ଚୋରଙ୍କ ଟେର୍ ପାଉନି ପୋଲିସ: ଘର ଭାଙ୍ଗି ସୁନା ଗହଣା ଲୁଟି ନେଉଛନ୍ତି
ଟେନସା,୧।୮(ସମୀର କୁମାର ପାଢୀ):ସୁନ୍ଦରଗଡ ଜିଲା କୋଇଡା ଓ ଟେନସା ଖଣି ଅଞ୍ଚଳରେ ବାରମ୍ବାର ଚୋରି ହେଉଛି। ହେଲେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହେଉଛି। ଚୋରମାନେ ଟାର୍ଗେଟ କରି ବିଭିନ୍ନ କମ୍ପାନୀମାନଙ୍କ କଲୋନୀରେ ପଶି ପଶି ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଗତ ୧୫ଦିନ ତଳେ କୋଇଡା ଥାନା ଅନ୍ତର୍ଗତ ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଚୋରମାନେ ପଶି ଘରେ କେହି ନ ଥିବାବେଳେ ୧୫ଟି ଘରୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି […] The post ଚୋରଙ୍କ ଟେର୍ ପାଉନି ପୋଲିସ: ଘର ଭାଙ୍ଗି ସୁନା ଗହଣା ଲୁଟି ନେଉଛନ୍ତି appeared first on Dharitri Odia News.
ଟେନସା,୧।୮(ସମୀର କୁମାର ପାଢୀ):ସୁନ୍ଦରଗଡ ଜିଲା କୋଇଡା ଓ ଟେନସା ଖଣି ଅଞ୍ଚଳରେ ବାରମ୍ବାର ଚୋରି ହେଉଛି। ହେଲେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହେଉଛି। ଚୋରମାନେ ଟାର୍ଗେଟ କରି ବିଭିନ୍ନ କମ୍ପାନୀମାନଙ୍କ କଲୋନୀରେ ପଶି ପଶି ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଗତ ୧୫ଦିନ ତଳେ କୋଇଡା ଥାନା ଅନ୍ତର୍ଗତ ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଚୋରମାନେ ପଶି ଘରେ କେହି ନ ଥିବାବେଳେ ୧୫ଟି ଘରୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି ପାଖାପାଖି ୪୦ ଲକ୍ଷ୍ୟ ଟଙ୍କାର ସୁନା ଗହଣା। ପୋଲିସ ତଦନ୍ତ ଜାରି ରଖିବାବେଳେ ଚୋରଙ୍କୁ ଧରିବାରେ ବିଫଳ ହୋଇଛି।
ପୁଣି ବୁଧବାର ରାତିରେ ଟେନସା ଫାଣ୍ଡି ଅନ୍ତର୍ଗତ ଜିନ୍ଦଲ କଲୋନୀରେ ଚୋରମାନେ ୭ଟି ଘରର ତାଲା ଭାଙ୍ଗି ଟଙ୍କା, ସୁନା ଅଳଙ୍କାର ଲୁଟି ନେଇ ଯାଇଛନ୍ତି। ଖବର ପାଇ ଟେନସା ଫାଣ୍ଡି ଅଧିକାରୀ ଏସ. ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଚୋରମାନେ ରୁଙ୍ଗୁଟା କଲୋନୀରେ ଚୋରି କଲାପରି ସମାନ ଢଙ୍ଗରେ ଗତକାଲି ରାତିରେ ଷ୍ଟାଫ ଛୁଟିରେ ଘରେ ନ ଥିବାର ସୁଯୋଗ ନେଇ ଚୋରମାନେ କଲୋନୀ ଭତରେ ପଶି ୬ ଟି ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ କାହାର କ’ଣ ଚୋରି ହୋଇଛି ତାହା ଜଣାପଡିନାହିଁ। ଚୋରମାନେ ପୋଲିସକୁ ଚାଲେଞ୍ଜ ଦେଇ କମ୍ପାନୀର କଲୋନୀ ଭିତରେ ପଶି ଚୋରି କରିବାରେ ସଫଳ ହେଉଛନ୍ତି। ଏନେଇ ପୋଲିସ କି କି ପଦକ୍ଷେପ ନେଇ ଚୋରକୁ ଧରିବାରେ ସଫଳ ହେଉଛି କି ବିଫଳ ହେଉଛି ତାହା ସମୟ କହିବ।
The post ଚୋରଙ୍କ ଟେର୍ ପାଉନି ପୋଲିସ: ଘର ଭାଙ୍ଗି ସୁନା ଗହଣା ଲୁଟି ନେଉଛନ୍ତି appeared first on Dharitri Odia News.