ବେତ୍ ଲୋହିୟାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍; ଭୁଶୁଡ଼ିଲା ୫ ମହଲା କୋଠା, ୩୪ ମୃତ
ନୂଆଦିଲ୍ଲୀ: ପାଲେଷ୍ଟାୟୀନ ଅଶାନ୍ତି ଜାରି ରହିଛି । ଇସ୍ରାଏଲ ସେନାର ଜନବହୁଳ ସ୍ଥାନରେ ପ୍ରହାର ଜାରି ରଖିଛି । ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲ ସେନା ବେତ୍ ଲୋହିୟାର ଏକ ରେସିଡେଣ୍ଟ ଏରିଆକୁ ଆଟାକ୍ କରିଛି । ଏଥିରେ ଏକ ପାଞ୍ଚ ମହଲା କୋଠା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିଛି । ଏହି ଆକ୍ରମଣରେ ୩୪ଜଣ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଛୋଟ ପିଲା ରହିଛନ୍ତି । ଡଜନରୁ ଅଧିକ ଲୋକ ମାଟି ତଳେ ଚାପି ହୋଇଥିବା ଆଶଂକା କରାଯାଉଛି । ଏହି ଆକ୍ରମଣ ପରେ ସ୍ଥାନୀୟ ଲୋକେ ଘରଦ୍ବାର ଛାଡ଼ି ଆଶ୍ରୟସ୍ଥଳିକୁ ଯାଉଥିବାର ଦେଖିବାରୁ ମିଳିଛି । ପାଲେଷ୍ଚାୟୀନ ପ୍ରଶାସନ ଦାବି କରିଛି, ଯେଉଁ ସ୍ଥାନରେ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ୍ କରିଛି, ସେହି ସ୍ଥାନରେ ଜଣେ ବି ହମାସ ଆତଙ୍କବାଦୀ ନଥିଲେ । ବଂର ନିର୍ଦ୍ଦୋଶ ସାଧାରଣ ଲୋଙ୍କ ଉପରେ ଆଇଡିଏଫ ପ୍ରହାର କରିଛି । ଗତ ସପ୍ତାହରେ ଇସ୍ରାଏଲ ସେନ ଗାଜାର ଅଲ-ଅକ୍ସା ହସ୍ପିଟାଲରେ ବୋମା ବିସ୍ଫୋରଣ କରିଥିଲା । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ସ୍ଥାନୀୟ ସାମ୍ବାଦିକ ଖବର ସଂଗ୍ରହ କଲାବେଳେ ଆହତ ହୋଇଛନ୍ତି । ଗତ ବର୍ଷ ଅକ୍ଟୋବର ମାସରେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିବା ପରେ ରକ୍ତାମୁଖା ହୋଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ସେବେଠାରୁ ପ
ନୂଆଦିଲ୍ଲୀ: ପାଲେଷ୍ଟାୟୀନ ଅଶାନ୍ତି ଜାରି ରହିଛି । ଇସ୍ରାଏଲ ସେନାର ଜନବହୁଳ ସ୍ଥାନରେ ପ୍ରହାର ଜାରି ରଖିଛି । ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲ ସେନା ବେତ୍ ଲୋହିୟାର ଏକ ରେସିଡେଣ୍ଟ ଏରିଆକୁ ଆଟାକ୍ କରିଛି । ଏଥିରେ ଏକ ପାଞ୍ଚ ମହଲା କୋଠା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିପଡ଼ିଛି । ଏହି ଆକ୍ରମଣରେ ୩୪ଜଣ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଛୋଟ ପିଲା ରହିଛନ୍ତି । ଡଜନରୁ ଅଧିକ ଲୋକ ମାଟି ତଳେ ଚାପି ହୋଇଥିବା ଆଶଂକା କରାଯାଉଛି । ଏହି ଆକ୍ରମଣ ପରେ ସ୍ଥାନୀୟ ଲୋକେ ଘରଦ୍ବାର ଛାଡ଼ି ଆଶ୍ରୟସ୍ଥଳିକୁ ଯାଉଥିବାର ଦେଖିବାରୁ ମିଳିଛି ।
ପାଲେଷ୍ଚାୟୀନ ପ୍ରଶାସନ ଦାବି କରିଛି, ଯେଉଁ ସ୍ଥାନରେ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ୍ କରିଛି, ସେହି ସ୍ଥାନରେ ଜଣେ ବି ହମାସ ଆତଙ୍କବାଦୀ ନଥିଲେ । ବଂର ନିର୍ଦ୍ଦୋଶ ସାଧାରଣ ଲୋଙ୍କ ଉପରେ ଆଇଡିଏଫ ପ୍ରହାର କରିଛି । ଗତ ସପ୍ତାହରେ ଇସ୍ରାଏଲ ସେନ ଗାଜାର ଅଲ-ଅକ୍ସା ହସ୍ପିଟାଲରେ ବୋମା ବିସ୍ଫୋରଣ କରିଥିଲା । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ସ୍ଥାନୀୟ ସାମ୍ବାଦିକ ଖବର ସଂଗ୍ରହ କଲାବେଳେ ଆହତ ହୋଇଛନ୍ତି ।
ଗତ ବର୍ଷ ଅକ୍ଟୋବର ମାସରେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିବା ପରେ ରକ୍ତାମୁଖା ହୋଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ସେବେଠାରୁ ପାଲେଷ୍ଟୀୟନ ଉପରେ ଆକ୍ରମଣ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୪ ହଜାର ଲୋକଙ୍କ ଜୀବନ ଯାଇଛି । ପ୍ରାୟ ଅଢ଼େଇ ଲକ୍ଷ ଲୋକ ବେଘର ହୋଇଛନ୍ତି ।