ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC

କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି। ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଦିଆଯାଇଛି। ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଛନ୍ତି।

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC

ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC। କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି। ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଦିଆଯାଇଛି। ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଛନ୍ତି। ଏଥିସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି। ନୂଆକମିଟି ଗଠନ ହେବା ଯାଏ ବର୍ତ୍ତମାନର ଜିଲ୍ଲା ସଭାପତି କାମଚଳା ସଭାପତି ଦାୟିତ୍ୱରେ ରହିବେ।

ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ପରେ କିଏ ହେବେ ନୂଆ ପିସିସି ସଭାପତି? ଶରତ ପଟ୍ଟନାୟକଙ୍କ ସ୍ଥାନ ନେବେ କିଏ? ତେବେ ରେସରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କାହା ନାଁରେ ଦଳ ମୋହର ମାରିବ, ତା’ଉପରେ ସମସ୍ତଙ୍କର ନଜର ରହିଛି।