ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା: ୨ ଦୁଇ ମୃତ ଜଣେ ଗୁରୁତର
ତେନ୍ତୁଳିଖୁଣ୍ଟି,୩୧ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ପୂଜାରୀଗୁଡା ଷ୍ଟାଡିୟମ ତେନ୍ତୁଳିଗଛ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଛନ୍ତି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ନବରଙ୍ଗପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷ ଦର୍ଶୀଙ୍କ ମୁତାବକ ଅପରାହ୍ନ ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ରାସ୍ତାରେ ଛିଟିକି ପଡିଥିଲେ […] The post ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା: ୨ ଦୁଇ ମୃତ ଜଣେ ଗୁରୁତର appeared first on Dharitri Odia News.
ତେନ୍ତୁଳିଖୁଣ୍ଟି,୩୧ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ପୂଜାରୀଗୁଡା ଷ୍ଟାଡିୟମ ତେନ୍ତୁଳିଗଛ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଛନ୍ତି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ନବରଙ୍ଗପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ପ୍ରତ୍ୟକ୍ଷ ଦର୍ଶୀଙ୍କ ମୁତାବକ ଅପରାହ୍ନ ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ରାସ୍ତାରେ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ହେମନ୍ତ ବାଣୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ପୂର୍ଣ୍ଣ ମାଝିଙ୍କ ଚିକିତ୍ସା ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେl ପୂଜାରୀଗୁଡା ଗ୍ରାମର ତପନ ପାତ୍ରକୁ ଚିକିତ୍ସା ପରେ ନବରଙ୍ଗପୁର ଜିଲା ଡାକ୍ତର ଖାନାକୁ ପଠାଇଥିବା ସୂଚନା ଦେଇଛନ୍ତି ଡାକ୍ତର ପ୍ରଶ୍ନଜିତ ମହାନ୍ତି ।
The post ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା: ୨ ଦୁଇ ମୃତ ଜଣେ ଗୁରୁତର appeared first on Dharitri Odia News.