ଓଡ଼ିଶାରେ ପିଏମଓଙ୍କ ଦୁଇ ପ୍ରମୁଖ ସଚିବ, ରାଜ୍ୟ ସରକାରଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଗୁରୁବାର ଦିନ ୪ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସିଛନ୍ତି ୨ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଏବଂ ପି.କେ ମିଶ୍ର । ଶକ୍ତିକାନ୍ତ ଦାସ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଶୁକ୍ରବାର ସକାଳୁ ଘଟଗାଁ ତାରିଣୀ ପୀଠକୁ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ପାଇଁ ୱାଇ ପ୍ଲସ୍ ସୁରକ୍ଷା କରାଯାଇଛି । ଏହାପରେ ରାଜ୍ୟ ସରକାରଙ୍କର ବିଭିନ୍ନ ଅଧିକାରୀ […]

ଓଡ଼ିଶାରେ ପିଏମଓଙ୍କ ଦୁଇ ପ୍ରମୁଖ ସଚିବ, ରାଜ୍ୟ ସରକାରଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ
ଓଡ଼ିଶାରେ ପିଏମଓଙ୍କ ଦୁଇ ପ୍ରମୁଖ ସଚିବ, ରାଜ୍ୟ ସରକାରଙ୍କ ସହ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ । ଗୁରୁବାର ଦିନ ୪ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସିଛନ୍ତି ୨ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଏବଂ ପି.କେ ମିଶ୍ର । ଶକ୍ତିକାନ୍ତ ଦାସ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଶୁକ୍ରବାର ସକାଳୁ ଘଟଗାଁ ତାରିଣୀ ପୀଠକୁ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ପାଇଁ ୱାଇ ପ୍ଲସ୍ ସୁରକ୍ଷା କରାଯାଇଛି ।

ଏହାପରେ ରାଜ୍ୟ ସରକାରଙ୍କର ବିଭିନ୍ନ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।

ସେହିପରି ଆଜି ଝାରସୁଗଡ଼ା ବିମାନବନ୍ଦରରେ ପହଞ୍ଚିଛନ୍ତି ଡ. ପିକେ ମିଶ୍ର । ଏହାପରେ ସେ ସମ୍ବଲପୁର IIM ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳ ୯ଟାରେ IIM, ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆସନ୍ତାକାଲି ପର୍ଯ୍ୟଟନ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ ।