ଓଡ଼ିଶା ଆସୁଛନ୍ତି ମହାମହିମ, ନୌସେନା ସମରାଭ୍ୟାସ ଦେଖିବେ

ଭୁବନେଶ୍ୱର ୦୩/୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ । ୭  ତାରିଖ ଯାଏ ସେ ଓଡ଼ିଶାରେ ରହିବେ ।  ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ  ସମୁଦ୍ର ବେଳାଭୂମିରେ ହେବାକୁ ଥିବା  ଭାରତୀୟ ନୌସେନା ଦିବସରେ  ମୁଖ୍ୟ ଅତିଥି ଭାବେ ଯୋଗଦେବେ ।  ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ  ଉତ୍ସବ, ନୂଆ ଜୁଡିସିଆଲ୍‌ କମ୍ପେ୍ଲକ୍ସର  ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହିତ  ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ  କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି  ରାଜଧାନୀର ନୀଳାଦ୍ରିବିହାରରେ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି  ଅନାବରଣ କରିବେ । ସେଠାରେ ଥିବା  ଆଦିବାସୀଙ୍କ ଇଷ୍ଟଦେବ ମାରାଂ ବୁରୁଙ୍କ  ସ୍ଥାନ ‘ଆଦିମ ଓୱାର ଜାର୍ପା ଜାହେର’  ପରିଦର୍ଶନ କରିବେ । ୪ ତାରିଖରେ ସେ  ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ଗୋପବନ୍ଧୁ  ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ  ବାର୍ଷିକ ଉତ୍ସବରେ ଯୋଗଦେବେ ।  ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ୍‌  ବେଳାଭୂମିରେ ଆୟୋଜିତ ନୌସେନା  ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ । ନୌସେନା ଦିବସ ଅବସରରେ ଆୟୋଜିତ ଏହି  କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତ ବିଧାୟକ  ପୁରୀ ଯିବେ । ଏକ ସ୍ୱତନ୍ତ୍ର ବସ୍‌ରେ  ସମସ୍ତଙ୍କୁ ପୁରୀ ନିଆଯିବ ।

ଓଡ଼ିଶା ଆସୁଛନ୍ତି ମହାମହିମ, ନୌସେନା ସମରାଭ୍ୟାସ ଦେଖିବେ

ଭୁବନେଶ୍ୱର ୦୩/୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ । ୭  ତାରିଖ ଯାଏ ସେ ଓଡ଼ିଶାରେ ରହିବେ ।  ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ  ସମୁଦ୍ର ବେଳାଭୂମିରେ ହେବାକୁ ଥିବା  ଭାରତୀୟ ନୌସେନା ଦିବସରେ  ମୁଖ୍ୟ ଅତିଥି ଭାବେ ଯୋଗଦେବେ ।  

ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ  ଉତ୍ସବ, ନୂଆ ଜୁଡିସିଆଲ୍‌ କମ୍ପେ୍ଲକ୍ସର  ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହିତ  ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ  କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି  ରାଜଧାନୀର ନୀଳାଦ୍ରିବିହାରରେ ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି  ଅନାବରଣ କରିବେ । ସେଠାରେ ଥିବା  ଆଦିବାସୀଙ୍କ ଇଷ୍ଟଦେବ ମାରାଂ ବୁରୁଙ୍କ  ସ୍ଥାନ ‘ଆଦିମ ଓୱାର ଜାର୍ପା ଜାହେର’  ପରିଦର୍ଶନ କରିବେ । ୪ ତାରିଖରେ ସେ  ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । 

ପରେ ଗୋପବନ୍ଧୁ  ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ  ବାର୍ଷିକ ଉତ୍ସବରେ ଯୋଗଦେବେ ।  ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ୍‌  ବେଳାଭୂମିରେ ଆୟୋଜିତ ନୌସେନା  ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ । ନୌସେନା ଦିବସ ଅବସରରେ ଆୟୋଜିତ ଏହି  କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତ ବିଧାୟକ  ପୁରୀ ଯିବେ । ଏକ ସ୍ୱତନ୍ତ୍ର ବସ୍‌ରେ  ସମସ୍ତଙ୍କୁ ପୁରୀ ନିଆଯିବ । ପୁରୀରେ  ନୌସେନା ସମରାଭ୍ୟାସ ଦେଖିବା ପରେ  ସେମାନଙ୍କୁ କୋଣାର୍କ ନୃତ୍ୟ ମହୋତ୍ସବକୁ  ନିଆଯିବ । 

ଏହାକୁ ଦେଖବା ପରେ  ସମସ୍ତେ ରାଜଧାନୀ ଫେରିବେ ବୋଲି  ବାଚସ୍ପତି ସୁରମା ପାଢ଼ୀ ଗୃହରେ ସୂଚନା ଦେଇଛନ୍ତି । ୫ ତାରିଖରେ ସେ ଓଡ଼ିଶା କୃଷି  ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।  ସେଦିନ ଭୁବନେଶ୍ୱର କୋର୍ଟ ପାଖରେ  ଥିବା ଜୁଡିସିଆଲ୍‌ କମ୍ପେ୍ଲକ୍ସକୁ ସେ ଉଦ୍‌ଘାଟନ କରିବେ । ୬ ତାରିଖରେ ରାଷ୍ଟ୍ରପତି ମୟୂରଭଞ୍ଜ ଉପରବେଡ଼ାଠାରେ  ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ମତବିନିମୟ କରିବେ ।  

ସେଦିନ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର  ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହ କଥା ହେବେ ।  ୭ରେ ରାଷ୍ଟ୍ରପତି ବାଙ୍ଗିରିପାଷି-ଗୋରୁମହିଷାଣୀ,  ବୁରମରା-ଚକୁଳିଆ ଏବଂ ବାଦାମପାହାଡ଼, କେନ୍ଦୁଝରଗଡ଼ ରେଳଲାଇନ୍‌, ଆଦିବାସୀ ଗବେଷଣା ଓ  ବିକାଶ କେନ୍ଦ୍ର, ରାଇରଙ୍ଗପୁର-ଦାଣ୍ଡପୋଷ ବିମାନବନ୍ଦର  ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ  ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।