‘ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, ବିଜେପି ଯାହା କହିଥିଲା ତାହା କରିବ’

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।

‘ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, ବିଜେପି ଯାହା କହିଥିଲା ତାହା କରିବ’

ଓଡ଼ିଶାରେ ବିଜେପି ସରକାର ହେବା ପରେ, ନୂଆ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବଡ଼ ସୂଚନା । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆସନ୍ତା ୧୦ ତାରିଖରେ ହିଁ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ତେବେ କିଏ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ବନିବେ, ତାହା ଦଳର ପାର୍ଲାମେଣ୍ଟାରି ପାର୍ଟି ନିଷ୍ପତ୍ତି ନେବେ । ଆସନ୍ତା କାଲି କିମ୍ବା ଆଉ ଦିନେ ଦୁଇଦିନ ଭିତରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ସେହିପରି ରାଜ୍ୟରେ ବିଜେପିର ବିପୁଳ ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ । ସେ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା। ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ । ଭ୍ରଷ୍ଟ ଶାସନ ବିରୋଧରେ ଏବଂ ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ । ଏସବୁ କଥା ଓଡ଼ିଶାର ଭୋଟର ଗ୍ରହଣ କରିଥିଲେ ବୋଲି ବିପୁଳ ବିଜୟ ପରେ କହିଛନ୍ତି ମନମୋହନ ସାମଲ ।

ଅଧିକ ପଢ଼ନ୍ତୁ: ବିଜେଡି ହାତରୁ ଖସିଲା ଶାସନ ଡୋରି, ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ସେହିପରି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ। ରାଜ୍ୟବାସୀ ଭଲ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହିଛନ୍ତି, BSKYରେ ଅଳ୍ପ ସୁବିଧା ସୁଯୋଗ ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ଏହା ବ୍ୟାପକ ହେବ ବୋଲି ମନମୋହନ ସୂଚନା ଦେଇଛନ୍ତି।

ତା ସହ ରତ୍ନଭଣ୍ଡାର ଖୋଲାଯିବ, ଅନୁଧ୍ୟାନ ହୋଇ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ। ଯାହା ଯାହା ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ବିଜେପି ସେ ସବୁ ପୂରଣ ହେବ ବୋଲି ଦୋହରାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଅଧିକ ପଢ଼ନ୍ତୁ: କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ