ହତିଆର ଧରି ମୁମ୍ୱାଇରେ ପଶିଲେ ଆତଙ୍କବାଦୀ, ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା ଫୋନ; ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ମୁମ୍ୱାଇ ପୋଲିସକୁ ଶୁକ୍ରବାର ପୁଣି ଥରେ ଧମକପୂର୍ଣ୍ଣ ଫୋନ କଲି ଆସିଛି । ଫୋନ କରିଥିବା ବ୍ୟକ୍ତି ଜଣ ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଥିଲା ଯେ ମୁମ୍ୱାଇର ଡୋଙ୍ଗରୀରେ କିଛି ଆତଙ୍କବାଦୀ ପଶି ଆସିଛନ୍ତି । ଏହି ଆତଙ୍କୀମାନେ ନିଜ ସହ ହତିଆର ଧରି ଆସିଛନ୍ତି । ଏହି ଫୋନ କଲ୍ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ତେବେ ତଦନ୍ତରେ ଫୋନରେ ଦିଆଯାଇଥିବା ସୂଚନା ମିଛ ବୋଲି ଜଣାପଡ଼ିଛି । ଏହି ମାମଲାରେ ମୁମ୍ୱାଇ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି । Maharashtra | Mumbai Police Control received a threatening call. The caller told the control room that some terrorists armed with weapons had entered the Dongri area of Mumbai, and they needed police assistance. As soon as the police started an investigation after receiving this… — ANI (@ANI) February 16, 2024 ମୁମ୍ୱାଇ ପୋଲିସର କଣ୍ଟ୍ରୋଲ ରୁମରୁ ପୂର୍ବରୁ ବି ଏହିପରି ମିଛ ଫୋନ ଆସି ସାରିଛି । ଗତ ସପ୍ତାହରେ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ୍ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ୧୦-୧୧ ପାକିସ୍ତାନୀ କୋଲାବାର ତାଜ ମହଲ ପ୍ୟାଲେସ ହୋଟେଲରେ ପଶିଛନ୍ତି । ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ କୋଲାବା ପୋଲିସ ଅଧିକାରୀମାନେ ହୋଟେଲର ସୁରକ୍ଷାକର୍ମୀଙ୍କ ସହ ତଦନ୍ତ କରିଥିଲା, ରକ

ହତିଆର ଧରି ମୁମ୍ୱାଇରେ ପଶିଲେ ଆତଙ୍କବାଦୀ, ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା ଫୋନ; ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ମୁମ୍ୱାଇ ପୋଲିସକୁ ଶୁକ୍ରବାର ପୁଣି ଥରେ ଧମକପୂର୍ଣ୍ଣ ଫୋନ କଲି ଆସିଛି । ଫୋନ କରିଥିବା ବ୍ୟକ୍ତି ଜଣ ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଥିଲା ଯେ ମୁମ୍ୱାଇର ଡୋଙ୍ଗରୀରେ କିଛି ଆତଙ୍କବାଦୀ ପଶି ଆସିଛନ୍ତି । ଏହି ଆତଙ୍କୀମାନେ ନିଜ ସହ ହତିଆର ଧରି ଆସିଛନ୍ତି । ଏହି ଫୋନ କଲ୍ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ତେବେ ତଦନ୍ତରେ ଫୋନରେ ଦିଆଯାଇଥିବା ସୂଚନା ମିଛ ବୋଲି ଜଣାପଡ଼ିଛି । ଏହି ମାମଲାରେ ମୁମ୍ୱାଇ ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ମୁମ୍ୱାଇ ପୋଲିସର କଣ୍ଟ୍ରୋଲ ରୁମରୁ ପୂର୍ବରୁ ବି ଏହିପରି ମିଛ ଫୋନ ଆସି ସାରିଛି । ଗତ ସପ୍ତାହରେ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ କଲ୍ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ୧୦-୧୧ ପାକିସ୍ତାନୀ କୋଲାବାର ତାଜ ମହଲ ପ୍ୟାଲେସ ହୋଟେଲରେ ପଶିଛନ୍ତି । ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ କୋଲାବା ପୋଲିସ ଅଧିକାରୀମାନେ ହୋଟେଲର ସୁରକ୍ଷାକର୍ମୀଙ୍କ ସହ ତଦନ୍ତ କରିଥିଲା, ରକିନ୍ତୁ କୌଣସି ପ୍ରମାଣ ମିଳି ନଥିଲା ।

Also Read: ଦିଲ୍ଲୀ ପୋଲିସ୍‌ର ବଡ ସଫଳତା : ଲଶ୍କର-ଏ-ତୈଇବାର କୁଖ୍ୟାତ ଆତଙ୍କବାଦୀ ଗିରଫ

The post ହତିଆର ଧରି ମୁମ୍ୱାଇରେ ପଶିଲେ ଆତଙ୍କବାଦୀ, ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା ଫୋନ; ଖେଳିଗଲା ଆତଙ୍କ appeared first on Prameya News7.