ଓଡ଼ିଶାର ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ । କହିଲେ, ଭରତପୁର ଘଟଣା ଅତି ଭୟଙ୍କର

କନକ ବ୍ୟୁରୋ: ନୂଆଦିଲ୍ଲୀରେ ପହଞ୍ଚିଲାଣି ଭରତପୁର ଥାନା ମାମଲା। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାକୁ ନେଇ ଟ୍ବିଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏହି ଘଟଣା ଦେଶର ଆଇନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା କରିଥିବା ରାହୁଲ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି। ବିଜେପି ସରକାରରେ ମହିଳାଙ୍କ ବିରୋଧରେ ଅପରାଧ ବେକାବୁ ହୋଇଛି। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ରାହୁଲ ‘ଏକ୍ସ’ରେ ଲେଖିଛନ୍ତି। ସେହିପରି ଜଣେ ସେନା ଅଧିକାରୀଙ୍କୁ ପୋଲିସ ଯେଭଳି ବର୍ବରତା ଦେଖାଇଲେ, ସେଥିରେ ସାରା ଦେଶ ସ୍ତବ୍ଧ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ବିଜେପି ସରକାରରେ ପୋଲିସ ରକ୍ଷକରୁ ଭକ୍ଷକ ସାଜୁଛି।  ओडिशा में घटित भयंकर घटना ने देश की कानून व्यवस्था पर गंभीर सवाल खड़े कर दिए हैं।पुलिस से मदद मांगने गए एक सेना अधिकारी को बेरहमी से पीटा गया और उनकी मंगेतर को कस्टडी में उत्पीड़ित किया गया। यह घृणित घटना पूरी मानवता को शर्मसार करने वाली है।भाजपा सरकार में महिलाओं के विरुद्ध… — Rahul Gandhi (@RahulGandhi) September 20, 2024

ଓଡ଼ିଶାର ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ । କହିଲେ, ଭରତପୁର ଘଟଣା ଅତି ଭୟଙ୍କର

କନକ ବ୍ୟୁରୋ: ନୂଆଦିଲ୍ଲୀରେ ପହଞ୍ଚିଲାଣି ଭରତପୁର ଥାନା ମାମଲା। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାକୁ ନେଇ ଟ୍ବିଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଏହି ଘଟଣା ଦେଶର ଆଇନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା କରିଥିବା ରାହୁଲ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି। ବିଜେପି ସରକାରରେ ମହିଳାଙ୍କ ବିରୋଧରେ ଅପରାଧ ବେକାବୁ ହୋଇଛି। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ରାହୁଲ ‘ଏକ୍ସ’ରେ ଲେଖିଛନ୍ତି। ସେହିପରି ଜଣେ ସେନା ଅଧିକାରୀଙ୍କୁ ପୋଲିସ ଯେଭଳି ବର୍ବରତା ଦେଖାଇଲେ, ସେଥିରେ ସାରା ଦେଶ ସ୍ତବ୍ଧ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ବିଜେପି ସରକାରରେ ପୋଲିସ ରକ୍ଷକରୁ ଭକ୍ଷକ ସାଜୁଛି।