ମଇଦାନରେ ୨ ହେଭିଓ୍ଵେଟଙ୍କ ଜୋରଦାର ପ୍ରଚାର, ବବିଙ୍କୁ ବିତର୍କ ପାଇଁ ଆହ୍ଵାନ ଦେଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନକୁ ନେଇ ଜୋରଦାର୍ ଆରମ୍ଭ କରିଦେଇଛନ୍ତି ବିଜେପି ଓ ବିଜେଡିର ଦୁଇ ହେଭିଓ୍ବେଟ୍ । ଆଜି କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ଆଠମଲ୍ଲିକରେ ପ୍ରଚାର କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଖୋଲାମଞ୍ଚରେ ବିକାଶର ପରିଭାଷା ଉପରେ ବିତର୍କ ପାଇଁ ପ୍ରତିପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର । ପ୍ରଚାର ସମୟରେ ଧର୍ମେନ୍ଦ୍ରଙ୍କ ସାଥୀରେ ଥିଲେ କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାଏକ । ସେହିଭଳି ପ୍ରଣବଙ୍କ ସହ ପ୍ରଚାର କରିଛନ୍ତି ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ । Also read: ଓଡିଶା କଂଗ୍ରେସ ପ୍ରଚାର କମିଟି ତାଲିକା ପ୍ରକାଶ : ଭକ୍ତ ଦାସ କମିଟି ଅଧ୍ୟକ୍ଷଆଜି କୁଚିଣ୍ଡାରେ ପହଞ୍ଚି ପ୍ରଥମେ  ବିଭିନ୍ନ ଦେବାଳୟ ଦର୍ଶନ କରିଥିଲେ ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଆରମ୍ଭ କରିଥିଲେ ପ୍ରଚାର । ଏହାପରେ ବାନ୍ଧୁବାସ ଠାରୁ ଏକ ବିଶାଳ ବାଇକ୍ ରାଲିରେ ଜଗନ୍ନାଥ ମନ୍ଦିର ଯାଇଥିଲେ ଧର୍ମେନ୍ଦ୍ର । ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ଶୋଭାଯାତ୍ରାରେ ରାଜୀବ ଛକ, ପଦ୍ମଲୋଚନ ଛକ, କଲେଜ ରୋଡ ଦେଇ ଶ୍ରମିକ ଭବନରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଦୁଲଦୁଲି ବାଜା ସଂକୀର୍ତ୍ତନରେ କମ୍ପୁଥିଲା ଶୋ

ମଇଦାନରେ ୨ ହେଭିଓ୍ଵେଟଙ୍କ ଜୋରଦାର ପ୍ରଚାର, ବବିଙ୍କୁ ବିତର୍କ ପାଇଁ ଆହ୍ଵାନ ଦେଲେ ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନକୁ ନେଇ ଜୋରଦାର୍ ଆରମ୍ଭ କରିଦେଇଛନ୍ତି ବିଜେପି ଓ ବିଜେଡିର ଦୁଇ ହେଭିଓ୍ବେଟ୍ । ଆଜି କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ଆଠମଲ୍ଲିକରେ ପ୍ରଚାର କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଖୋଲାମଞ୍ଚରେ ବିକାଶର ପରିଭାଷା ଉପରେ ବିତର୍କ ପାଇଁ ପ୍ରତିପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର । ପ୍ରଚାର ସମୟରେ ଧର୍ମେନ୍ଦ୍ରଙ୍କ ସାଥୀରେ ଥିଲେ କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାଏକ । ସେହିଭଳି ପ୍ରଣବଙ୍କ ସହ ପ୍ରଚାର କରିଛନ୍ତି ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ । 

Also read: ଓଡିଶା କଂଗ୍ରେସ ପ୍ରଚାର କମିଟି ତାଲିକା ପ୍ରକାଶ : ଭକ୍ତ ଦାସ କମିଟି ଅଧ୍ୟକ୍ଷ

ଆଜି କୁଚିଣ୍ଡାରେ ପହଞ୍ଚି ପ୍ରଥମେ  ବିଭିନ୍ନ ଦେବାଳୟ ଦର୍ଶନ କରିଥିଲେ ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଆରମ୍ଭ କରିଥିଲେ ପ୍ରଚାର । ଏହାପରେ ବାନ୍ଧୁବାସ ଠାରୁ ଏକ ବିଶାଳ ବାଇକ୍ ରାଲିରେ ଜଗନ୍ନାଥ ମନ୍ଦିର ଯାଇଥିଲେ ଧର୍ମେନ୍ଦ୍ର । ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ଶୋଭାଯାତ୍ରାରେ ରାଜୀବ ଛକ, ପଦ୍ମଲୋଚନ ଛକ, କଲେଜ ରୋଡ ଦେଇ ଶ୍ରମିକ ଭବନରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଦୁଲଦୁଲି ବାଜା ସଂକୀର୍ତ୍ତନରେ କମ୍ପୁଥିଲା ଶୋଭାଯାତ୍ରା । ଶ୍ରମିକ ଭବନରେ ପହଞ୍ଚିବା ପରେ ସେଠାରେ ଏକ ସାଂଗଠନିକ ବୈଠକରେ ଯୋଗ ଦେଇଥିଲେ ।

ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହେବା ପରେ ଏହା ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ କୁଚିଣ୍ଡା ଗସ୍ତ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାଏକ । ଏହି ଅବସରରେ ପ୍ରତିପକ୍ଷଙ୍କୁ ଖୋଲାମଞ୍ଚରେ ବିକାଶର ପରିଭାଷା ଉପରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବା ଲାଗି ବିଜେପିକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ କରିଥିଲେ କେନ୍ଦ୍ରମନ୍ତ୍ରୀ । 

ସେହିଭଳି ଆଜି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପ୍ରଥମେ ଆଠମଲ୍ଲିକ ବସ୍ ଷ୍ଟାଣ୍ଡରେ ଥିବା ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ପ୍ରଣବ । ଏହା ପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀପାର୍କରେ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିଭଳି ମାହେଶ୍ବରୀ ମନ୍ଦିର ଏବଂ ବିନିକେଇ ମନ୍ଦିରକୁ ଯାଇ ଦେବୀ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ବିଜେଡି ସାଂସଦ ପ୍ରାର୍ଥୀ । ପ୍ରଣବଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ । ୨୦୧୯ ଭଳି ଏଥର ମଧ୍ୟ ଆଠମଲ୍ଲିକରେ ବିଜେଡିର ବିପୁଳ ବିଜୟ ହେବ ବୋଲି ଦମ୍ଭୋକ୍ତି କରିଥିଲେ ଉଭୟ ନେତା।

ଏଥର ସମ୍ବଲପୁର ଲୋକସଭା ପାଇଁ ବିଜେପି ଓ ବିଜେଡିର ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ହେବ ବିଗ୍ ଫାଇଟ୍। ଗୋଟେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ଅନ୍ୟପଟେ ରହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପଣବ ପ୍ରକାଶ ଦାସ । ଆଗକୁ ଦୁଇ ହେଭିଓ୍ବେଟଙ୍କ ଲଢ଼େଇ ଆହୁରି ରୋଚକ ହେବ ବୋଲି ଅନୁମାନ କରାଯାଉଛି ।