ୟୁପିଆଇ କାରବାରରେ ରେକର୍ଡ, ମେ ମାସରେ ୨୦.୪୫ ଲକ୍ଷ କୋଟି ଟଙ୍କା ଛୁଇଁଲା UPIରେ କାରବାର

ନୂଆଦିଲ୍ଲୀ: ମେ ମାସରେ ନୂଆ ରେକର୍ଡ କରିଛି ୟୁପିଆଇ । କାରଣ ମେ ମାସରେ, ୟୁପିଆଇରେ କାରବାର ୨୦.୪୫ ଲକ୍ଷ କୋଟି ଟଙ୍କା ହୋଇଛି। ଯାହା ଏପ୍ରିଲ ମାସରେ ରେକର୍ଡ ହୋଇଥିବା ୧୯.୬୪ ଲକ୍ଷ କୋଟି ଟଙ୍କା ତୁଳନାରେ ୪ ପ୍ରତିଶତ ଅଧିକ। ସେହିଭଳି, ତଥ୍ୟ ଅନୁଯାୟୀ ମେ ମାସରେ ୧୪.୦୪ ବିଲିୟନ ଥର ନେଣଦେଣ ହୋଇଛି। ଯେତେବେଳେକି ଏପ୍ରିଲ ମାସରେ ୧୩.୩୦ ବିଲିୟନ ଥର ନେଣଦେଣ ହୋଇଥିଲା। ବାର୍ଷିକ ଆଧାରରେ ଏଭଳି ରହିଛି ତଥ୍ୟସେହିଭଳି ଗତ ବର୍ଷ ମେ ମାସକୁ ଦେଖିଲେ ନେଣଦେଣ ସଂଖ୍ୟାରେ ୪୯ ପ୍ରତିଶତ ଏବଂ ଟଙ୍କା କାରବାରରେ ୩୯ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ବଡ଼ କଥା ହେଉଛି ୨୦୧୬ରେ ୟୁପିଆଇ ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ମେ ମାସରେ ହୋଇଥିବା ଏହି ଟାଞ୍ଜାକ୍ସନ ହେଉଛି ସବୁଠୁ ଅଧିକ। ଆହୁରି ପଢ଼ନ୍ତୁ: ମେ ମାସରେ ୧.୭୩ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ, ବାର୍ଷିକ ଆଧାରରେ ୧୦ ପ୍ରତିଶତ ବୃଦ୍ଧିଆଇଏମପିଏସ ଏବଂ ଫାଷ୍ଟ୍ୟାଗ୍‌ରେ ବି ହୋଇଛି ବୃଦ୍ଧିସେହିଭଳି ଆଇଏମ୍‌ପିଏସ୍‌, ଫାଷ୍ଟ୍ୟାଗ୍‌ ନେଣଦେଣରେ ମଧ୍ୟ ବୃଦ୍ଧି ହୋଇଛି। ଆଇଏମପିଏସରେ ମେ ମାସରେ ୫୫୮ ମିଲିୟନ ଥର ଟ୍ରାଞ୍ଜାକ୍ସନ ସହ ୬.୦୬ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଯେତେବେଳେକି ଏହାପୂର୍ବରୁ ଏପ୍ରିଲରେ ୫୫୦ ମିଲିୟନ ଥର ଟ୍ରାଞ୍ଜାକ୍ସନ ସହ ୫.୯୨ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା।ଫାଷ୍ଟ୍ୟାଗ୍‌ କଥା କହିଲେ ମେ ମାସରେ ୫,୯୦୮ କୋଟି ଟଙ୍କାର କାରବ

ୟୁପିଆଇ କାରବାରରେ ରେକର୍ଡ, ମେ ମାସରେ ୨୦.୪୫ ଲକ୍ଷ କୋଟି ଟଙ୍କା ଛୁଇଁଲା UPIରେ କାରବାର

ନୂଆଦିଲ୍ଲୀ: ମେ ମାସରେ ନୂଆ ରେକର୍ଡ କରିଛି ୟୁପିଆଇ । କାରଣ ମେ ମାସରେ, ୟୁପିଆଇରେ କାରବାର ୨୦.୪୫ ଲକ୍ଷ କୋଟି ଟଙ୍କା ହୋଇଛି। ଯାହା ଏପ୍ରିଲ ମାସରେ ରେକର୍ଡ ହୋଇଥିବା ୧୯.୬୪ ଲକ୍ଷ କୋଟି ଟଙ୍କା ତୁଳନାରେ ୪ ପ୍ରତିଶତ ଅଧିକ। 

ସେହିଭଳି, ତଥ୍ୟ ଅନୁଯାୟୀ ମେ ମାସରେ ୧୪.୦୪ ବିଲିୟନ ଥର ନେଣଦେଣ ହୋଇଛି। ଯେତେବେଳେକି ଏପ୍ରିଲ ମାସରେ ୧୩.୩୦ ବିଲିୟନ ଥର ନେଣଦେଣ ହୋଇଥିଲା। 

ବାର୍ଷିକ ଆଧାରରେ ଏଭଳି ରହିଛି ତଥ୍ୟ

ସେହିଭଳି ଗତ ବର୍ଷ ମେ ମାସକୁ ଦେଖିଲେ ନେଣଦେଣ ସଂଖ୍ୟାରେ ୪୯ ପ୍ରତିଶତ ଏବଂ ଟଙ୍କା କାରବାରରେ ୩୯ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ବଡ଼ କଥା ହେଉଛି ୨୦୧୬ରେ ୟୁପିଆଇ ଆରମ୍ଭ ହେବା ପରଠାରୁ ଚଳିତ ବର୍ଷ ମେ ମାସରେ ହୋଇଥିବା ଏହି ଟାଞ୍ଜାକ୍ସନ ହେଉଛି ସବୁଠୁ ଅଧିକ। 

ଆହୁରି ପଢ଼ନ୍ତୁ: ମେ ମାସରେ ୧.୭୩ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ, ବାର୍ଷିକ ଆଧାରରେ ୧୦ ପ୍ରତିଶତ ବୃଦ୍ଧି

ଆଇଏମପିଏସ ଏବଂ ଫାଷ୍ଟ୍ୟାଗ୍‌ରେ ବି ହୋଇଛି ବୃଦ୍ଧି

ସେହିଭଳି ଆଇଏମ୍‌ପିଏସ୍‌, ଫାଷ୍ଟ୍ୟାଗ୍‌ ନେଣଦେଣରେ ମଧ୍ୟ ବୃଦ୍ଧି ହୋଇଛି। ଆଇଏମପିଏସରେ ମେ ମାସରେ ୫୫୮ ମିଲିୟନ ଥର ଟ୍ରାଞ୍ଜାକ୍ସନ ସହ ୬.୦୬ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଯେତେବେଳେକି ଏହାପୂର୍ବରୁ ଏପ୍ରିଲରେ ୫୫୦ ମିଲିୟନ ଥର ଟ୍ରାଞ୍ଜାକ୍ସନ ସହ ୫.୯୨ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା।

ଫାଷ୍ଟ୍ୟାଗ୍‌ କଥା କହିଲେ ମେ ମାସରେ ୫,୯୦୮ କୋଟି ଟଙ୍କାର କାରବାର ହୋଇଛି। ଯାହା ଏପ୍ରିଲରେ ହୋଇଥିବା ୫,୫୯୨ କୋଟି ଟଙ୍କା ତୁଳନାରେ ୯ ପ୍ରତିଶତ ଅଧିକ।