ଓଡ଼ିଶା ଆସିବେ ୫ ମହାବଳ ବାଘ

ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଆସିବେ ମହାବଳ ବାଘ।

ଓଡ଼ିଶା ଆସିବେ ୫ ମହାବଳ ବାଘ

ଓଡ଼ିଶାରେ ବାଘବଂଶ ବୃଦ୍ଧି ଯୋଜନା। ଅକ୍ଟୋବର ଶେଷ ସୁଦ୍ଧା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ରାଜ୍ୟକୁ ଆସିବେ ୫ ମହାବଳ। ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି।

ଏହି ଯୋଜନାରେ ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୨ଟି ବାଘୁଣୀ ସହ ଗୋଟିଏ ମହାବଳ ଏବଂ ଶିମିଳିପାଳ ଲାଗି କେବଳ ଦୁଇଟି ବାଘୁଣୀ ଅଣାଯାଉଥିବା 
ସୂଚନା ମିଳିଛି। ଅଗଷ୍ଟ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳକୁ ଏଇ ୫ ନୂଆ ମହାବଳଙ୍କୁ ଅଣାଯିବ।

ଏଥିସହ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ, ଚିଡି଼ିଆଖାନା ଓ ଅନ୍ୟ ବାସସ୍ଥଳୀରୁ ୮୧୦ଟି ଚିତ୍ରା ହରିଣ, ୩୨ଟି ସମ୍ବର, ୧୮ଟି କୃଷ୍ଣସାର ମୃଗ, ୩୦ଟି ମଗର, ୨୦ଟି ଲୁଣିପାଣି କୁମ୍ଭୀର ଭଳି ଆହୁରି କିଛି ବନ୍ୟଜନ୍ତୁଙ୍କୁ ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛ଼ଡାଯିବାକୁ ଯୋଜନା ରହିଥିବା ଜଣାପଡି଼ଛି।ଏନେଇ ପିସିସିଏଫଙ୍କ ପକ୍ଷରୁ ବିଭିନ୍ନ ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।