍ରୀ ହେବାର ମହତ୍ତ୍ୱାକାଂକ୍ଷା ଅଛି।

ସଞ୍ଜୟ ରାଉତ ଆହୁରି କହିଛନ୍ତି, କୌଣସି ପରିସ୍ଥିତିରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦୌଡ଼ରେ ଅମିତ ଶାହାଙ୍କୁ ପ୍ରବେଶ କରିବାକୁ ଦେବେ ନାହିଁ। ଜଗଦୀପ ଧନଖରଙ୍କ ଇସ୍ତଫା ଉପରେ ସେ କହିଛନ୍ତି, ଏହା ସେପ୍ଟେମ୍ବରର ରାଜନୀତି। ସେପ୍ଟେମ୍ବରରେ ହେବାକୁ ଥିବା ରାଜନୈତିକ ଖେଳ ଜଗଦୀପ ଧନଖରଙ୍କ ଇସ୍ତଫା ସହିତ ଆରମ୍ଭ ହେଉଛି।

ଲଡକି ବେହେନ ଯୋଜନାରେ ହୋଇଥିବା ଠକେଇ ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ନିୟମ ଏବଂ ଆଇନ ଅନୁଯାୟୀ କାମ କରାଯାଇ ନାହିଁ। ଲଡକି ବେହେନ ଯୋଜନାରେ ୧୪ ହଜାର ପୁରୁଷ ଲାଭବାନ ହୋଇଛନ୍ତି। ଏହାର ଅର୍ଥ କ’ଣ? ଏହି ଲୋକମାନେ କିଏ? ସରକାର କେତେ କୋଟି ଟଙ୍କା ହରାଇଛନ୍ତି?

ଶିବସେନା (ୟୁବିଟି) ଏମ୍‌ପି ଆହୁରି କହିଛନ୍ତି ଯେ ଏହି ଯୋଜନାରୁ ବରିଷ୍ଠ ନାଗରିକମାନେ ଲାଭ ପାଇ ନାହାଁନ୍ତି। ଲଡକି ବେହେନ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ମହିଳାମାନେ ଲାଭ ପାଇ ନାହାଁନ୍ତି। କିନ୍ତୁ ୨.୫ ଲକ୍ଷ ମହିଳା ଅଛନ୍ତି ଯାହାଙ୍କ ବୟସ ୬୦ ବର୍ଷରୁ ଅଧିକ, ସେମାନେ ମଧ୍ୟ ଲାଭ ଉଠାଇଛନ୍ତି ଏବଂ ସରକାରଙ୍କୁ ପ୍ରାୟ ୪୫୦ ଟଙ୍କା କ୍ଷତି ସହିବାକୁ ପଡିଛି।

The post ‘ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅମିତ ଶାହା’ କହୁକହୁ କହିଦେଲେ… ରାଜନୀତି ହଲଚଲ appeared first on Dharitri Odia News.