ଓଡ଼ିଶାରେ ଜୋରଦାର ହେଲା ବିଜେପିର ସଦସ୍ୟତା ଅଭିଯାନ

ଭୁବନେଶ୍ଵର: ସାରା ଭାରତରେ ବିଜେପିର ସଦସ୍ୟତା ଅଭିଯାନ ଜାରି ରହିଥିବା ବେଳେ ଏଥିରୁ ବାଦ୍ ପଡିନାହିଁ ଓଡ଼ିଶା । ଓଡ଼ିଶାରେ ୧ କୋଟି ସଦସ୍ୟ ଯୋଡିବାର ଲକ୍ଷ୍ୟ ନେଇ ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିଛି ଦଳ ।  ଗାଁରୁ ସହର ପର୍ଯ୍ୟନ୍ତ ବିଜେପିର କାର୍ଯ୍ୟକର୍ତ୍ତାମାନେ ସଦସ୍ୟତା ନେଇ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପିର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଅନ୍‌ ଲାଇନ୍‌ ସଦସ୍ୟତା କରାଉଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଉପରେ ଗରିବ, ମହିଳା, ଚାଷୀ, ଯୁବଶକ୍ତିଙ୍କ ସମେତ ସମାଜର ସବୁ ବର୍ଗଙ୍କ ଭରସା ବଢ଼ୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।ଜୋରଦାର ହୋଇଛି ବିଜେପିର ସଦସ୍ୟତା ଅଭିଯାନ ।   ଗ୍ରାଉଣ୍ଡରେ ବୁଲୁଛନ୍ତି ଖୋଦ୍‌ ମନ୍ତ୍ରୀ-ସାଂସଦ-ବିଧାୟକ । ବିଜେପି ସଦସ୍ୟତା ପାଇଁ ସବୁବର୍ଗଙ୍କ ଭିତର ବଢ଼ୁଛି ଉତ୍ସାହ । ରାଜଧାନୀ ଭୁବନେଶ୍ବରରେ ବିଜେପି ସଭ୍ୟ ସଂଗ୍ରହ ଅଭିଯାନରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶତାଧିକ ଯୁବକ ଯୁବତୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଜେପିର ସଦସ୍ୟତା ଗ୍ରହଣ କରାଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କେବଳ ସରକାରକୁ ଆସିବା ଆମର ଲକ୍ଷ୍ୟ ନୁହେଁ । ଲୋକଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିବା ସହ  ନିରନ୍ତର ଭାବେ ଦଳକୁ ମଜବୁତ୍‌ କରିବା ହେଉଛି ଆମର ଲକ୍ଷ

ଓଡ଼ିଶାରେ ଜୋରଦାର ହେଲା ବିଜେପିର ସଦସ୍ୟତା ଅଭିଯାନ

ଭୁବନେଶ୍ଵର: ସାରା ଭାରତରେ ବିଜେପିର ସଦସ୍ୟତା ଅଭିଯାନ ଜାରି ରହିଥିବା ବେଳେ ଏଥିରୁ ବାଦ୍ ପଡିନାହିଁ ଓଡ଼ିଶା । ଓଡ଼ିଶାରେ ୧ କୋଟି ସଦସ୍ୟ ଯୋଡିବାର ଲକ୍ଷ୍ୟ ନେଇ ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରିଛି ଦଳ ।  ଗାଁରୁ ସହର ପର୍ଯ୍ୟନ୍ତ ବିଜେପିର କାର୍ଯ୍ୟକର୍ତ୍ତାମାନେ ସଦସ୍ୟତା ନେଇ ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପିର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଅନ୍‌ ଲାଇନ୍‌ ସଦସ୍ୟତା କରାଉଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଉପରେ ଗରିବ, ମହିଳା, ଚାଷୀ, ଯୁବଶକ୍ତିଙ୍କ ସମେତ ସମାଜର ସବୁ ବର୍ଗଙ୍କ ଭରସା ବଢ଼ୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଜୋରଦାର ହୋଇଛି ବିଜେପିର ସଦସ୍ୟତା ଅଭିଯାନ ।   ଗ୍ରାଉଣ୍ଡରେ ବୁଲୁଛନ୍ତି ଖୋଦ୍‌ ମନ୍ତ୍ରୀ-ସାଂସଦ-ବିଧାୟକ । ବିଜେପି ସଦସ୍ୟତା ପାଇଁ ସବୁବର୍ଗଙ୍କ ଭିତର ବଢ଼ୁଛି ଉତ୍ସାହ । ରାଜଧାନୀ ଭୁବନେଶ୍ବରରେ ବିଜେପି ସଭ୍ୟ ସଂଗ୍ରହ ଅଭିଯାନରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶତାଧିକ ଯୁବକ ଯୁବତୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଜେପିର ସଦସ୍ୟତା ଗ୍ରହଣ କରାଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କେବଳ ସରକାରକୁ ଆସିବା ଆମର ଲକ୍ଷ୍ୟ ନୁହେଁ । ଲୋକଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିବା ସହ  ନିରନ୍ତର ଭାବେ ଦଳକୁ ମଜବୁତ୍‌ କରିବା ହେଉଛି ଆମର ଲକ୍ଷ୍ୟ । ଦଳକୁ ତଳ ସ୍ତରରୁ ଅଧିକ ସକ୍ରିୟ କରିବାକୁ ପଡ଼ିବ । ସଂଗଠନ ଶକ୍ତିକୁ ଆହୁରି ବଢ଼ାଇବା ପାଇଁ ପଡ଼ିବ । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଆହ୍ବାନ ଉପସ୍ଥିତ ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲା ।  ଗତ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଚାଲିବ। ବିଜେପି ବିଶ୍ବର ସବୁଠୁ ବଡ଼ ରାଜନୈତିକ ଦଳ । ନିରନ୍ତର ଭାବେ ଦଳକୁ ମଜବୁତ୍‌ ଓ ସକ୍ରିୟ କରାଇବା ପାଇଁ ଅକ୍ଟୋବର ୫ ତାରିଖରେ ଭୁବନେଶ୍ବର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଭୋଟରମାନଙ୍କୁ ସଦସ୍ୟତା କରାଇଥିବା ବେଳେ ସଦସ୍ୟତା ଅଭିଯାନକୁ ଓଡ଼ିଶା ସମେତ ସମଗ୍ର ଭାତରବର୍ଷରେ ସବୁ ବର୍ଗର ଲୋକଙ୍କ ଠାରୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ମିଳିଛି । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପିର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମଧ୍ୟ ଅନଲାଇନ ସଦସ୍ୟତା କରାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଗରିବ, ମହିଳା, ଚାଷୀ ଯୁବଶକ୍ତିଙ୍କ ସମେତ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଭରସା ବଢୁଛି, । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହୋଇଥିବାରୁ ଅଧିକରୁ ଅଧିକ ଲୋକମାନେ ପାର୍ଟିର ସଦସ୍ୟ ହେବାର ଦେଖାଯାଉଛି ।  ପ୍ରଧାନମନ୍ତ୍ରୀ ମୋଦୀ ଏହି ସଦସ୍ୟତା ଅଭିଯାନରେ ଯୋଡିହେବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା  ଓ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି ।  ୮୮୦୦୦୦୨୦୨୪ ନମ୍ବରରରେ  ମିସଡ୍ କଲ୍ କରି କିମ୍ବା ନମୋ ଆପ୍ ମାଧ୍ୟମରେ ଲୋକମାନେ ବିଜେପି ପରିବାରର ସଦସ୍ୟ ହୋଇପାରିବେ ।