ଓୟୋ ରୁମରେ ବଙ୍ଗୀୟ ଯୁବତୀଙ୍କ ସହ ରାତି ରଙ୍ଗୀନ କରୁଥିଲା ସ୍ୱାମୀ.. ମାଡ଼ି ବସିଲା ସ୍ତ୍ରୀ

କନକ ବ୍ୟୁରୋ : ସ୍ୱାମୀ, ସ୍ତ୍ରୀ ଓ ଷ୍ଟିଙ୍ଗ ଅପରେସନ । ଓୟୋ ରୁମରେ ରଙ୍ଗୀନ ରାତି! ସ୍ୱାମୀଙ୍କ କାରନାମା । ସ୍ତ୍ରୀ କଲେ ଷ୍ଟିଙ୍ଗ ଅପରେସନ । ଘଟଣାଟି ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ଘଟଣା ଟି ସତ। ନିଜ ରଙ୍ଗିଲା ସ୍ୱାମୀଙ୍କ ପରକିୟା ପ୍ରୀତିକୁ ନେଇ ଷ୍ଟିଙ୍ଗ ଅପରେସନ କରିଛନ୍ତି ତାଙ୍କ ପତ୍ନୀ । ରାତି ଅଧରେ ଓୟୋ ରୁମରେ ନାଚ ଗୀତ ସହ ରଙ୍ଗୀନ ମିଜାଜରେ ଥିଲେ ସ୍ୱାମୀ । ଚିକେନ, […] The post ଓୟୋ ରୁମରେ ବଙ୍ଗୀୟ ଯୁବତୀଙ୍କ ସହ ରାତି ରଙ୍ଗୀନ କରୁଥିଲା ସ୍ୱାମୀ.. ମାଡ଼ି ବସିଲା ସ୍ତ୍ରୀ first appeared on Kanak News.

ଓୟୋ ରୁମରେ ବଙ୍ଗୀୟ ଯୁବତୀଙ୍କ ସହ ରାତି ରଙ୍ଗୀନ କରୁଥିଲା ସ୍ୱାମୀ.. ମାଡ଼ି ବସିଲା ସ୍ତ୍ରୀ

କନକ ବ୍ୟୁରୋ : ସ୍ୱାମୀ, ସ୍ତ୍ରୀ ଓ ଷ୍ଟିଙ୍ଗ ଅପରେସନ । ଓୟୋ ରୁମରେ ରଙ୍ଗୀନ ରାତି! ସ୍ୱାମୀଙ୍କ କାରନାମା । ସ୍ତ୍ରୀ କଲେ ଷ୍ଟିଙ୍ଗ ଅପରେସନ । ଘଟଣାଟି ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ଘଟଣା ଟି ସତ। ନିଜ ରଙ୍ଗିଲା ସ୍ୱାମୀଙ୍କ ପରକିୟା ପ୍ରୀତିକୁ ନେଇ ଷ୍ଟିଙ୍ଗ ଅପରେସନ କରିଛନ୍ତି ତାଙ୍କ ପତ୍ନୀ । ରାତି ଅଧରେ ଓୟୋ ରୁମରେ ନାଚ ଗୀତ ସହ ରଙ୍ଗୀନ ମିଜାଜରେ ଥିଲେ ସ୍ୱାମୀ । ଚିକେନ, ମଦ ଆଉ ବଙ୍ଗୀୟ ୟୁବତୀଙ୍କୁ ନେଇ ଚାଲିଥିଲା ଆସର । ହଠାତ ପୁଲିସ ସହ ଓୟୋ ରୁମରେ ପହଂଚି ସ୍ୱାମୀଙ୍କ ମୁଖା ଖୋଲି ଦେଲେ ସ୍ତ୍ରୀ । ତିନୋଟି ରୁମରେ ଥିବା ବଙ୍ଗୀୟ ଯୁବତୀଙ୍କ ସହ ଧରା ପଡିଗଲେ ସ୍ୱାମୀ ଅଭିନବ ସିଂ । ଅଭିନବ ଓ ତାଙ୍କ ଦୁଇ ବନ୍ଧୁ, ତିନି ଜଣ ବଙ୍ଗୀୟ ଯୁବତୀଙ୍କ ସହ ଅସଂଜତ ଅବସ୍ଥାରେ ଧରା ପଡିଥିବା ପତ୍ନୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଅଭିନବ ନିଜକୁ ଜଣେ ରାପର ବୋଲି କହୁଥିଲେ । ଓଲିଉଡର ନାଁ କରାଯାଇଥିବା ଅଭିନେତ୍ରୀ ମାନଙ୍କ ସହ ଓଡିଆ ଆଲବମ ଆଉ ମ୍ୟୁଜିକ ଭିଡିଓ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ଅଭିନେତ୍ରୀ ସୁପ୍ରିୟା ନାୟକ ନନ୍ଦନକାନନ ଥାନାରେ ବି ଅଭିଯୋଗ କରିଛନ୍ତି ।

ତେବେ ଓୟୋ ରୁମ ରେଡ ବେଳେ, ପୁଲିସକୁ ମାଡ଼ ମାରିବା ଏବଂ ଅଭିନବଙ୍କ ପତ୍ନୀଙ୍କୁ ମାଡ଼ ମାରିବା ନେଇ ଦୁଇଟି ମାମଲା ରୁଜୁ ହୋଇଛି । ୩ ଜଣ ବଙ୍ଗୀୟ ଯୁବତୀ ଏବଂ ଅଭିନବ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି ।

The post ଓୟୋ ରୁମରେ ବଙ୍ଗୀୟ ଯୁବତୀଙ୍କ ସହ ରାତି ରଙ୍ଗୀନ କରୁଥିଲା ସ୍ୱାମୀ.. ମାଡ଼ି ବସିଲା ସ୍ତ୍ରୀ first appeared on Kanak News.