ଓଡ଼ିଶାର ଚାଷୀ ମାସିକ ୫ ହଜାର ରୋଜଗାର କରିବା ବି କଷ୍ଟକର; ବିଜେପି
ଗତ ୨୦୦୯ ମସିହାଠାରୁ ବିଜେଡି ସରକାର କୃଷକଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଆସୁଛି। କିନ୍ତୁ କିଛି ପୂରଣ ହେଉନାହିଁ। ଯୋଜନା ଉପରେ ଯୋଜନା ହେଉଛି, ତଥାପି କୃଷକଙ୍କ ବିକାଶ ହେଉନାହିଁ ବୋଲି ବିଜେପି କହିଛି।
କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଲେ, ଜଳସେଚନ ପାଇଁ କୌଣସି ସୁବିଧା କରିନାହାନ୍ତି ରାଜ୍ୟ ସରକାର। ଚାଷୀ ମାସିକ ୫ ହଜାର ରୋଜଗାର କରିବା ବି କଷ୍ଟକର। ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ବନ୍ଦ ହେଲା, ଶୀତଳ ଭଣ୍ଡାର ନାହିଁ। ଗତ ୨୦୦୯ ମସିହାଠାରୁ ବିଜେଡି ସରକାର କୃଷକଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଆସୁଛି। କିନ୍ତୁ କିଛି ପୂରଣ ହେଉନାହିଁ। ଯୋଜନା ଉପରେ ଯୋଜନା ହେଉଛି, ତଥାପି କୃଷକଙ୍କ ବିକାଶ ହେଉନାହିଁ ବୋଲି ବିଜେପି କହିଛି।