ଓ୍ବାୟନାଡ ଭୂସ୍ଖଳନରେ ଗଲାଣି ୧୫୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ, ଏବେବି ରହିଛି ବିପଦ!

ଓ୍ବାୟନାଡ,୩୧।୭: ମଙ୍ଗଳବାର (ଜୁଲାଇ ୩୦)ରେ କେରଳର ୱାୟନାଡରେ ଘଟିଥିବା ଭୂସ୍ଖଳନ ବହୁ ଧ୍ୱଂସାବଶେଷ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଏହି ଦୈବି ଦୁର୍ବିପାକରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଛି। ନିଖୋଜ ଥିବା ଅନେକ ଲୋକଙ୍କ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଫାସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୱାୟନାଡରେ ସ୍ଥିତି ଉପରେ ନଜର ରଖିଛନ୍ତି। ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି। ଭାରତୀୟ […] The post ଓ୍ବାୟନାଡ ଭୂସ୍ଖଳନରେ ଗଲାଣି ୧୫୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ, ଏବେବି ରହିଛି ବିପଦ! appeared first on Dharitri Odia News.

ଓ୍ବାୟନାଡ ଭୂସ୍ଖଳନରେ ଗଲାଣି ୧୫୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ, ଏବେବି ରହିଛି ବିପଦ!

ଓ୍ବାୟନାଡ,୩୧।୭: ମଙ୍ଗଳବାର (ଜୁଲାଇ ୩୦)ରେ କେରଳର ୱାୟନାଡରେ ଘଟିଥିବା ଭୂସ୍ଖଳନ ବହୁ ଧ୍ୱଂସାବଶେଷ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଏହି ଦୈବି ଦୁର୍ବିପାକରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଛି। ନିଖୋଜ ଥିବା ଅନେକ ଲୋକଙ୍କ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଫାସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୱାୟନାଡରେ ସ୍ଥିତି ଉପରେ ନଜର ରଖିଛନ୍ତି।

ୱାୟନାଡ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି। ଭାରତୀୟ ସେନା ଯବାନ ଖୁରାଲମାଲାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଠାରେ ଚାରୋଟି ସେନା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଲୋକଙ୍କୁ ବଞ୍ଚାଇବା ପାଇଁ ଏନଡିଆରଏଫ ଦଳ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଆସନ୍ତା ତିନି ଘଣ୍ଟା ମଧ୍ୟରେ ପ୍ରବଳ ପବନ ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। କେରଳର ପଠାନମଥିଟା, ଆଲାପୁଝା, କୋଟାୟାମ ଏବଂ ଏର୍ନାକୁଲମ ଜିଲାରେ ପ୍ରବଳ ବର୍ଷା ପାଇଁ ବିଭାଗ ରେଡ ଆଲର୍ଟ ଜାରି କରିଛି। ୱାୟନାଡ, କୋଜିକୋଡେ, କନ୍ନୁର ଏବଂ କାସରଗୋଡ ଜିଲା ମଧ୍ୟ ଆସନ୍ତା ତିନି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାକୁ ଯାଉଛି।

The post ଓ୍ବାୟନାଡ ଭୂସ୍ଖଳନରେ ଗଲାଣି ୧୫୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ, ଏବେବି ରହିଛି ବିପଦ! appeared first on Dharitri Odia News.