ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲରୁ ଗିରଫ କଲା ସିବିଆଇ, କୋର୍ଟରେ ବୁଧବାର କରିବ ହାଜର

ନୂଆଦିଲ୍ଲୀ ୨୫।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ମଙ୍ଗଳବାର ତିହାର ଜେଲରୁ ଗିରଫ କରିଛି। ଦିଲ୍ଲୀ ଏକ୍ସାଇଜ ପଲିସି କେସ୍‌ରେ ସିବିଆଇ କେଜରିୱାଲଙ୍କୁ ତିହାର ଜେଲରେ ପଚରା ଉଚରା କରିଛି। ଏହା ପରେ କେନ୍ଦ୍ରୀୟ ଏଜେନ୍ସୀ ତାଙ୍କୁ ଗିରଫ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ଶୁଣାଣି ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି। କେଜରିୱାଲଙ୍କ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବାର ଅଛି। ସିବିଆଇ ମାମଲାରେ କେଜରିୱାଲଙ୍କ ବୟାନ ରେକର୍ଡ କରିଛି। ତାଙ୍କୁ ୨୬ଜୁନ ବୁଧବାର କୋର୍ଟରେ ହାଜର କରିବା ସହ ସିବିଆଇ ତାଙ୍କର କଷ୍ଟଡି ମାଗିବ। ଏଥିରେ ଆମଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି ଯେ ସରକାର ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରିଛନ୍ତି। ସେ କହିଛନ୍ତି ଯେ ସିବିଆଇ କେଜରିୱାଲଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ଗଢିଛି। केंद्र की भाजपा सरकार ने सीबीआई के साथ मिलकर रची बड़ी साज़िश! pic.twitter.com/C6OLNLA6bQ— Sanjay Singh AAP (@SanjayAzadSln) June 25, 2024ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ଏହା ପୂର୍ବରୁ କେନ୍ଦ୍ରର ବିଜେପି ସରକାର ସିବିଆଇ ସହିତ ମିଶି କେଜରିୱାଲଙ୍କ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲରୁ ଗିରଫ କଲା ସିବିଆଇ, କୋର୍ଟରେ ବୁଧବାର କରିବ ହାଜର

ନୂଆଦିଲ୍ଲୀ ୨୫।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ମଙ୍ଗଳବାର ତିହାର ଜେଲରୁ ଗିରଫ କରିଛି। ଦିଲ୍ଲୀ ଏକ୍ସାଇଜ ପଲିସି କେସ୍‌ରେ ସିବିଆଇ କେଜରିୱାଲଙ୍କୁ ତିହାର ଜେଲରେ ପଚରା ଉଚରା କରିଛି। ଏହା ପରେ କେନ୍ଦ୍ରୀୟ ଏଜେନ୍ସୀ ତାଙ୍କୁ ଗିରଫ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ସୁପ୍ରିମକୋର୍ଟରେ ତାଙ୍କ ଆବେଦନର ଶୁଣାଣି ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି। କେଜରିୱାଲଙ୍କ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବାର ଅଛି। 

ସିବିଆଇ ମାମଲାରେ କେଜରିୱାଲଙ୍କ ବୟାନ ରେକର୍ଡ କରିଛି। ତାଙ୍କୁ ୨୬ଜୁନ ବୁଧବାର କୋର୍ଟରେ ହାଜର କରିବା ସହ ସିବିଆଇ ତାଙ୍କର କଷ୍ଟଡି ମାଗିବ। ଏଥିରେ ଆମଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି ଯେ ସରକାର ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରିଛନ୍ତି। ସେ କହିଛନ୍ତି ଯେ ସିବିଆଇ କେଜରିୱାଲଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ଗଢିଛି। 


ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ଏହା ପୂର୍ବରୁ କେନ୍ଦ୍ରର ବିଜେପି ସରକାର ସିବିଆଇ ସହିତ ମିଶି କେଜରିୱାଲଙ୍କ ବିରୋଧରେ  ମିଥ୍ୟା ମୋକଦ୍ଦମା କରି ତାଙ୍କ ଗିରଫର ଷଡ଼ଯନ୍ତ୍ର ରଚିଛନ୍ତି। ସଞ୍ଜୟ ସିଂହ କହିଛନ୍ତି ଯେ ସାରା ଦେଶ  ଏବେ ବିଜେପି ଓ କେନ୍ଦ୍ର ସରକାରଙ୍କ ଅତ୍ୟାଚାର ଓ ଅନ୍ୟାୟକୁ ଦେଖୁଛି। ସାରା ଦେଶ ଏବେ କେଜରିୱାଲଙ୍କ ସହିତ ବିଜେପି ବିରୋଧରେ ଛିଡା ହୋଇଛି ଓ ଏକାଠି ମିଶି ଅନ୍ୟାୟ ବିରୋଧରେ ଶ୍ୱର ଉତ୍ତୋଳନ କରିବେ। 


ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ପ୍ରଥମେ  କେଜରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା। ସେ ଏବେ ବିଚାରବିଭାଗୀୟ ହାଜତରେ ଥିବା ବେଳେ ନିକଟରେ ରାଉଜ ଏଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ନିୟମିତ ଜାମିନ ମଞ୍ଜୁର କରିଥିଲେ। ତେବେ  ଜାମିନକୁ ଇଡି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ କେଜରିୱାଲଙ୍କ ଜାମିନ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି। ମଙ୍ଗଳବାର ମାମଲାର ଶୁଣାଣିରେ ହାଇକୋର୍ଟ ବର୍ତ୍ତମାନ ପାଇଁ ରହିତାଦେଶ ଜାରି ରହି ବୋଲି କହିଛନ୍ତି।