ଶଶାଙ୍କ ଓ ଆଶୁତୋଷଙ୍କ ଧମାକା, ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ
ଅହମ୍ମଦାବାଦ: ଶଶାଙ୍କ ସିଂଙ୍କ ଲଢୁଆ ଇନିଂସ ଓ ଇମ୍ପାକ୍ଟ ଖେଳାଳି ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ୍ ଟାଇଟନ୍ସ ମୁହଁରୁ ବିଜୟ ଛଡାଇ ଆଣିଛି ପଞ୍ଜାବ କିଙ୍ଗ୍ସ। ଆଇପିଏଲ୍ର ୧୭ତମ ମ୍ୟାଚରେ ପଞ୍ଜାବ କିଙ୍ଗ ଗୁଜରାଟ ଟାଇଟନ୍ସକୁ ତାରି ମାଟିରେ ମାତ୍ ଦେଇ ୩ ଓ୍ଵିକେଟ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି। ଆଉ ଶୁଭମନ ଗିଲ୍ଙ୍କ ଅଧିନାୟକତ୍ଵ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଶୁଭମନ ଗିଲଙ୍କ ୮୯ ରନ ବଳରେ ୪ ଓ୍ଵିକେଟ୍ ହରାଇ ୧୯୯ ରନ କରିଥିଲା। ଜବାବରେ ଶଶାଙ୍କ ସିଂଙ୍କ ଅପରାଜିତ ୨୯ ବଲରୁ ୬୧ ରନର ମ୍ୟାଚ୍ ବିଜୟୀ ଇନିଂସ ଓ ଶଶାଙ୍କଙ୍କ ୧୭ ବଲରୁ ୩୧ ରନ ବଳରେ ପଞ୍ଜାବ କିଙ୍ଗ୍ସ ୧୯.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚତୁର୍ଥ ମ୍ୟାଚ୍ରୁ ପଞ୍ଜାବ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ଗୁଜରାଟ ୨ୟ ପରାଜୟ ଭୋଗିଛି।Also read: ଗୁଜୁରାଟ୍ରେ ହିରୋ, ମୁମ୍ବାଇରେ ଜିରୋ; କାହିଁକି ଫେଲ୍ ପାଣ୍ଡ୍ୟା ?୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଧିନାୟକ ଶିଖର ଧାଓ୍ଵନ(୧) ୨ୟ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ଜୋନି ବେୟାରଷ୍ଟୋ(୨୨) ମଧ୍ୟ ପାଭିଲିୟନ ଫେରିଥିଲେ। ପ୍ରଭସିମରନ ସିଂ ୩୫ ରନର ଇନିଂସ ଖେଳି ଦଳ ସ୍ଥିତିରେ କିଛିଟା ସୁଧାର ଆଣିଥିଲେ। ସାମ କରନ(୫) ପୁଣି ଥରେ ନିରାଶ କରିଥିଲେ। ନିୟମିତ ବ୍ୟବଧାନର
ଅହମ୍ମଦାବାଦ: ଶଶାଙ୍କ ସିଂଙ୍କ ଲଢୁଆ ଇନିଂସ ଓ ଇମ୍ପାକ୍ଟ ଖେଳାଳି ଆଶୁତୋଷ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ୍ ଟାଇଟନ୍ସ ମୁହଁରୁ ବିଜୟ ଛଡାଇ ଆଣିଛି ପଞ୍ଜାବ କିଙ୍ଗ୍ସ। ଆଇପିଏଲ୍ର ୧୭ତମ ମ୍ୟାଚରେ ପଞ୍ଜାବ କିଙ୍ଗ ଗୁଜରାଟ ଟାଇଟନ୍ସକୁ ତାରି ମାଟିରେ ମାତ୍ ଦେଇ ୩ ଓ୍ଵିକେଟ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି। ଆଉ ଶୁଭମନ ଗିଲ୍ଙ୍କ ଅଧିନାୟକତ୍ଵ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଶୁଭମନ ଗିଲଙ୍କ ୮୯ ରନ ବଳରେ ୪ ଓ୍ଵିକେଟ୍ ହରାଇ ୧୯୯ ରନ କରିଥିଲା। ଜବାବରେ ଶଶାଙ୍କ ସିଂଙ୍କ ଅପରାଜିତ ୨୯ ବଲରୁ ୬୧ ରନର ମ୍ୟାଚ୍ ବିଜୟୀ ଇନିଂସ ଓ ଶଶାଙ୍କଙ୍କ ୧୭ ବଲରୁ ୩୧ ରନ ବଳରେ ପଞ୍ଜାବ କିଙ୍ଗ୍ସ ୧୯.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚତୁର୍ଥ ମ୍ୟାଚ୍ରୁ ପଞ୍ଜାବ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ଗୁଜରାଟ ୨ୟ ପରାଜୟ ଭୋଗିଛି।
Also read: ଗୁଜୁରାଟ୍ରେ ହିରୋ, ମୁମ୍ବାଇରେ ଜିରୋ; କାହିଁକି ଫେଲ୍ ପାଣ୍ଡ୍ୟା ?
୨୦୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବକୁ ଆରମ୍ଭରୁ ଝଟକା ଲାଗିଥିଲା। ଅଧିନାୟକ ଶିଖର ଧାଓ୍ଵନ(୧) ୨ୟ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ଜୋନି ବେୟାରଷ୍ଟୋ(୨୨) ମଧ୍ୟ ପାଭିଲିୟନ ଫେରିଥିଲେ। ପ୍ରଭସିମରନ ସିଂ ୩୫ ରନର ଇନିଂସ ଖେଳି ଦଳ ସ୍ଥିତିରେ କିଛିଟା ସୁଧାର ଆଣିଥିଲେ। ସାମ କରନ(୫) ପୁଣି ଥରେ ନିରାଶ କରିଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍ରେ ଗୁଜରାଟର ପଲ୍ଲା ଭାରି ରହିଥିଲା। ତେବେ ମଧ୍ୟକ୍ରମରେ ଶଶାଙ୍କ ସିଂ ଦମଦାର ବ୍ୟାଟିଂ କରି ପଞ୍ଜାବର ବିଜୟ ଆଶା ଉଜ୍ଜିବୀତ କରିଥିଲେ। ଶଶଙ୍କା ଗୋଟିଏ ପଟେ ଛିଡା ହୋଇ ଜିତେଶ ଶର୍ମାଙ୍କୁ ସାଥୀ କରି ସ୍କୋରକୁ ୧୫୦ ରନରେ ପହଞ୍ଚାଇଥିଲେ। ଜିତେଶ ୧୬ ରନ କରି ଆଉଟ୍ ହୋଇଥିଲେ।
ତେବେ ଇମ୍ପାକ୍ଟ ପ୍ଲେୟାର ହିସାବରେ ବ୍ୟାଟିଂ କରିବାକୁ ଆସିଥିବା ଆଶୁତୋଷ ଶର୍ମା ଶଶାଙ୍କଙ୍କ ସହ ମିଶି ମ୍ୟାଚ୍ର ଗତିପଥ ବଦଳାଇଥିଲେ। ସେ ଦ୍ରୁତ ବ୍ୟାଟିଂ କରି ୧୭ ବଲ୍ରୁ ୩୧ ରନ କରି ଦଳର ବିଜୟ ସମ୍ଭାବନା ବଢାଇଥିଲେ। ଆଉ ବାକି ଔପଚାରିକତା ପୂରଣ କରିଥିଲେ ଶଶାଙ୍କ ସିଂ। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୩ ଓ୍ଵିକେଟ୍ରେ ବିଜୟୀ କରାଇଥିଲେ। ଶଶାଙ୍କ ୨୯ ବଲରୁ ୬ ଚୌକା ଓ ୪ ଛକା ସହ ୬୧ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଶେଷରେ ପଞ୍ଜାବ ୧୯.୫ ଓଭରରେ ୭ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଗୁଜରାଟ ପକ୍ଷରୁ ନୂର ଅହମ୍ମଦ ୨ଟି ସଫଳତା ପାଇଥିବା ବେଳେ ଅନ୍ୟ ବୋଲର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଗୁଜରାଟ୍ ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଗୁଜରାଟ ୨୯ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଋଦ୍ଧିମାନ ଶାହ ୧୧ ରନ କରିଥିଲେ। ଏହାପରେ ଅଧିନାୟକ ଶୁଭମନ ଗିଲ୍ ଓ କେନ ଓ୍ଵିଲିୟମସନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡ଼ିଥିଲେ। ୬୯ ରନ ସ୍କୋରରେ ଓ୍ଵିଲିୟମସନ(୨୬) ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଗିଲ୍ ଦର୍ଶନୀୟ ସଟ୍ ଖେଳି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ସେ ସାଇ ସୁଦର୍ଶନଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ରେ ୫୩ ରନ ଯୋଡ଼ିଥିଲେ। ସୁଦର୍ଶନ ୧୯ ବଲରୁ ୬ ଚୌକା ସହ ଦ୍ରୁତ ୩୩ ରନ କରି ଆଉଟ୍ ହୋଇଥିଲେ। ଏହିକ୍ରମରେ ଗିଲ୍ ଅର୍ଦ୍ଧଶତକ ହାସଲ କରି ଗୋଟିଏ ପଟୁ ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ବିଜୟ ଶଙ୍କର(୮) ନିରାଶ କରିଥିଲେ। ଶେଷ ଆଡ଼କୁ ରାହୁଲ ତେଓ୍ଵତିଆ ୮ ବଲରୁ ୨୩ ରନ କରିଥିଲେ। ଗିଲ୍ ୪୮ ବଲ୍ରୁ ୬ ଚୌକା ଓ ୪ ଛକା ସହ ଅପରାଜିତ ୮୯ ରନର ଇନିଂସ ଖେଳିଥିଲେ। ଯାହା ଫଳରେ ଗୁଜରାଟ ୪ ଓ୍ଵିକେଟ୍ ହରାଇ ୧୯୯ ରନର ବଡ଼ ସ୍କୋର କରି ପାରିଛି।