ଓଡ଼ିଶା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଗ୍ରହଣ କଲେ ସୁରେନ୍ଦ୍ର ଭାବେ
କଟକ: ଓଡିଶା କ୍ରିକେଟ୍ ମୁଖ୍ୟ କୋଚ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁରେନ୍ଦ୍ର ଭାବେ । ଦୁଇ ବର୍ଷ ପାଇଁ ତାଙ୍କୁ ଓସିଏ ତାଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି। ସୁରେନ୍ଦ୍ର ଭାବେ ମହାରାଷ୍ଟ୍ର ରଣଜୀ ଟିମ ପାଇଁ ୧୬ ବର୍ଷ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ତାଙ୍କ ପୂର୍ବରୁ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ ଓଡ଼ିଶା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ମାତ୍ର ସେ ଗୋଟିଏ ସିଜିନ ପରେ କୋଚ୍ ଦାୟିତ୍ଵରୁ ଓହରି ଯାଇଥିଲେ।Also read: ରାଗିଲେ କୋହଲି, ଅମ୍ପାୟାରଙ୍କ ନିଷ୍ପତ୍ତିରେ ଭଡକିଲେ: ପିଟିଲେ ବ୍ୟାଟ୍ ଓ ଡଷ୍ଟବିନ୍କୁ ଫୋପାଡିଲେ ଗ୍ଲୋବସ୍ଏହା ପରେ ପୂର୍ବତନ ଭାରତୀୟ କ୍ରିକେଟ୍ ସୁରେନ୍ଦ୍ର ଭାବେଙ୍କୁ ଏହି ପଦରେ ଅବସ୍ଥାପିତ କରିଛି ଓସିଏ । ଦୁଇ ବର୍ଷ ପାଇଁ ଘରୋଇ ସିଜିନରେ ଓଡିଶା ସିନିୟର କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବରେ ନଜର ଆସିବେ ସୁରେନ୍ଦ୍ର ଭାବେ । ଏହି ପଦ ନିମନ୍ତେ ୧୦ରୁ ଊର୍ଦ୍ଧ୍ୱ ଆବେଦନ ଆସିଥିଲା । ସେଗୁଡ଼ିକ ମଧ୍ୟରୁ ବହୁ ବିଚାର ବିମର୍ଶ ପରେ ସୁରେନ୍ଦ୍ର ଭାବେଙ୍କ ଆବଦେନକୁ ଗ୍ରହଣ କରିଛି ଓସିଏ । ପୂର୍ବରୁ ସେ ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ର ଭଳି କ୍ରିକେଟ ଆସୋସିଏସନର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି। ସୂଚନାଯୋଗ୍ୟ, ମାଇକେଲ ବେଭାନ, ଭେଙ୍କଟପତି ରାଜୁ, ବଲବିନ୍ଦର ସିଂ ସାନ୍ଧୁ, ସବା କରିମ, ୱାସିମ ଜାଫରଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ମଧ୍ୟ
କଟକ: ଓଡିଶା କ୍ରିକେଟ୍ ମୁଖ୍ୟ କୋଚ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁରେନ୍ଦ୍ର ଭାବେ । ଦୁଇ ବର୍ଷ ପାଇଁ ତାଙ୍କୁ ଓସିଏ ତାଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି। ସୁରେନ୍ଦ୍ର ଭାବେ ମହାରାଷ୍ଟ୍ର ରଣଜୀ ଟିମ ପାଇଁ ୧୬ ବର୍ଷ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ତାଙ୍କ ପୂର୍ବରୁ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ ଓଡ଼ିଶା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ମାତ୍ର ସେ ଗୋଟିଏ ସିଜିନ ପରେ କୋଚ୍ ଦାୟିତ୍ଵରୁ ଓହରି ଯାଇଥିଲେ।
Also read: ରାଗିଲେ କୋହଲି, ଅମ୍ପାୟାରଙ୍କ ନିଷ୍ପତ୍ତିରେ ଭଡକିଲେ: ପିଟିଲେ ବ୍ୟାଟ୍ ଓ ଡଷ୍ଟବିନ୍କୁ ଫୋପାଡିଲେ ଗ୍ଲୋବସ୍
ଏହା ପରେ ପୂର୍ବତନ ଭାରତୀୟ କ୍ରିକେଟ୍ ସୁରେନ୍ଦ୍ର ଭାବେଙ୍କୁ ଏହି ପଦରେ ଅବସ୍ଥାପିତ କରିଛି ଓସିଏ । ଦୁଇ ବର୍ଷ ପାଇଁ ଘରୋଇ ସିଜିନରେ ଓଡିଶା ସିନିୟର କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବରେ ନଜର ଆସିବେ ସୁରେନ୍ଦ୍ର ଭାବେ । ଏହି ପଦ ନିମନ୍ତେ ୧୦ରୁ ଊର୍ଦ୍ଧ୍ୱ ଆବେଦନ ଆସିଥିଲା । ସେଗୁଡ଼ିକ ମଧ୍ୟରୁ ବହୁ ବିଚାର ବିମର୍ଶ ପରେ ସୁରେନ୍ଦ୍ର ଭାବେଙ୍କ ଆବଦେନକୁ ଗ୍ରହଣ କରିଛି ଓସିଏ । ପୂର୍ବରୁ ସେ ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ର ଭଳି କ୍ରିକେଟ ଆସୋସିଏସନର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି।
ସୂଚନାଯୋଗ୍ୟ, ମାଇକେଲ ବେଭାନ, ଭେଙ୍କଟପତି ରାଜୁ, ବଲବିନ୍ଦର ସିଂ ସାନ୍ଧୁ, ସବା କରିମ, ୱାସିମ ଜାଫରଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ମଧ୍ୟ କୋଚ୍ କରିଥିଲା ଓସିଏ । ହେଲେ କିଛି ଦିନ ରହିବା ପରେ ସେମାନେ ଅଚାନକ କୋଚ୍ ପଦ ଛାଡ଼ି ଚାଲି ଯାଇଥିଲେ।