ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୋରଡ଼ାସ୍ଥିତ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବରେ ଭାଜପା ଏମ୍‌ପି ପ୍ରାର୍ଥୀ ନବଚରଣ ମାଝି, ମୋରଡ଼ା ଭାଜପା ବିଧାୟକ ପ୍ରାର୍ଥୀ […] The post ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ appeared first on Dharitri Odia News.

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୋରଡ଼ାସ୍ଥିତ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବରେ ଭାଜପା ଏମ୍‌ପି ପ୍ରାର୍ଥୀ ନବଚରଣ ମାଝି, ମୋରଡ଼ା ଭାଜପା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲା ସଭାପତି କାନ୍ଦ୍ରା ସୋରେନ, ପରେଶ ମହାନ୍ତ,ସାରସକଣା ବିଧାୟକ ବୁଢାଣ ମୁର୍ମୁ, ପରେଶ ମହାନ୍ତ, ସୁକୁଲ ମୁର୍ମୁ, ନବୀନ ରାମ, ବୈଦ୍ୟନାଥ ମହାନ୍ତ,ପ୍ରବୀର ଘୋଷ,ସୀତାନାଥ କିସ୍କୁ, ଟୁନାରାମ ଥୟାଲ, ଲମ୍ବୋଦର ନାଏକ, ନିରଞ୍ଜନ ମହାନ୍ତ, କାଳୀଚରଣ ନାଏକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ପ୍ରଥମେ ମଞ୍ଚାସୀନ ଅତିଥିଗଣ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜିଲା ସଂଯୋଜକ ପ୍ରଦୀପ ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ମିଶ୍ରଣ ପର୍ବରେ ଜିଲା ସଭାପତି କାନ୍ଦ୍ରା ସୋରେନ ଉଦ୍‌ଘାଟନୀ ଭାଷଣ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିପରି ଉପକୃତ ହେଉଛନ୍ତି ସେ ବାବଦରେ ଅତିଥିମାନେ ଅଭିଭାଷଣ ରଖିବା ସହିତ ଆଗାମୀ ନିର୍ବାଚନରେ ଭାଜପାକୁ ଜିତାଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଡ଼ିବ ବୋଲି କହିଥିଲେ ଅତିଥିମାନେ। ଏହାପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଦୁଇଦିନ ତଳେ ବିଜେଡି ଛାଡ଼ିଥିବା ମୋରଡାର ବରିଷ୍ଠ ନେତା ସୌରଭ ରଞ୍ଜନ ମହାନ୍ତି ଆନୁଷ୍ଠାନିକ ଭାବେ ଭାଜପାରେ ମିଶିଥିଲେ। ସେହିପରି ତାଙ୍କ ନେତୃତ୍ୱରେ ତାଙ୍କର କର୍ମୀମାନେ ମଧ୍ୟ ଭାଜପାରେ ଯୋଗଦେଇଥିଲେ। ଏହାପରେ  ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପୂର୍ବତନ ଜିଲାପରିଷଦ ପ୍ରାର୍ଥୀ ଅନୁପା ମୁର୍ମୁଙ୍କ ସହିତ ତାଙ୍କର ବହୁ କର୍ମୀ ମଧ୍ୟ ଭାଜପାରେ ଯୋଗଦେଇଥିଲେ। ଏହା ପରେ ବିଭିନ୍ନ ମଣ୍ଡଳରୁ ଆସିଥିବା ପ୍ରତିନିଧିମାନଙ୍କ ନେତୃତ୍ୱରେ ଶତାଧିକ ବିଜେଡି,ଜେଏମ୍‌ଏମ, କଂଗ୍ରେସ କର୍ମୀ ମଧ୍ୟ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ଆଜିର ଏହି ମହାମିଶ୍ରଣ ପର୍ବରେ ମୋରଡ଼ା ନିର୍ବାଚନମଣ୍ଡଳୀର ମୋଟ୍‌ ଏକ ହଜାରରୁ ଊର୍ଦ୍ଧ୍ୱ କର୍ମୀ ସାମିଲ ହୋଇଥିଲେ।

The post ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ appeared first on Dharitri Odia News.