ଓଡ଼ିଶା ମୁହାଁ ଭୀଷଣ ବାତ୍ୟା, ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର : ଓଡ଼ିଶା ମୁହାଁ ଭୀଷଣ ବାତ୍ୟା । ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ । ବାତ୍ୟାର ଗତିପଥ ଜାରି କରି ଏହା ସ୍ପଷ୍ଟ କରିଛି ଆଇଏମଡି । ୨୩ତାରିଖରେ ବାତ୍ୟା ସୃଷ୍ଟି ହେବ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ସିଭିୟର ସାଇକ୍ଲୋନ ଭାବେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ଶହେରୁ ୧୧୦ କିମି ରହିପାରେ । ଗଷ୍ଟିଂ […] The post ଓଡ଼ିଶା ମୁହାଁ ଭୀଷଣ ବାତ୍ୟା, ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ appeared first on KNews Odisha.

ଓଡ଼ିଶା ମୁହାଁ ଭୀଷଣ ବାତ୍ୟା, ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ
CYCLONE 3E

ଭୁବନେଶ୍ୱର : ଓଡ଼ିଶା ମୁହାଁ ଭୀଷଣ ବାତ୍ୟା । ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ । ବାତ୍ୟାର ଗତିପଥ ଜାରି କରି ଏହା ସ୍ପଷ୍ଟ କରିଛି ଆଇଏମଡି । ୨୩ତାରିଖରେ ବାତ୍ୟା ସୃଷ୍ଟି ହେବ । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ସିଭିୟର ସାଇକ୍ଲୋନ ଭାବେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ଶହେରୁ ୧୧୦ କିମି ରହିପାରେ । ଗଷ୍ଟିଂ ସ୍ପିଡ ୧୨୦ କିମି ପର୍ଯ୍ୟନ୍ତ ମଧ୍ୟ ବଢିବା ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ୨୩ତାରିଖରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଅତି ଭୀଷଣ ବର୍ଷା ନେଇ ୨୪ ତାରିଖରେ ୭ ଜିଲ୍ଲା ଓ ୨୫ ରେ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି ।

ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ଦାନା । ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ କେନ୍ଦ୍ର । ୨୩ ତାରିଖରେ ସୃଷ୍ଟି ହେବ ବାତ୍ୟା । ୨୪ ରାତି ଓ ୨୫ ସକାଳ ଭିତରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଧ୍ୟରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ଶହେରୁ ୧୧୦ କିମି ବେଗରେ ବହିବ ପବନ । ଝଟକା ପବନର ବେଗ ୧୨୦ କିମିକୁ ଗତିକୁ ବଢିପାରେ । ଗତକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି ।

ଘନୀଭୂତ ହୋଇ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ପରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢୁଛି । କାଲି ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ ଓ ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ଏହା ଆଗକୁ ଅଗ୍ରସର ହେବା ସହ ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳର ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ସିଭିୟର ସାଇକ୍ଲୋନ ଭାବେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।

The post ଓଡ଼ିଶା ମୁହାଁ ଭୀଷଣ ବାତ୍ୟା, ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ appeared first on KNews Odisha.