ବେଆଇନ ବାଣ କାରଖାନାରୁ ୪୦କେଜି ବାରୁଦ ଜବତ, କାରଖାନା ମାଲିକ ଗିରଫ
ଜଟଣୀ ୨୯।୩: ଆକ୍ସନ ମୁଡ଼ରେ କମିଶନରରେଟ୍ ପୋଲିସ । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଅଣ୍ଟା ଭିଡ଼ିଛି ପୋଲିସ । ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳା କରିବା ପାଇଁ କିଛି ଦିନ ହେବ UPD ଭୁବନେଶ୍ୱର ତରଫରୁ ବିଭିନ୍ନ ଥାନା ପକ୍ଷରୁ ଫ୍ଲାଗମାର୍ଚ୍ଚ କରିବା ସହ ବିଭିନ୍ନ ଜାଗାରେ ଚେକିଂ ବ୍ଲକିଂ ମଧ୍ୟ କରୁଛି ପୋଲିସ l ଜଟଣୀ ପୋଲିସକୁ ପୁଣି ଗୋଟେ ବଡ ସଫଳତା ବୁଧବାର ରାତିରେ ମିଳିଥିଲା । ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରି ୫ ଡକାୟତଙ୍କୁ ମଧ୍ୟ ଗିରଫ କରି ତାଙ୍କ ଠାରୁ ବୋମା ଓ ମାରଣାସ୍ତ୍ର ଜବତ କରିଥିଲା ପୋଲିସ l ଅଧିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ବୋମା ତିଆରି ସାମଗ୍ରୀ କେଉଁଠାରେ ବିକ୍ରି ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ଜାଗାରେ ଚଡାଉ କରି ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂଙ୍କ ନେତୃତ୍ୱରେ ଏକ ଟିମ୍ ଶେଷରେ ବେଆଇନ ବାଣ ଖାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ବାରୁଦ ଜବତ କରିଛି । ଜଟଣୀ ବଡ ନୂଆଗାଁ ଅଂଚଳରେ ଥିବା ବାଣ ଗୋଦାମରୁ ୪୦କେଜି ବାରୁଦ ତିଆରି ସରଞ୍ଜାମ, ଦେଶୀ ବାଣ ତିଆରି ସାମଗ୍ରୀକୁ ଜବତ କରି ଗୋଦାମକୁ ସିଲ୍ କରିଛି ଜଟଣୀ ପୋଲିସ lYou Can Read :ବଲାଙ୍ଗୀରରେ ମୁଖ୍ୟ ନିର୍ବାଚନ ଅଧିକାରୀ, ମାଓ ଗଡ଼ରେ ସୁରକ୍ଷା ସହ ଭୋଟ୍ ଗ୍ରହଣ ଉପରେ କଲେ ସମୀକ୍ଷା
ଜଟଣୀ ୨୯।୩: ଆକ୍ସନ ମୁଡ଼ରେ କମିଶନରରେଟ୍ ପୋଲିସ । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଅଣ୍ଟା ଭିଡ଼ିଛି ପୋଲିସ । ସାଧାରଣ ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳା କରିବା ପାଇଁ କିଛି ଦିନ ହେବ UPD ଭୁବନେଶ୍ୱର ତରଫରୁ ବିଭିନ୍ନ ଥାନା ପକ୍ଷରୁ ଫ୍ଲାଗମାର୍ଚ୍ଚ କରିବା ସହ ବିଭିନ୍ନ ଜାଗାରେ ଚେକିଂ ବ୍ଲକିଂ ମଧ୍ୟ କରୁଛି ପୋଲିସ l ଜଟଣୀ ପୋଲିସକୁ ପୁଣି ଗୋଟେ ବଡ ସଫଳତା ବୁଧବାର ରାତିରେ ମିଳିଥିଲା । ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରି ୫ ଡକାୟତଙ୍କୁ ମଧ୍ୟ ଗିରଫ କରି ତାଙ୍କ ଠାରୁ ବୋମା ଓ ମାରଣାସ୍ତ୍ର ଜବତ କରିଥିଲା ପୋଲିସ l ଅଧିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ବୋମା ତିଆରି ସାମଗ୍ରୀ କେଉଁଠାରେ ବିକ୍ରି ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ଜାଗାରେ ଚଡାଉ କରି ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂଙ୍କ ନେତୃତ୍ୱରେ ଏକ ଟିମ୍ ଶେଷରେ ବେଆଇନ ବାଣ ଖାରଖାନା ଉପରେ ଚଢାଉ କରି ବିପୁଳ ପରିମାଣର ବାରୁଦ ଜବତ କରିଛି । ଜଟଣୀ ବଡ ନୂଆଗାଁ ଅଂଚଳରେ ଥିବା ବାଣ ଗୋଦାମରୁ ୪୦କେଜି ବାରୁଦ ତିଆରି ସରଞ୍ଜାମ, ଦେଶୀ ବାଣ ତିଆରି ସାମଗ୍ରୀକୁ ଜବତ କରି ଗୋଦାମକୁ ସିଲ୍ କରିଛି ଜଟଣୀ ପୋଲିସ l
You Can Read :
ବଲାଙ୍ଗୀରରେ ମୁଖ୍ୟ ନିର୍ବାଚନ ଅଧିକାରୀ, ମାଓ ଗଡ଼ରେ ସୁରକ୍ଷା ସହ ଭୋଟ୍ ଗ୍ରହଣ ଉପରେ କଲେ ସମୀକ୍ଷା