ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ)ତତ୍କାଳୀନ ରାଜନଗର ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ରାଜ୍ୟସାରା ପାଳିତ ହୋଇଯାଇଛି। ହେଲେ ମହାକାଳପଡ଼ାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ କେହି ଫୁଲମାଳଟିଏ ପକାଇବାକୁ ନ ଆସିବା ଘଟଣା ଏଠାରେ ଅସନ୍ତୋଷ ସୃଷ୍ଟି କରିଛି ା ଏ ସଂକ୍ରାନ୍ତରେ ଜମ୍ବୁ ଅଞ୍ଚଳର ବରିଷ୍ଠ ନାଗରିକ ହରିପଦ ଦାସ କହିଛନ୍ତି, ଆଜି ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କ ଫୁଲ ମାଳଟି ମିଳିଲା ନାହିଁ। ଆମେ କେବେ ବିଜୁ ବାବୁଙ୍କୁ ଭୁଲି […] The post ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ appeared first on Dharitri Odia News.

ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ

ମହାକାଳପଡ଼ା,୧୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ)ତତ୍କାଳୀନ ରାଜନଗର ବିଧାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ରାଜ୍ୟସାରା ପାଳିତ ହୋଇଯାଇଛି। ହେଲେ ମହାକାଳପଡ଼ାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ କେହି ଫୁଲମାଳଟିଏ ପକାଇବାକୁ ନ ଆସିବା ଘଟଣା ଏଠାରେ ଅସନ୍ତୋଷ ସୃଷ୍ଟି କରିଛି ା ଏ ସଂକ୍ରାନ୍ତରେ ଜମ୍ବୁ ଅଞ୍ଚଳର ବରିଷ୍ଠ ନାଗରିକ ହରିପଦ ଦାସ କହିଛନ୍ତି, ଆଜି ଶ୍ରାଦ୍ଧ ଦିବସରେ ବିଜୁ ବାବୁଙ୍କ ଫୁଲ ମାଳଟି ମିଳିଲା ନାହିଁ। ଆମେ କେବେ ବିଜୁ ବାବୁଙ୍କୁ ଭୁଲି ପାରିବୁ ନାହିଁ। ୧୯୭୧ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ରାଜନଗର ଓ ମହାକାଳପଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ସେହି ଦୁର୍ଦ୍ଦିନ ସମୟରେ ବିଜୁ ବାବୁ ଏଠାକୁ ଆସି ଲୋକମାନଙ୍କୁ ସାହାସ ଦେବା ସହିତ ଉଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ ା ସେଦିନ ଠାରୁ ବିଜୁ ପଟ୍ଟନାୟକ ରାଜନଗର ଓ ମହାକାଳପଡ଼ା ଅଞ୍ଚଳରେ ଲୋକଙ୍କ ହୃଦୟ ଅମର ହୋଇ ରହିଛନ୍ତି। ବୁଧବାର ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଫୁଲମାଳଟିଏ ନ ମିଳିବା ବହୁ ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ସାମାଜିକ କର୍ମୀ ଦୁଃଖର କଥା ବୋଲି କହିଛନ୍ତି।

The post ଶ୍ରାଦ୍ଧ ଦିବସରେ ବିଜୁଙ୍କୁ ଭୁଲିଗଲେ appeared first on Dharitri Odia News.