ଓଟିଇଟି ପରୀକ୍ଷା ତୁରନ୍ତ ପ୍ରତ୍ୟାହାର କର: ଆନ୍ଦୋଳନ ଧମକ ଦେଲା ପ୍ରାଥମିକ ଶିକ୍ଷକ ସଂଘ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଧେଶ୍ୟରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ପରୀକ୍ଷା ବର୍ତ୍ତମାନ ବାଧ୍ୟତାମୂଳକ କରାଯାଇଛି । ଏହିଭଳି କୁତ୍ସିତ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ଦାବୀ ହୋଇଛି। ଦୀର୍ଘ […] The post ଓଟିଇଟି ପରୀକ୍ଷା ତୁରନ୍ତ ପ୍ରତ୍ୟାହାର କର: ଆନ୍ଦୋଳନ ଧମକ ଦେଲା ପ୍ରାଥମିକ ଶିକ୍ଷକ ସଂଘ appeared first on Dharitri Odia News.

ଓଟିଇଟି ପରୀକ୍ଷା ତୁରନ୍ତ ପ୍ରତ୍ୟାହାର କର: ଆନ୍ଦୋଳନ ଧମକ ଦେଲା ପ୍ରାଥମିକ ଶିକ୍ଷକ ସଂଘ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଧେଶ୍ୟରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ପରୀକ୍ଷା ବର୍ତ୍ତମାନ ବାଧ୍ୟତାମୂଳକ କରାଯାଇଛି । ଏହିଭଳି କୁତ୍ସିତ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ଦାବୀ ହୋଇଛି। ଦୀର୍ଘ ବର୍ଷ ଚାକିରି କରିବା ପରେ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ପାଇଁ ଓଟିଇଟି ପରୀକ୍ଷା ବ୍ୟବସ୍ଥା ସରକାରଙ୍କ ଏହା ଏକ ହୀନ ଚକ୍ରାନ୍ତ । ସରକାର ଶିକ୍ଷକଙ୍କ ବୟସ ଓ ମାନସିକ ଅବସ୍ଥା ପ୍ରତି ଆଦୌ ସଚେତନ ନ ହୋଇ ସମସ୍ତ ଶିକ୍ଷକଙ୍କୁ ପଦୋନ୍ନତି ପାଇଁ ଓଟିଇଟି ପରୀକ୍ଷା ବାଧ୍ୟ କରିବା ଏକ ନିନ୍ଦନୀୟ ବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ଏଲିମେଣ୍ଟାରି ଓ ସେକେଣ୍ଡାରୀ ମଧ୍ୟରେ ଏତେ ପାତର ଅନ୍ତର ନିତି ଅଗଣତାନ୍ତ୍ରିକ। ପ୍ରାଥମିକ ଶିକ୍ଷାରେ ଠିକା ବ୍ୟବସ୍ଥା ଉଛେଦ, ୬ ରୁ ୮ ବର୍ଷ କୁ ମୂଳ ଚାକିରି ରେ ଗଣନା କରି ନ୍ୟାସନାଲ ଇଂକ୍ରିମେଣ୍ଟ ପ୍ରଦାନ ଏବଂ ୨୨ ଟି ରାଜ୍ୟ ଭଳି ଅବିକଳ କେନ୍ଦ୍ରୀୟ ହାରରେ ଆମ ରାଜ୍ୟର ଶିକ୍ଷକମାନକୁ ଦରମା ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାର ଶିକ୍ଷକମାନକ ମୂଳ ସମସ୍ୟାକୁ ସମାଧାନ ନକରି ସେମାନଙ୍କୁ ପଦୋନ୍ନତି ପାଇଁ

ଓଟିଇଟି ପରୀକ୍ଷା ଦେବାକୁ ବାଧ୍ୟ କରିବା ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଅଧିକ ସ୍ପଷ୍ଟ ଭାବେ ବାରି ହୋଇପଡିଛି। ତେଣୁ ସରକାର ଓଟିଇଟି ଭଳି କୁତ୍ସିତ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଙ୍ଘର କର୍ମକର୍ତ୍ତା ମାନେ ଏଠାରେ ପ୍ରକାଶ କରିଛନ୍ତି। ଆଜି ଦାବିପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ତ୍ରିନାଥ ପଟ୍ଟନାୟକ, ସରୋଜ ଶତପଥୀ, ସୁଧୀର ବେହେରା, ଗୋକୁଳ ମଲ୍ଲିକ, ଜଗଦୀଶ ନାୟକ, ମନୋଜ କୁମାର ବେହେରା, ଶିଶିର କାନ୍ତ ପତି, ସୁଜିତ କୁମାର ସ୍ବାଇଁ, ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଦେବୀ ପ୍ରସାଦ ଦାଶ, ବିଭୂ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

The post ଓଟିଇଟି ପରୀକ୍ଷା ତୁରନ୍ତ ପ୍ରତ୍ୟାହାର କର: ଆନ୍ଦୋଳନ ଧମକ ଦେଲା ପ୍ରାଥମିକ ଶିକ୍ଷକ ସଂଘ appeared first on Dharitri Odia News.