ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ର ହେଲେ ମିଷ୍ଟର୍ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ
ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ ଚ୍ୟାନେଲ ହୋଇପାରିଛି। ମିଷ୍ଟର ବିଷ୍ଟ ୟୁଟ୍ୟୁବ୍ ଚ୍ୟାନେଲର ସମୁଦାୟ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୨୬.୭ କୋଟିରେ ପହଞ୍ଚିଥିବାବେଳେ ଟି-ସିରିଜର ମୋଟ ୨୬.୬ କୋଟି ସବ୍ସ୍କ୍ରାଇବର ରହିଛନ୍ତି। ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍ ଚ୍ୟାନେଲକୁ ଜିମି ଡୋନାଲ୍ଡସନ୍ ନାମକ […] The post ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ର ହେଲେ ମିଷ୍ଟର୍ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ appeared first on Dharitri Odia News.
ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ ଚ୍ୟାନେଲ ହୋଇପାରିଛି। ମିଷ୍ଟର ବିଷ୍ଟ ୟୁଟ୍ୟୁବ୍ ଚ୍ୟାନେଲର ସମୁଦାୟ ସବ୍ସ୍କ୍ରାଇବରଙ୍କ ସଂଖ୍ୟା ୨୬.୭ କୋଟିରେ ପହଞ୍ଚିଥିବାବେଳେ ଟି-ସିରିଜର ମୋଟ ୨୬.୬ କୋଟି ସବ୍ସ୍କ୍ରାଇବର ରହିଛନ୍ତି।
‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍ ଚ୍ୟାନେଲକୁ ଜିମି ଡୋନାଲ୍ଡସନ୍ ନାମକ ଜଣେ ୨୬ ବର୍ଷୀୟ ଯୁବକ ପରିଚାଳନା କରନ୍ତି। ଏହି ଅବସରରେ ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ନିଜର ଏହି ଉପଲବ୍ଧି ଶେୟାର କରିଛନ୍ତି। ଏହି ପୋଷ୍ଟରେ ଟେସ୍ଲା ସିଇଓ ଏଲନ୍ ମସ୍କ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଜିମିଙ୍କ ଅନେକ ଫଲୋଅର୍ସ ମଧ୍ୟ କମେଣ୍ଟ ମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ‘ମିଷ୍ଟର୍ ବିଷ୍ଟ’ ଚ୍ୟାନେଲ ଲଗାତର ଗତ କିଛି ଦିନ ଧରି ୟୁଟ୍ୟୁବ୍ରେ ନଂ୧ରେ ରହିବା ପାଇଁ ଚେଷ୍ଟା ଜାରି ରଖିଥିଲା। ଏହି ଚ୍ୟାନେଲରେ ସାଧାରଣତଃ ବିଭିନ୍ନ ପ୍ରକାର ଚାଲେଞ୍ଜ, ପ୍ରତିଯୋଗିତା, ସ୍ପିଡ୍ ଗେମ ଆଦି ଅନେକ ପ୍ରକାରର କଣ୍ଟେଣ୍ଟ ଦେଖିବାକୁ ମିଳିଥାଏ।
୧୯୯୮ରେ ଜନ୍ମ ଗ୍ରହଣ କରିଥିବା ଜିମି ଉତ୍ତର କାରୋଲିନାର ଗ୍ରୀନ୍ଭିଲରେ ନିଜ ବାଲ୍ୟ ଜୀବନ ଅତିବାହିତ କରିଥିଲେ। ସେ ୨୦୧୨ର ପ୍ରାରମ୍ଭରେ, ମାତ୍ର ୧୩ ବର୍ଷ ବୟସରେ, ୟୁଟ୍ୟୁବ୍ରେ ନିଜର ‘ମିଷ୍ଟର ବିଷ୍ଟ’ ନାମକ ଚ୍ୟାନେଲ ଆରମ୍ଭ କରିଥିଲେ।୨୦୧୭ରେ ପ୍ରଥମ ଥର ପାଇଁ ଏକ ଲକ୍ଷ ପର୍ଯ୍ୟନ୍ତ ଗଣିବାକୁ ଚେଷ୍ଟା କରିଥିବା ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସେବେଠାରୁ ସେ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସ’ରେ ମଧ୍ୟ ମିଷ୍ଟର ବିଷ୍ଟଙ୍କ ଫଲୋଅର୍ସଙ୍କ ସଂଖ୍ୟା ଟି-ସିରିଜଠାରୁ ଅଧିକ ରହିଛି। ମିଷ୍ଟର ବିଷ୍ଟଙ୍କ ଏକ୍ସ’ ହ୍ୟାଣ୍ଡେଲରେ ସମୁଦାୟ ୨୯.୭ ମିଲିୟନ ଫଲୋଅର୍ସ ରହିଥିବାବେଳେ ଟି-ସିରିଜର ଅଫିସିଆଲ୍ ଏକ୍ସ’ ହ୍ୟାଣ୍ଡେଲରେ ୨.୧ ମିଲିୟନ ଫଲୋଅର୍ସ ରହିଛନ୍ତି।
The post ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ର ହେଲେ ମିଷ୍ଟର୍ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ appeared first on Dharitri Odia News.