ଦୋକାନୀଙ୍କ ମନମାନି, ପଞ୍ଚାୟତର ଅଙ୍କୁଶ ନାହିଁ

ରିଷିଡ଼ା,୨୯।୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବୃହତ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ରିଷିଡା ନାନା ଅବ୍ୟବସ୍ଥାରେ ଚାଲିଛି। ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଥିବା ଦୋକାନ ଗୃହ ପାଇଥିବା ଦୋକାନୀମାନେ ମନଇଚ୍ଛା ଦୋକାନ ଗୃହ ରାସ୍ତା ଆଗକୁ ନିର୍ମାଣ କରୁଛନ୍ତି। ଫଳରେ ରିଷିଡା, ମ.ରାମପୁର ରାସ୍ତା ସଙ୍କୁଚିତ ହୋଇ ଅଣଓସାରିଆ ହୋଇପଡିଛି। ସା ସମୟରେ ଏହି ରାସ୍ତା ଦୁଇଟି ବାଇକ ମଧ୍ୟ ଯାତାୟାତ କରିବାରେ ଅସୁବିଧା ହେଉଛି। ରିଷିଡା ପଞ୍ଚାୟତ ପକ୍ଷରୁ ରିଷିଡା ମୁଖ୍ୟରାସ୍ତା କଡ଼ରେ ଦୋକାନ ଗୃହ […] The post ଦୋକାନୀଙ୍କ ମନମାନି, ପଞ୍ଚାୟତର ଅଙ୍କୁଶ ନାହିଁ appeared first on Dharitri Odia News.

ଦୋକାନୀଙ୍କ ମନମାନି, ପଞ୍ଚାୟତର ଅଙ୍କୁଶ ନାହିଁ

ରିଷିଡ଼ା,୨୯।୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବୃହତ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ରିଷିଡା ନାନା ଅବ୍ୟବସ୍ଥାରେ ଚାଲିଛି। ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଥିବା ଦୋକାନ ଗୃହ ପାଇଥିବା ଦୋକାନୀମାନେ ମନଇଚ୍ଛା ଦୋକାନ ଗୃହ ରାସ୍ତା ଆଗକୁ ନିର୍ମାଣ କରୁଛନ୍ତି। ଫଳରେ ରିଷିଡା, ମ.ରାମପୁର ରାସ୍ତା ସଙ୍କୁଚିତ ହୋଇ ଅଣଓସାରିଆ ହୋଇପଡିଛି। ସା ସମୟରେ ଏହି ରାସ୍ତା ଦୁଇଟି ବାଇକ ମଧ୍ୟ ଯାତାୟାତ କରିବାରେ ଅସୁବିଧା ହେଉଛି। ରିଷିଡା ପଞ୍ଚାୟତ ପକ୍ଷରୁ ରିଷିଡା ମୁଖ୍ୟରାସ୍ତା କଡ଼ରେ ଦୋକାନ ଗୃହ ଭଡ଼ାରେ ଦିଆଯାଇଛି। ଏହି ଦୋକାନ ଘର ଭଡ଼ା ମାସିକ ୧୦୦୦ ଟଙ୍କା ଥିବାବେଳେ ବର୍ତ୍ତମାନ ସିସ୍କୁରିଟି ଟଙ୍କା ରହିଛି। ପ୍ରଥମେ ଜଣେ ଦୋକାନୀ ନିଜ ଦୋକାନ ବାରଣ୍ଡା ସହ ରାସ୍ତା ଆଗକୁ ଟିଣ ଚଦରରେ ଆଗକୁ ବଢାଇଛନ୍ତି। ଏହାକୁ ଦେଖି ଆଉ କେତେଜଣ ଦୋକାନୀ ଏହି ଭଳି କରିଛନ୍ତି। କିନ୍ତୁ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ରାସ୍ତା ସଙ୍କୁଚିତ ହୋଇଯାଉଛି। ସେହିପରି ଚଳିତ ବର୍ଷ ବସଷ୍ଟାଣ୍ଡରେ ହୋଟେଲ ଦୋକାନ ଗୃହ ଆବଣ୍ଟନ କରାଯାଇଛି। ପୂର୍ବରୁ ସେହି ଦୋକାନୀମାନେ ସେଠାରେ ଘରଭଡ଼ା ଦେଇ ଦୋକାନ ଦେଇଥିଲେ। ଯେତେବେଳେ ନୂତନ ଦୋକାନ ଗୃହ ନିର୍ମାଣ ହେଲା ସେତେବେଳେ ସେହି ହୋଟେଲ ଦୋକାନୀ ଗୃହ ଆବଣ୍ଟନ କରାଗଲା। ଏହି ହୋଟେଲର ଦୋକାନୀମାନେ ନିଜ ଦୋକାନରେ ସାମଗ୍ରୀ ରଖିବା ସହ ବସଷ୍ଟାଣ୍ଡ ରାସ୍ତାରେ ସାମୂହିକ ଦୋକାନ ଚାଲୁ ରଖୁଛନ୍ତି। ଫଳରେ ଦୋକାନ ଯୋଗୁ ଅଳିଆ ଆବର୍ଜନା ମହିଳା ପାଣି ପୂର୍ତ୍ତି ହୋଇ ଦୁର୍ଗନ୍ଧ ସୃଷ୍ଟି କରିଛି। ବିଶେଷ କରି ଶନିବାର ହାଟ ପାଳିରେ ଏହି ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ରିଷିଡା ସରପଞ୍ଚ ସେବତୀ ରଣାଙ୍କୁ ପଚାରିବାରୁ ସେ କହିଲେ ବାରମ୍ବାର କହିଲେ ମଧ୍ୟ କେହି ମାନୁନାହାନ୍ତି । ଯଦି ଆଗାମୀ ଦିନରେ ନ ମାନନ୍ତି ତେବେ ଉଚିତ କାର୍ଯ୍ୟାନୁଷ୍ଠାନ ପଞ୍ଚାୟତ ପକ୍ଷରୁ ନିଆଯିବ ବୋଲି କହିଛନ୍ତି। ରାସ୍ତାରେ ଯାଉଥିବା ଲୋକମାନଙ୍କୁ ପଚାରିବାରୁ ନିଜ ଷ୍ଟଲରେ ନ କରି ରାସ୍ତାକଡ଼ରେ କରିଥିବାରୁ ଯିବାଆସିବାରେ ଅସୁବିଧା ହେଉଛି ଏବଂ ଆବର୍ଜନା ପଡ଼ିରହିଛି ବୋଲି କହିଛନ୍ତି।

The post ଦୋକାନୀଙ୍କ ମନମାନି, ପଞ୍ଚାୟତର ଅଙ୍କୁଶ ନାହିଁ appeared first on Dharitri Odia News.