ଓଡ଼ିଶା ପର୍ବ-୨୦୨୪ରେ ଦିଲ୍ଲୀରେ ଝଲସିବ ଓଡ଼ିଆ କଳା ସଂସ୍କୃତି: ଯୋଗଦେବେ ରାଷ୍ଟ୍ରପତି, ପିଏମ୍,ସିଏମ୍
ଭୁବନେଶ୍ୱର୨୨/୧୧: ଦିଲ୍ଲୀରେ ଝଲସିବ ଓଡ଼ିଆ କଳା ସଂସ୍କୃତି । ଆୟୋଜିତ ହେବ ‘ଓଡ଼ିଶା ପର୍ବ ୨୦୨୪’ । ଓଡ଼ିଶା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍ ନଂ ୧୪ରେ ତିନିଦିନ ଧରି ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ତଥା ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେବେ ।ଓଡ଼ିଶା ପର୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶନ କରାଯିବ । ଓଡ଼ିଶାର କୋଣ ଅନୁକୋଣର ହସ୍ତଶିଳ୍ପ, ହସ୍ତତନ୍ତ, ନୃତ୍ୟ ଓ ସଙ୍ଗୀତ କଳାକାର ଭାଗନେବେ । ସମାରୋହର ମୁଖ୍ୟ ଆକର୍ଷଣ ହେବ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଯେଉଁଥିରେ ରାଜ୍ୟର ଲେଖକ, ବିଶେଷଜ୍ଞ, କଳାକାର ଓ ଇତିହାସକାରମାନେ ଯୋଗଦେବେ । ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍ବିଟି) ସହଯୋଗରେ ଓଡ଼ିଆ ଲେଖକ ଓ ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁସ୍ତକ ପ୍ରଦର୍ଶନ କରିବେ । ସମାରୋହରେ ୪୫ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍, ୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ରହିବ । ଓଡ଼ିଆ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବର୍ଷ ଦିଲ୍ଲୀରେ ଜାତୀୟ ମଞ୍ଚରେ ‘ଓଡ଼ିଶା
ଭୁବନେଶ୍ୱର୨୨/୧୧: ଦିଲ୍ଲୀରେ ଝଲସିବ ଓଡ଼ିଆ କଳା ସଂସ୍କୃତି । ଆୟୋଜିତ ହେବ ‘ଓଡ଼ିଶା ପର୍ବ ୨୦୨୪’ । ଓଡ଼ିଶା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍ ନଂ ୧୪ରେ ତିନିଦିନ ଧରି ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ତଥା ରାଜନୈତିକ ବ୍ୟକ୍ତିବିଶେଷ ଯୋଗଦେବେ ।
ଓଡ଼ିଶା ପର୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ରାଜ୍ୟର ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ମୂଲ୍ୟବୋଧକୁ ପ୍ରଦର୍ଶନ କରାଯିବ । ଓଡ଼ିଶାର କୋଣ ଅନୁକୋଣର ହସ୍ତଶିଳ୍ପ, ହସ୍ତତନ୍ତ, ନୃତ୍ୟ ଓ ସଙ୍ଗୀତ କଳାକାର ଭାଗନେବେ । ସମାରୋହର ମୁଖ୍ୟ ଆକର୍ଷଣ ହେବ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ ।
ଯେଉଁଥିରେ ରାଜ୍ୟର ଲେଖକ, ବିଶେଷଜ୍ଞ, କଳାକାର ଓ ଇତିହାସକାରମାନେ ଯୋଗଦେବେ । ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍ବିଟି) ସହଯୋଗରେ ଓଡ଼ିଆ ଲେଖକ ଓ ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁସ୍ତକ ପ୍ରଦର୍ଶନ କରିବେ । ସମାରୋହରେ ୪୫ଟି ଓଡ଼ିଆ ଖାଦ୍ୟ ଷ୍ଟଲ୍, ୨୫ ହସ୍ତତନ୍ତ ଓ କଳାଉତ୍ପାଦ ଷ୍ଟଲ ରହିବ ।
ଓଡ଼ିଆ ସଂସ୍କୃତିର ପ୍ରଚାର ପାଇଁ ପ୍ରତିବର୍ଷ ଦିଲ୍ଲୀରେ ଜାତୀୟ ମଞ୍ଚରେ ‘ଓଡ଼ିଶା ପର୍ବ' ହୋଇଆସୁଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନାରେ "ଓଡ଼ିଆ ସମାଜ' ପକ୍ଷରୁ ଆରମ୍ଭ ହୋଇଥିବା ଏହି ପର୍ବର ପ୍ରଥମ ସଂସ୍କରଣ ୨୦୧୭ରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲନରେ ହୋଇଥିଲା ।
୨୦୧୮ରେ ଗୁଜରାଟର ସୁରଟରେ ଓଡ଼ିଶା ପର୍ବ ପାଳିତ ହୋଇଥିଲା । କୋଭିଡ୍ ମହାମାରୀ କାରଣରୁ ୨୦୨୦ରେ ଓଡ଼ିଶା ପର୍ବ ବାତିଲ ହୋଇଥିଲା ବେଳେ ୨୦୨୧ ଓ ୨୦୨୨ରେ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ବିଶ୍ୱବ୍ୟାପୀ ପ୍ରସାରିତ ହୋଇଥିଲା । ୨୦୨୩ରେ ନୂଆଦିଲ୍ଲୀରେ ଜବାହରଲାଲ ନେହେରୁ ଷ୍ଟାଡିୟମ ପଡ଼ିଆରେ କାର୍ଯ୍ୟକ୍ରମ ହୋଇଥିଲା ।