ତମନ୍ନା ଚାହୁଁଥିଲେ, ବିଜୟ ଚାହୁଁନଥିଲେ, ସାମ୍ନାକୁ ଆସିଲା ବ୍ରେକ୍‌ଅପ୍ କାରଣ

ମୁମ୍ୱାଇ ୦୮/୦୩: ଅଭିନେତ୍ରୀ ତମନ୍ନା ଭାଟିଆ ଓ ତାଙ୍କର ଦୀର୍ଘଦିନର ବୟଫ୍ରେଣ୍ଡ ବିଜୟ ବର୍ମାଙ୍କର ନିକଟରେ ବ୍ରେକଅପ୍‌ ହୋଇଛି । ଯଦିଓ ସେମାନେ ଏ ନେଇ ଖୋଲାଖୋଲି ଭାବେ ପ୍ରକାଶ କରିନାହାନ୍ତି ତେବେ ଦୁହିଁଙ୍କର ରାସ୍ତା ଅଲଗା ହୋଇସାରିଛି ବୋଲି ଉଭୟଙ୍କ ସହ ଘନିଷ୍ଠ ଲୋକଙ୍କର ମତ । ବିବାହ ଲାଗି ତମନ୍ନାଙ୍କର ଇଚ୍ଛା ହିଁ ସେମାନଙ୍କ ସଂପର୍କ  ଭାଙ୍ଗିବାର କାରଣ ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ, ତମନ୍ନା ଓ ବିଜୟଙ୍କର ଭବିଷ୍ୟତର ଯୋଜନା ମେଳ ଖାଉନଥିଲା । ତମନ୍ନା ଶୀଘ୍ର ବିବାହ କରି ଘର ସଂସାର କରିବାକୁ ଚାହୁଁଥିଲେ । କିନ୍ତୁ  ବିଜୟ ଏ ସଂପର୍କରେ ନିଜର ବିଚାର ସ୍ପଷ୍ଟ କରିପାରୁନଥିଲେ । ଶୀଘ୍ର ବାହା ହେବାକୁ ତାଙ୍କର ଯୋଜନା ନଥିଲା । ସେଥିଯୋଗୁ ହିଁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଅବଶ୍ୟ ବ୍ରେକଅପ୍‌ ପରେ ବି ସେମାନେ ଭଲ ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୩ରେ ‘ଲଷ୍ଟ ଷ୍ଟୋରିଜ୍‌-୨’ ମୁକ୍ତିଲାଭ କରିବା ସମୟରେ ତମନ୍ନା-ବିଜୟ ନିଜ ସଂପର୍କ  ନେଇ ଆନୁଷ୍ଠାନିକ ଭାବେ ପ୍ରକାଶ  କରିଥିଲେ । ଏହାପରଠାରୁ ସେମାନଙ୍କୁ ଅନେକ ଉତ୍ସବରେ ଏକାଠି ଦେଖିବାକୁ ମିଳୁଥିଲା । ସୋସିଆଲ୍‌ ମିଡିଆରେ ବି ସେମାନେ ପରସ୍ପର ସଂପର୍କିତ ପୋଷ୍ଟ କରୁଥିଲେ ।

ତମନ୍ନା ଚାହୁଁଥିଲେ, ବିଜୟ ଚାହୁଁନଥିଲେ, ସାମ୍ନାକୁ ଆସିଲା ବ୍ରେକ୍‌ଅପ୍ କାରଣ

ମୁମ୍ୱାଇ ୦୮/୦୩: ଅଭିନେତ୍ରୀ ତମନ୍ନା ଭାଟିଆ ଓ ତାଙ୍କର ଦୀର୍ଘଦିନର ବୟଫ୍ରେଣ୍ଡ ବିଜୟ ବର୍ମାଙ୍କର ନିକଟରେ ବ୍ରେକଅପ୍‌ ହୋଇଛି । ଯଦିଓ ସେମାନେ ଏ ନେଇ ଖୋଲାଖୋଲି ଭାବେ ପ୍ରକାଶ କରିନାହାନ୍ତି ତେବେ ଦୁହିଁଙ୍କର ରାସ୍ତା ଅଲଗା ହୋଇସାରିଛି ବୋଲି ଉଭୟଙ୍କ ସହ ଘନିଷ୍ଠ ଲୋକଙ୍କର ମତ । ବିବାହ ଲାଗି ତମନ୍ନାଙ୍କର ଇଚ୍ଛା ହିଁ ସେମାନଙ୍କ ସଂପର୍କ  ଭାଙ୍ଗିବାର କାରଣ ବୋଲି କୁହାଯାଉଛି । 

ରିପୋର୍ଟ ଅନୁସାରେ, ତମନ୍ନା ଓ ବିଜୟଙ୍କର ଭବିଷ୍ୟତର ଯୋଜନା ମେଳ ଖାଉନଥିଲା । ତମନ୍ନା ଶୀଘ୍ର ବିବାହ କରି ଘର ସଂସାର କରିବାକୁ ଚାହୁଁଥିଲେ । କିନ୍ତୁ  ବିଜୟ ଏ ସଂପର୍କରେ ନିଜର ବିଚାର ସ୍ପଷ୍ଟ କରିପାରୁନଥିଲେ । ଶୀଘ୍ର ବାହା ହେବାକୁ ତାଙ୍କର ଯୋଜନା ନଥିଲା । ସେଥିଯୋଗୁ ହିଁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଅବଶ୍ୟ ବ୍ରେକଅପ୍‌ ପରେ ବି ସେମାନେ ଭଲ ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । 

୨୦୨୩ରେ ‘ଲଷ୍ଟ ଷ୍ଟୋରିଜ୍‌-୨’ ମୁକ୍ତିଲାଭ କରିବା ସମୟରେ ତମନ୍ନା-ବିଜୟ ନିଜ ସଂପର୍କ  ନେଇ ଆନୁଷ୍ଠାନିକ ଭାବେ ପ୍ରକାଶ  କରିଥିଲେ । ଏହାପରଠାରୁ ସେମାନଙ୍କୁ ଅନେକ ଉତ୍ସବରେ ଏକାଠି ଦେଖିବାକୁ ମିଳୁଥିଲା । ସୋସିଆଲ୍‌ ମିଡିଆରେ ବି ସେମାନେ ପରସ୍ପର ସଂପର୍କିତ ପୋଷ୍ଟ କରୁଥିଲେ ।