ଓ୍ବାକଫ୍ ଆଇନରେ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର
ନୂଆଦିଲ୍ଲୀ,୪ା୮: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ୍ବାକଫ୍ ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି, ଯାହା ଦ୍ୱାରା ଓ୍ବାକଫ୍ ବୋର୍ଡର କ୍ଷମତା ସଙ୍କୁଚିତ ହେବ। ଏହି ଆଇନରେ ମୋଟ ୪୦ଟି ସଂଶୋଧନକୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଆସନ୍ତା ସପ୍ତାହରେ ଉକ୍ତ ବିଲ୍ ପାର୍ଲାମେଣ୍ଟରେ ଆଗତ ହେବାକୁ ଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଓ୍ବାକଫ୍ ସମ୍ପତ୍ତି ଉପରେ ବୋର୍ଡର କର୍ତ୍ତୃତ୍ୱକୁ ନିୟନ୍ତ୍ରଣ କରିବା ପ୍ରସ୍ତାବିତ ସଂଶୋଧନର ଲକ୍ଷ୍ୟ। ସମ୍ପତ୍ତିଗୁଡ଼ିକର ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। ଓ୍ବାକଫ୍ ବୋର୍ଡଗୁଡ଼ିକ ୯,୪୦,୦୦୦ […] The post ଓ୍ବାକଫ୍ ଆଇନରେ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର appeared first on Dharitri Odia News.
ନୂଆଦିଲ୍ଲୀ,୪ା୮: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ୍ବାକଫ୍ ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି, ଯାହା ଦ୍ୱାରା ଓ୍ବାକଫ୍ ବୋର୍ଡର କ୍ଷମତା ସଙ୍କୁଚିତ ହେବ। ଏହି ଆଇନରେ ମୋଟ ୪୦ଟି ସଂଶୋଧନକୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଆସନ୍ତା ସପ୍ତାହରେ ଉକ୍ତ ବିଲ୍ ପାର୍ଲାମେଣ୍ଟରେ ଆଗତ ହେବାକୁ ଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଓ୍ବାକଫ୍ ସମ୍ପତ୍ତି ଉପରେ ବୋର୍ଡର କର୍ତ୍ତୃତ୍ୱକୁ ନିୟନ୍ତ୍ରଣ କରିବା ପ୍ରସ୍ତାବିତ ସଂଶୋଧନର ଲକ୍ଷ୍ୟ। ସମ୍ପତ୍ତିଗୁଡ଼ିକର ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ।
ଓ୍ବାକଫ୍ ବୋର୍ଡଗୁଡ଼ିକ ୯,୪୦,୦୦୦ ଏକର ପରିମିତ ସମ୍ପତ୍ତିର ଦେଖାରଖା କରୁଛନ୍ତି। ୨୦୧୩ରେ ଉପା ସରକାର ଓ୍ବାକଫ୍ ଆଇନରେ ସଂଶୋଧନ କରି ବୋର୍ଡଗୁଡ଼ିକର କ୍ଷମତା ବଢ଼ାଇଥିଲେ।
The post ଓ୍ବାକଫ୍ ଆଇନରେ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର appeared first on Dharitri Odia News.