ଔରଙ୍ଗଜେବ ପ୍ରସଙ୍ଗ ଅଯଥା ଉଠା ଯାଉଛି, ଶିବାଜୀ ହିଁ ନିର୍ମାଣ କରିଥିଲେ ଅଫଜଲଙ୍କ କବର: RSS ନେତା
ନାଗପୁର: ମୋଗଲ ବାଦଶାହ ଔରଙ୍ଗଜେବଙ୍କ ସ୍ମାରକ ହଟାଇବା ଦାବିକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। କିଛି ଦକ୍ଷିଣପନ୍ଥୀ ସଂଗଠନର ଏହି ଦାବି ମଧ୍ୟରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ସୁରେଶ ଭୈୟାଜୀ ଯୋଶୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହି ବିଷୟକୁ ଅନାବଶ୍ୟକ ଭାବେ ଉଠା ଯାଉଛି। ନାଗପୁରରେ ଏକା କାର୍ଯ୍ୟକ୍ରମ ପୂର୍ବରୁ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯାହାର ଆସ୍ଥା ଥିବ ସେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସ୍ଥିତ ଔରଙ୍ଗଜେବ କବରସ୍ଥାନକୁ ଯିବ।ଯୋଶୀ କହିଛନ୍ତି, ଔରଙ୍ଗଜେବଙ୍କ କବର ବିଷୟକୁ ଅନାବଶ୍ୟକ ଭାବେ ଉଠାଗଲା। ତାର ନିଧନ ଭାରତରେ ହୋଇଥିଲା। ତେଣୁ ତାଙ୍କ କବର ଉପରେ ସ୍ମାରକ ନିର୍ମାଣ ହୋଇଥିଲା। ଯାହାଙ୍କ ଆସ୍ଥା ଥିବ ସେ ସେଠାକୁ ଯିବ। ଛତ୍ରପତି ଶିବାଜୀ ମହାରାଜ ହେଉଛନ୍ତି ଆମର ଆଦର୍ଶ। ସେ ହିଂ ଅଫଜଲ ଖାନଙ୍କ ସ୍ମାରକ ନିର୍ମାଣ କରାଇଥିଲେ। ଏହା ଭାରତର ଉଦାରତା ଓ ସମିଶ୍ରଣର ପ୍ରତୀକ। ସ୍ମାରକ ରହିବ ଏବଂ ଯାହାଙ୍କ ଇଚ୍ଛା ସେମାନେ ସେଠାକୁ ଯିବେ। Also read: ‘ଇଦ’ର ନମାଜକୁ ସମ୍ବୋଧିତ କଲେ ମମତା ବାନାର୍ଜୀ, ଜାଣନ୍ତୁ କହିଲେ କ’ଣ?ସୂଚନାଯୋଗ୍ୟ, ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରମୁଖ(ଏମଏନଏସ) ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ କବରକୁ ନେଇ ଦଙ୍ଗାର ନିନ୍ଦା କରିଥିଲେ। ସେ କହିଥିଲେ, ଇତିହାସକୁ ଜାତି ଓ ଧର୍ମର ଚଷମାରେ ଦେଖାଯିବା ଉଚିତ୍ ନୁହେଁ
ନାଗପୁର: ମୋଗଲ ବାଦଶାହ ଔରଙ୍ଗଜେବଙ୍କ ସ୍ମାରକ ହଟାଇବା ଦାବିକୁ ନେଇ ଦେଶରେ ରାଜନୀତି ଜୋର ଧରିଛି। କିଛି ଦକ୍ଷିଣପନ୍ଥୀ ସଂଗଠନର ଏହି ଦାବି ମଧ୍ୟରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ସୁରେଶ ଭୈୟାଜୀ ଯୋଶୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହି ବିଷୟକୁ ଅନାବଶ୍ୟକ ଭାବେ ଉଠା ଯାଉଛି। ନାଗପୁରରେ ଏକା କାର୍ଯ୍ୟକ୍ରମ ପୂର୍ବରୁ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯାହାର ଆସ୍ଥା ଥିବ ସେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସ୍ଥିତ ଔରଙ୍ଗଜେବ କବରସ୍ଥାନକୁ ଯିବ।
ଯୋଶୀ କହିଛନ୍ତି, ଔରଙ୍ଗଜେବଙ୍କ କବର ବିଷୟକୁ ଅନାବଶ୍ୟକ ଭାବେ ଉଠାଗଲା। ତାର ନିଧନ ଭାରତରେ ହୋଇଥିଲା। ତେଣୁ ତାଙ୍କ କବର ଉପରେ ସ୍ମାରକ ନିର୍ମାଣ ହୋଇଥିଲା। ଯାହାଙ୍କ ଆସ୍ଥା ଥିବ ସେ ସେଠାକୁ ଯିବ। ଛତ୍ରପତି ଶିବାଜୀ ମହାରାଜ ହେଉଛନ୍ତି ଆମର ଆଦର୍ଶ। ସେ ହିଂ ଅଫଜଲ ଖାନଙ୍କ ସ୍ମାରକ ନିର୍ମାଣ କରାଇଥିଲେ। ଏହା ଭାରତର ଉଦାରତା ଓ ସମିଶ୍ରଣର ପ୍ରତୀକ। ସ୍ମାରକ ରହିବ ଏବଂ ଯାହାଙ୍କ ଇଚ୍ଛା ସେମାନେ ସେଠାକୁ ଯିବେ।
Also read: ‘ଇଦ’ର ନମାଜକୁ ସମ୍ବୋଧିତ କଲେ ମମତା ବାନାର୍ଜୀ, ଜାଣନ୍ତୁ କହିଲେ କ’ଣ?
ସୂଚନାଯୋଗ୍ୟ, ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରମୁଖ(ଏମଏନଏସ) ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ କବରକୁ ନେଇ ଦଙ୍ଗାର ନିନ୍ଦା କରିଥିଲେ। ସେ କହିଥିଲେ, ଇତିହାସକୁ ଜାତି ଓ ଧର୍ମର ଚଷମାରେ ଦେଖାଯିବା ଉଚିତ୍ ନୁହେଁ। ଲୋକଙ୍କୁ ଐତିହାସିକ ସୂଚନା ପାଇଁ ହ୍ଵାଟ୍ସଆପ୍ ଫରଓ୍ଵାର୍ଡ ଉପରେ ଭରସା କରନ୍ତୁ ନାହିଁ। ଠାକରେ ଏହା ମଧ୍ୟ କହିଛନ୍ତି ମୋଗଲ ଶାସକ ଶିବାଜୀ ନାମକ ଏକ ବିଚାରଧାରାକୁ ନିଶେଷ କରିବାକୁ ଚାହୁଁଥିଲେ। କିନ୍ତୁ ସେମାନେ ବିଫଳ ହେଲେ ଏବଂ ଏଠାରେ ହିଁ ତାଙ୍କ ମୃତ୍ୟୁ ଘଟିଲା। ରାଜ ଠାକରେ ଏହା ମଧ୍ୟ କହିଥିଲେ,ବିଜାପୁରର ସେନାପତି ଅଫଜଲ ଖାନଙ୍କୁ ପ୍ରତାପଗଡ଼ କିଲ୍ଲା ନିକଟରେ କବର ଦିଆଯାଇଥିଲା। ଏହା ଛତ୍ରପତି ଶିବାଜୀ ମହାରାଜଙ୍କ ବିନା ଅନୁମତିରେ ହୋଇ ପାରିବ ନାହିଁ।
ସୂଚନାଯୋଗ୍ୟ, ଔରଙ୍ଗଜେବଙ୍କ କବର ହଟାଯିବା ଦାବିରେ ବିଶ୍ଵ ହିନ୍ଦୁ ପରିଷଦ ନେତୃତ୍ଵରେ ବିରୋଧ ପ୍ରଦର୍ଶନ ସମୟରେ ସଂଖ୍ୟାଲଘୁଙ୍କ ପବିତ୍ର ଗ୍ରନ୍ଥ ଜଳାଯିବାର ଗୁଜବ କାରଣରୁ ମାର୍ଚ୍ଚ ମାସ ଆରମ୍ଭରେ ନାଗପୁରରେ ହିଂସା ଘଟିଥିଲା। ଚଳିତ ମାସ ଆରମ୍ଭରେ ଆରଏସଏସର ମୁଖ୍ୟ ମୁଖପାତ୍ର ସୁନୀଲ ଅମ୍ବେକର ମଧ୍ୟ ୧୭ମ ଶତାବ୍ଦୀର ମୋଗଲ ସମ୍ରାଟ ଔରଙ୍ଗଜେବଙ୍କୁ ଅପ୍ରାସଙ୍ଗିକ କହିଥିଲେ।