ଓ୍ବାଙ୍ଖେଡେରେ ଗର୍ଜିଲେ ସୂର୍ଯ୍ୟ-ରିକଲ୍ଟନ; ଲକ୍ଷ୍ନୌ ସାମ୍ନାରେ ମୁମ୍ବାଇର ବିଶାଳ ଟାର୍ଗେଟ୍
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆଜି ସନଡେ’ ଧମାଲ୍ । ୪୫ତମ ମ୍ୟାଚରେ ଗର୍ଜିଲା ରିୟନ ରିକଲଟନ୍ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟ୍ । ଓ୍ବାଙ୍ଖେଡେରେ ଛକା-ଚୌକା ବର୍ଷ ହୋଇଛି । ରକଲଟନ୍ ୩୨ ବଲରେ ୫୮ରନ୍ ଏବଂ ସୂର୍ଯ୍ୟ ୨୮ ବଲରେ ୫୪ ରନ୍ କରିଛନ୍ତି । ଶେଷ ଦୁଇ ଓଭରରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଭାରି ପଡ଼ିଲେ କୋର୍ବିନ୍ ବୋସ୍ । ସେ ୨୦ ରନ୍ ଦଳୀୟ ସ୍କୋରରେ ଯୋଡ଼ି ଏଲଏସଜିକୁ ଦେଲେ ୨୧୬ ରନ୍ର ଟାର୍ଗେଟ୍ ।ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଓ ଅଭେଶ୍ ଖାନା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି । ସୁପର ସନଡେ’ରେ ଓ୍ବାଙ୍ଖେଡେରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଉଛି । ୪୫ତମ ମୁକାବିଲାରେ ଏଲଏସଜି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପକ୍ଷରୁ ରିୟନ ରିକଲଟନ ଓ ରୋହିତ ଶର୍ମା ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ୩୩ ରନରେ ମୁମ୍ବାଇକୁ ପ୍ରଥମ ଝଟକା ଲାଗିଥିଲା । ରୋହିତ ଶର୍ମା ମୟଙ୍କ ଯାଦବଙ୍କୁ ଦୁଇଟି ଛକା ମାରିବା ପରେ ଗଲିରେ ଧରା ପଡ଼ିଥିଲେ । ଏହାପରେ ଓ୍ବିଲ୍ ଜ୍ୟାକ୍ସ ରିକଲଟନଙ୍କ ସହିତ ଦ୍ବିତୀୟ ଓ୍ବିକେଟରେ ୫୩ ରନର ଭାଗିଦାରୀ କରିଥିଲେ । ରିକଲଟନ ୫୮ ରନ କରି ଦିଗଭେଶ୍ ରାଠିଙ୍କ ଶିକାର ହେବାପରେ ମୁମ୍ବାଇକୁ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ । ସେ ମାତ୍ର ୨୮ଟି ବଲ୍ ଖେଳି ୫୪ ରନ୍ ସଂଗ୍ରହ କରିଥିଲେ । ଓ୍ବିଲ୍ ଜ୍ୟାକ୍ସ ୨୯ ରନ କରି ଆଉଟ୍ ହେବା ପରେ ନ
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗରେ ଆଜି ସନଡେ’ ଧମାଲ୍ । ୪୫ତମ ମ୍ୟାଚରେ ଗର୍ଜିଲା ରିୟନ ରିକଲଟନ୍ ଓ ସୂର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟ୍ । ଓ୍ବାଙ୍ଖେଡେରେ ଛକା-ଚୌକା ବର୍ଷ ହୋଇଛି । ରକଲଟନ୍ ୩୨ ବଲରେ ୫୮ରନ୍ ଏବଂ ସୂର୍ଯ୍ୟ ୨୮ ବଲରେ ୫୪ ରନ୍ କରିଛନ୍ତି । ଶେଷ ଦୁଇ ଓଭରରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଭାରି ପଡ଼ିଲେ କୋର୍ବିନ୍ ବୋସ୍ । ସେ ୨୦ ରନ୍ ଦଳୀୟ ସ୍କୋରରେ ଯୋଡ଼ି ଏଲଏସଜିକୁ ଦେଲେ ୨୧୬ ରନ୍ର ଟାର୍ଗେଟ୍ ।ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଓ ଅଭେଶ୍ ଖାନା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।
ସୁପର ସନଡେ’ରେ ଓ୍ବାଙ୍ଖେଡେରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଉଛି । ୪୫ତମ ମୁକାବିଲାରେ ଏଲଏସଜି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପକ୍ଷରୁ ରିୟନ ରିକଲଟନ ଓ ରୋହିତ ଶର୍ମା ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ୩୩ ରନରେ ମୁମ୍ବାଇକୁ ପ୍ରଥମ ଝଟକା ଲାଗିଥିଲା । ରୋହିତ ଶର୍ମା ମୟଙ୍କ ଯାଦବଙ୍କୁ ଦୁଇଟି ଛକା ମାରିବା ପରେ ଗଲିରେ ଧରା ପଡ଼ିଥିଲେ । ଏହାପରେ ଓ୍ବିଲ୍ ଜ୍ୟାକ୍ସ ରିକଲଟନଙ୍କ ସହିତ ଦ୍ବିତୀୟ ଓ୍ବିକେଟରେ ୫୩ ରନର ଭାଗିଦାରୀ କରିଥିଲେ । ରିକଲଟନ ୫୮ ରନ କରି ଦିଗଭେଶ୍ ରାଠିଙ୍କ ଶିକାର ହେବାପରେ ମୁମ୍ବାଇକୁ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ । ସେ ମାତ୍ର ୨୮ଟି ବଲ୍ ଖେଳି ୫୪ ରନ୍ ସଂଗ୍ରହ କରିଥିଲେ । ଓ୍ବିଲ୍ ଜ୍ୟାକ୍ସ ୨୯ ରନ କରି ଆଉଟ୍ ହେବା ପରେ ନମନ ଧୀର ୨୫ ଓ କର୍ବିନ୍ ବୋସ୍ ୨୦ ରନ କରି ଦଳୀୟ ସ୍କୋରକୁ ୨୧୫ରେ ରନରେ ପହଞ୍ଚାଇଥିଲେ । ଫଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ସାମ୍ନାରେ ୨୧୬ ରନ୍ର ଟାର୍ଗେଟ୍ ରହିଛି ।