ଓ୍ବାଣ୍ଡର୍ଲା ପାର୍କର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୯।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅନ୍ତଃରାଷ୍ଟ୍ରୀୟ ପୁରୁଷ ଦିବସ ଅବସରରେ ୱାଣ୍ଡର୍ଲା ହଲିଡେଜ ଲିମିଟେଡ ପକ୍ଷରୁ ଏକ ସ୍ବତନ୍ତ୍ର ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଦିନ ପାର୍କ ଟିକେଟରେ ପୁରୁଷ ଅତିଥିମାନେ ଏକ ସ୍ବତନ୍ତ୍ର ରିହାତି ସୁବିଧା ପାଇବେ। ୧ ଟିକେଟ କ୍ରୟରେ ଆଉ ଏକ ଟିକେଟ ମାଗଣା ଲାଭ କରିପାରିବେ ବୋଲି ଓ୍ବାଣ୍ଡର୍ଲା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଫର ୨୦୨୪ ନଭେମ୍ବର ୫ରୁ ୧୯ ପର୍ଯ୍ୟନ୍ତ କୋଚି, […] The post ଓ୍ବାଣ୍ଡର୍ଲା ପାର୍କର ଆକର୍ଷଣୀୟ ଅଫର appeared first on Dharitri Odia News.

ଓ୍ବାଣ୍ଡର୍ଲା ପାର୍କର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୯।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅନ୍ତଃରାଷ୍ଟ୍ରୀୟ ପୁରୁଷ ଦିବସ ଅବସରରେ ୱାଣ୍ଡର୍ଲା ହଲିଡେଜ ଲିମିଟେଡ ପକ୍ଷରୁ ଏକ ସ୍ବତନ୍ତ୍ର ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଦିନ ପାର୍କ ଟିକେଟରେ ପୁରୁଷ ଅତିଥିମାନେ ଏକ ସ୍ବତନ୍ତ୍ର ରିହାତି ସୁବିଧା ପାଇବେ। ୧ ଟିକେଟ କ୍ରୟରେ ଆଉ ଏକ ଟିକେଟ ମାଗଣା ଲାଭ କରିପାରିବେ ବୋଲି ଓ୍ବାଣ୍ଡର୍ଲା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଫର ୨୦୨୪ ନଭେମ୍ବର ୫ରୁ ୧୯ ପର୍ଯ୍ୟନ୍ତ କୋଚି, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଭୁବନେଶ୍ୱରର ୱାଣ୍ଡର୍ଲା ପାର୍କର ଅନଲାଇନ ବୁକିଂରେ ଉପଲବ୍ଧ ରହିଛି।
ଏହି ପରିପ୍ରେକ୍ଷୀରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଏପରିକି ହେଙ୍ଗମେନର ଦ୍ରୁତ ରାଉଣ୍ଡ କିମ୍ବା ଧୈର୍ଯ୍ୟର ପରୀକ୍ଷା ସାମିଲ ରହିଛି, ଯେଉଁଥିରେ ଜଣେ ପ୍ରତିଯୋଗୀ ଲଗାତର ୫୦ଟି ଦଣ୍ଡ ମାରିବାର ବ୍ୟବସ୍ଥା ରହିଛି,ଯେଉଁମାନେ ନିର୍ଦ୍ଧାରିତ ଦୁଇଟି କାର୍ଯ୍ୟକଳାପ ମଧ୍ୟରୁ ଯେକୌଣସି ଗୋଟିଏକୁ ସଫଳତାର ସହ ସମ୍ପନ୍ନ କରିପାରିବେ। ସେହିବ୍ୟକ୍ତିଙ୍କୁ ଖୁସି ଏବଂ ହସଖୁସିରେ ପରିପୂର୍ଣ୍ଣ ଏକ ସ୍ମରଣୀୟ ଦିନକୁ ସୁନିଶ୍ଚିତ କରୁଥିବା ପାର୍କରେ ମାଗଣା ପ୍ରବେଶର ପୁରସ୍କାର ଦିଆଯିବ।
ଏ ସମ୍ପର୍କରେ ୱାଣ୍ଡର୍ଲା ହଲିଡେଜ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅରୁଣ କେଚିତ୍ତିଲାପିଲ କହିଥିଲେ, ଆମ ସମୁଦାୟ ପାଇଁ ପୁରୁଷଙ୍କ ସ୍ଥାୟୀ ଶକ୍ତି ଏବଂ ଅମୂଲ୍ୟ ଅବଦାନକୁ ପୁରୁଷ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରକୃତ ଭ୍ରାତୃତ୍ୱ ଭାବନାରେ ସମସ୍ତେ ନିୟୋଜିତ,ପ୍ରତିଦ୍ୱନ୍ଦ୍ୱିତା ଏବଂ ଯୋଡି ହୋଇପାରିବା ପାଇଁ ୱଣ୍ଡର୍ଲାରେ ଆମେ ଏକ ସମାବେଶୀ ସ୍ଥାନ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ଅଛୁ। ଏହା କେବଳ ଏକ ଦିନର ଉତ୍ସବ ପାଳନଠାରୁ ବହୁତ ଅଧିକ ହୋଇଥିଲାବେଳେ ନକାରାତ୍ମକତା ଉପରେ ବିଜୟର ମୁହୂର୍ତ୍ତ ସହିତ ସ୍ଥାୟୀ ବନ୍ଧନ ସୃଷ୍ଟି କରି ଏହା ମନୁଷ୍ୟର ସ୍ଥିରତା ଏବଂ ଏକତାକୁ ସମ୍ମାନଦେବାର ଏକ ସୁଯୋଗ ରହିଛି।

The post ଓ୍ବାଣ୍ଡର୍ଲା ପାର୍କର ଆକର୍ଷଣୀୟ ଅଫର appeared first on Dharitri Odia News.