ଓଡ଼ିଶା ଗଞ୍ଜେଇରେ ଝୁମୁଛି ବଲିଉଡ । ଓଡିଶାରୁ ମାଫିଆକୁ ଧରିଲା ଏନସିବି ।
କନକ ବ୍ୟୁରୋ: ଓଡ଼ିଶା ଗଞ୍ଜେଇରେ ଝୁମୁଛି ବଲିଉଡ୍ । ଗଞ୍ଜାମର ଗଞ୍ଜେଇରେ ପଡୁଛି ଉଠୁଛି ମାୟାନଗରୀ । ଯୁବପୀଢ଼ିଙ୍କଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟର, ସିନେଷ୍ଟାରଙ୍କ ପର୍ଯ୍ୟନ୍ତ ନିଶାରେ ଚୁର୍ ହେଉଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟବୃତ୍ତ ହୋଇ ରହିଥିବାବେଳେ ନିଶା ସେବନ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଉ ସେହି ଘଟଣାର ଚେର ଖୋଜୁ ଖୋଜୁ ଏକାଧିକ ବଲିଉଡ୍ ଷ୍ଟାରଙ୍କୁ ଜେରା କରିଥିଲା ଏନସିବି । ଏନସିବି ତଦନ୍ତବେଳେ ଜାଣିବାକୁ ପାଇଥିଲା ଓଡିଶାରୁ ମାୟାନଗରୀକୁ ଲମ୍ବିଛି ନିଶା କାରବାର ଚେର । ଆଉ ଏବେ ମାୟାନଗରୀର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତକୁ ଧରିବା ପାଇଁ ଓଡିଶାରେ ଡେରା ପକାଇଛି ଏନସିବି । ତଦନ୍ତ ବେଳେ ନିଲୁ ପ୍ରଧାନ ନାମକ ଅଭିଯୁକ୍ତ କ୍ୟାମେରା ଦେଖି ମୁହଁ ଲୁଚାଇ ଦେଉଥିବା ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ଜଣକ ଗଞ୍ଜାମ ବେଗୁନିଆ ପଡାର ଲିଲୁ, ବୟସ ୩୨ ବର୍ଷ । ବେଗୁନିଆପଡାରୁ ବଲିଉଡକୁ ଗଞ୍ଜେଇ ପଠାଉଥିବା ଅଭିଯୋଗରେ ଗଞ୍ଜାମ ପୁଲିସ ସହାୟତାରେ ନିଲୁକୁ ଉଠାଇ ନେଇଛି ମୁମ୍ବାଇ ଏନସିବି । ମୁମ୍ବାଇର ଅଭିଯୁକ୍ତ, ମୋହନାରେ ଫେରାର ମହାରାଷ୍ଟ୍ର ପୁଲିସକୁ ଚକମା ଦେଲା ମାଫିଆ ଏପଟେ ମୁମ୍ବାଇ ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ସାଙ୍ଗରେ ନେଇ ଆଉ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିଲା ଓଡ଼ିଶା । ଗୋଡରେ ବେଡ଼ି ପକାଇ ହୋଟେଲ ରୁମରେ ରଖିଥିବାବେଳେ ସବୁ କିଛି ଓଲଟପା

କନକ ବ୍ୟୁରୋ: ଓଡ଼ିଶା ଗଞ୍ଜେଇରେ ଝୁମୁଛି ବଲିଉଡ୍ । ଗଞ୍ଜାମର ଗଞ୍ଜେଇରେ ପଡୁଛି ଉଠୁଛି ମାୟାନଗରୀ । ଯୁବପୀଢ଼ିଙ୍କଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟର, ସିନେଷ୍ଟାରଙ୍କ ପର୍ଯ୍ୟନ୍ତ ନିଶାରେ ଚୁର୍ ହେଉଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟବୃତ୍ତ ହୋଇ ରହିଥିବାବେଳେ ନିଶା ସେବନ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ଜୋର ଧରିଥିଲା ।
ଆଉ ସେହି ଘଟଣାର ଚେର ଖୋଜୁ ଖୋଜୁ ଏକାଧିକ ବଲିଉଡ୍ ଷ୍ଟାରଙ୍କୁ ଜେରା କରିଥିଲା ଏନସିବି । ଏନସିବି ତଦନ୍ତବେଳେ ଜାଣିବାକୁ ପାଇଥିଲା ଓଡିଶାରୁ ମାୟାନଗରୀକୁ ଲମ୍ବିଛି ନିଶା କାରବାର ଚେର । ଆଉ ଏବେ ମାୟାନଗରୀର ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତକୁ ଧରିବା ପାଇଁ ଓଡିଶାରେ ଡେରା ପକାଇଛି ଏନସିବି ।
ତଦନ୍ତ ବେଳେ ନିଲୁ ପ୍ରଧାନ ନାମକ ଅଭିଯୁକ୍ତ କ୍ୟାମେରା ଦେଖି ମୁହଁ ଲୁଚାଇ ଦେଉଥିବା ଦେଖିବାକୁ ମିଳିଥିଲା । ଅଭିଯୁକ୍ତ ଜଣକ ଗଞ୍ଜାମ ବେଗୁନିଆ ପଡାର ଲିଲୁ, ବୟସ ୩୨ ବର୍ଷ । ବେଗୁନିଆପଡାରୁ ବଲିଉଡକୁ ଗଞ୍ଜେଇ ପଠାଉଥିବା ଅଭିଯୋଗରେ ଗଞ୍ଜାମ ପୁଲିସ ସହାୟତାରେ ନିଲୁକୁ ଉଠାଇ ନେଇଛି ମୁମ୍ବାଇ ଏନସିବି ।
- ମୁମ୍ବାଇର ଅଭିଯୁକ୍ତ, ମୋହନାରେ ଫେରାର
- ମହାରାଷ୍ଟ୍ର ପୁଲିସକୁ ଚକମା ଦେଲା ମାଫିଆ
ଏପଟେ ମୁମ୍ବାଇ ପୁଲିସ ଜଣେ ଗଞ୍ଜେଇ ମାଫିଆକୁ ସାଙ୍ଗରେ ନେଇ ଆଉ ଜଣେ ଅଭିଯୁକ୍ତକୁ ଧରିବାକୁ ଆସିଥିଲା ଓଡ଼ିଶା । ଗୋଡରେ ବେଡ଼ି ପକାଇ ହୋଟେଲ ରୁମରେ ରଖିଥିବାବେଳେ ସବୁ କିଛି ଓଲଟପାଲଟ ହୋଇଗଲା । ମହାରାଷ୍ଟ୍ର ପୁଲିସକୁ ଚକମା ଦେଇ ଫେରାର ହେଉଥିବାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତ ଜଣଙ୍କ ଗଜପତି ଜିଲ୍ଲାର ଜୁଏଲ ଶବର ବୋଲି ଜଣାପଡିଛି ।
ଏହି ଦୁଇ ନିଶା ମାଫିଆଙ୍କ କାହାଣୀ କହୁଛି ମାୟାନଗରୀରେ କେମିତି କାୟାବିସ୍ତାର କରିଛନ୍ତି ଓଡ଼ିଶାର ଗଞେଇ ମାଫିଆ । ଆଉ ମାୟାନଗରୀରେ କେମିତି ରାଜ କରୁଛି ଓଡିଶା ଗଞ୍ଜେଇ । ବଲିଉଡକୁ ନିଶାମୁକ୍ତ କରିବା ମହାରାଷ୍ଟ୍ର ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ।